ରୋଟାରୀ କ୍ଲବ ଅଫ ଭୁବନେଶ୍ଵର ଇକୋର ପଞ୍ଚମ ଅଧିଷ୍ଠାନ ଦିବସ

0 213

ପ୍ରତ୍ୟୁଷା ବ୍ୟୁରୋ, 18.07.25 ( ଭୁବନେଶ୍ଵର ):

ଗତ ୧୫ ତାରିଖ ସଂଧ୍ୟାରେ MITS School of Biotechnology ପରିସରରେ ରୋଟାରୀ କ୍ଳବ୍ ଅଫ ଭୁବନେଶ୍ଵର ଇକୋର ପଞ୍ଚମ ଅଧିଷ୍ଠାନ ଦିବସ ପାଳିତ ହୋଇ ଯାଇଛି। ରୋଟାରୀ ବର୍ଷ ୨୦୨୫-୨୬ ପାଇଁ ସଭାପତି ଧନେଶ୍ଵର ସାହୁ ଓ ସମ୍ପାଦକ ବିବେକାନନ୍ଦ ଜେନା ପୂର୍ବତନ ସଭାପତି ଡ: ଗୀତିକା ପଟ୍ଟନାୟକଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଏହି ସଭାରେ ପ୍ରାନ୍ତପାଳ ରୋଟାରିଆନ ମନୋଜ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଗତ ୧୨୦ ବର୍ଷ ମଧ୍ୟରେ ରୋଟାରୀ ସଂସ୍ଥା ଅନେକ ଲୋକହିତକର କାର୍ଯ୍ୟ କରିଥିବାର ସୁଚନା ଦେଇଥିଲେ। ଏହି ବର୍ଷ ପରିବେଶ ସୁରକ୍ଷା ସହିତ ଧ୍ଵନି ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ଅଧିକ କାର୍ଯ୍ୟ କରିବା ପାଇଁ ରୋଟାରୀ କ୍ଳବ୍ ଅଫ ଭୁବନେଶ୍ଵର ଇକୋ ଏକ ଯୋଜନା ପ୍ରସ୍ତୁତ କରିଅଛି। MITS କଲେଜର ୧୪ ଜଣ ଛାତ୍ରଛାତ୍ରୀ ଏକ ରୋଟାରାକ୍ଟ କ୍ଲବ ଗଠନ କରିବାର ଯୋଜନା ପ୍ରସ୍ତୁତ ହୋଇଛି। ରବୀନ୍ଦ୍ରନାଥ ପଟ୍ଟନାୟକ ସଭା ସଞ୍ଚାଳନ କରିଥିବା ବେଳେ ଧନ୍ୟବାଦ ଅର୍ପଣ ଅମୂଲ୍ୟଧନ ରାଉତ କରିଥିଲେ। ଏହି ସଭାରେ ଆସିଷ୍ଟାଣ୍ଟ ଗଭର୍ନର ଡ: ଶାରଦା ଚରଣ ମହାନ୍ତି, କ୍ଲବ ସଦସ୍ୟ ସୁନନ୍ଦ କୁମାର ମିତ୍ର, ରାମକୃଷ୍ଣ ଦାସ, ଅଶୋକ କୁମାର ପଣ୍ଡା, ନବ କୁମାର ପୃଷ୍ଟି, କିଶୋର କୁମାର ଅଗ୍ରୱାଲ, ସଦାଶିବ ମିଶ୍ର, ଦେବାଶିଷ ସୁଆର,, ଡ: ଜିତେନ୍ଦ୍ର ନାଥ ପଟ୍ଟନାୟକ, ସୁବାସ ବେହେରା, ପ୍ରିୟଙ୍କା ଦାସ, ଷ୍ଟ।ଲିନ ନାୟକ ଓ ବିନିତା ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.