୨୫ରେ ଷଷ୍ଠ ଓଡିଶା ପର୍ଯ୍ୟଟନ କନକ୍ଳେଭ ।

0 57

ଭୁବନେଶ୍ୱର, 21.06.25 (ପ୍ରତ୍ୟୁଷା ବ୍ୟୁରୋ ): ରାଜ୍ୟରେ ପର୍ଯ୍ୟଟନ ଶିଳ୍ପ ର ସମୃଦ୍ଧି ପାଇଁ ହୋଟେଲ ଓ ରେସ୍ତୋରାଁ ଆସୋସିଏନ ଆସନ୍ତା ୨୫ ତାରିଖରେ ୬ ଷ୍ଠ ଓଡିଶା ପର୍ଯ୍ୟଟନ କନକ୍ଳେଭ ଅନୁଷ୍ଠିତ ହେବ l ଏକ ଦିବସୀୟ ଏହି ସମ୍ମିଳନୀରେ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ସମ୍ପର୍କରେ ଆଲୋଚନା ହେବ ଭାରତ ସରକାରଙ୍କ ପର୍ଯ୍ୟଟନ ନୀତି ଉପରେ ମଧ୍ୟ ଆଲୋଚନା ହେବ l ଓଡିଶାକୁ ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ବୃଦ୍ଧି ସମ୍ପର୍କରେ ପଦକ୍ଷେପ ନିଆଯିବ।ଏହି ଏକ ଦିବସୀୟ କନ୍‌କ୍ଳେଭରେ ପର୍ଯ୍ୟଟନ କ୍ଷେତ୍ର ସହ ଜଡ଼ିତ ବହୁ ବକ୍ତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଭ୍ରମଣ ଶିଳ୍ପ ସହ ଜଡ଼ିତ ବିଶେଷଜ୍ଞ ଓ ଅଭିଜ୍ଞ ବ୍ୟକ୍ତିମାନେ ଏଥିରେ ଉପସ୍ଥିତ ରହି ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରର ବିକାଶ, ଏହାର ଭିଔଭୂମିର ଉନ୍ନତି ସହ ଏହାକୁ ଆକର୍ଷଣୀୟ କରିବା, ଓଡ଼ିଶାର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳଗୁଡ଼ିକରେ ହୋଟେଲ ଓ ରିସୋର୍ଟ ନିର୍ମାଣ କରି ରୋଜଗାର ସୃଷ୍ଟି ତଥା ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶାକୁ ଆକର୍ଷିତ କରିବା ଆଦି ସମ୍ପର୍କରେ ଆଲୋଚନା କରିବେ। ଗତ ୩ ବର୍ଷରେ ଭାରତର ବହୁ ପର୍ଯ୍ୟଟକ ମାଳଦ୍ୱୀପ, ଥାଇଲା, ମ୍ୟାଲେସିଆ, ମରିସସ୍, ହଂକ”, ଜାପାନ, କାନାଡ଼ା ଓ ବ୍ରିଟେନ ଆଦି ଭ୍ରମଣ କରିଥିବା ଆମେ ଦେଖିଛେ। ଫଳରେ ଏହି ସବୁ ଦେଶ ଭାରତୀୟଙ୍କଠାରୁ ବିପୁଳ ପରିମାଣର ରାଜ ପାଇବାରେ ସଫଳ ହୋଇପାରିଛନ୍ତି। ଭାରତୀୟଙ୍କ ଏହି ବିଦେଶ ଭ୍ରମଣ ଯୋଗୁଁ ବିଦେଶୀ ମୁଦ୍ରା ଆୟରେ ଭାରତକୁ ୯ ହଜାର କୋଟିରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଛି। ଭାରତ ସରକାରଙ୍କ ଇମିଗ୍ରେସନ ବ୍ୟୁରୋଗ ରିପୋର୍ଟ ଅନୁସାରେ, ୨୦୨୩ ମସିହାରେ ଭାରତୀୟ ନାଗରିକମାନେ ଭ୍ରମଣ କରିଥିବା ପ୍ରମୁଖ ୧୦ ଦେଶଗୁଡ଼ିକ ହେଉଛନ୍ତି, ୟୁଏଇ, ସାଉଦି ଆଗବ, ଆମେରିକା, ଥାଇଲ୍ୟାଣ୍ଡ, ସିଙ୍ଗାପୁର, ବ୍ରିଟେନ, କାତାର, କାନାଡ଼ା, କୁଏତ୍ ପର୍ଯ୍ୟଟନ ମନ୍ତ୍ରାଳୟର ୨୦୨୩ ମସିହାର ତଥ୍ୟାନୁଯାୟୀ, ସେହିବର୍ଷ ୨,୭୮ କୋଟି ଭାରତୀୟ ବିଦେଶ ଭ୍ରମଣରେ ଯାଇଥିଲେ। ଯାହାକି ୨୦୨୨ ମସିହାରେ ବିଦେଶ ଭ୍ରମଣ କରିଥିବା ନାଗରିକଙ୍କ ତୁଳନାରେ ୨୬,୨୫% ଅଧିକ। ଏଥିସହ ଏଥିରୁ ଜଣାପଡ଼ିଛି, ବିଦେଶ ଭ୍ରମଣରେ ଯାଉଥିବା ଭାରତୀୟ ପର୍ଯ୍ୟଟକଙ୍କ ମଧ୍ୟରୁ ୪୫% ଭାରତୀୟ କେବଳ ଛୁଟିରେ ଅବସର ବିନୋଦନ ପାଇଁ ବା ମନୋରଞ୍ଜନ ପାଇଁ ଯାଇଥା’ନ୍ତି। ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ବଡ଼ ବଡ଼ ପୁଞ୍ଜି ନିବେଶକୁ ଆକର୍ଷିତ କରି ବିଶ୍ୱସ୍ତରୀୟ ହୋଟେଲ, ରିସୋର୍ଟ ନିର୍ମାଣ କରିବା, ପର୍ଯ୍ୟଟନର ବଡ଼ ବଡ଼ ଭିତିଭୂମି ବିକାଶ କରି ବିଦେଶ ଭ୍ରମଣଙ୍କୁ ଅଧିକ ଗୁରୁତ୍ଵ ଦେଉଥିବା ପର୍ଯ୍ୟଟକଙ୍କୁ ରାଜ୍ୟରେ ହିଁ ବିଶ୍ବସ୍ତରୀୟ ପର୍ଯ୍ୟଟନର ମଜା ଦେବା ଦିଗରେ ରାଜ୍ୟ ସରକାରଙ୍କୁ ବାଟ କଢ଼ାଇବା ।ପକ୍ଷରୁ ଆୟୋଜିତ ଗତ ୫ଟି କର୍‌ରେ ରାଜ୍ୟ ସରକାରଙ୍କୁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳରେ ହୋଟେଲ ରୁମ୍ ସଂଖ୍ୟା ବୃଦ୍ଧ, ୨୦୨୨ ପର୍ଯ୍ୟଟନ ନୀତିରେ ସଂଶୋଧନ ଆଦି ସମ୍ପର୍କରେ ଅବଗତ କରାଇଛୁ । ରାଜ୍ୟ ସରକାର ମଧ୍ୟ ହାରୋଗ ମତକୁ ଗ୍ରହଣ କରିବା ସହ ନୂତନ ପର୍ଯ୍ୟଟନ ନୀତିରେ ସଂଶୋଧନ ଆଣି ରାଜ୍ୟର ପର୍ଯ୍ୟଟନ ଶିଳ୍ପରେ କାର୍ଯ୍ୟରତ ଘରୋଇ ଶିଳ୍ପକୁ ପ୍ରୋତ୍ସାହନ ରାଶି ସହ ରିହାତି ଯୋଜନା ରଖିବାକୁ ଆସି ଦେଇଛନ୍ତି । ଖୋର୍ଦ୍ଧାର ୱଣ୍ଟରଲା, ଆଇଟିସି ହୋଟେଲ ୱେ ଲକମ୍‌ ଗ୍ରୁପ୍), ତିନୋଟି ଡାଳ ହୋଟେଲ (ଭୁବନେଶ୍ବରରେ ଦୁଇଟି ଓ ପୁରୀରେ ଗୋଟିଏ), ପୁରୀର ସୃଷ୍ଟି ପ୍ରିମିୟମ୍ ବିକ୍ ରିସର୍ଟ, ଭୁବନେଶ୍ବରର ଲେମନ ଟ୍ରି ହୋଟେଲ, ଭୁବନେଶ୍ବରରେ ଦୁଇଟି ସରୋବର ହୋଟେଲ (ଶୀଘ୍ର ଖୋଲିବାକୁ ଯାଉଛି), ସମ୍ପ୍ରତି ହୋଇଥିବା ଇକୋ ରିଟ୍ରିନ୍ସ ଭଳି ଆହୁରି ଅନେକ ପ୍ରକଳ୍ପ ଆଗକୁ ଆସିବାକୁ ଯାଉଛି। ବର୍ତ୍ତମାନ ସୁଦ୍ଧାର ସଫଳତା ଚୂଡ଼ାନ୍ତ ନୁହେଁ ଦକ୍ଷିଣ ପୂର୍ବ ଏସିଆରେ ଯାହ ସବୁ ଅଛି ଓଡ଼ିଶାରେ ବି ସେ ସବୁ ଉପଲବ୍ଧ ରହିଥିବା ବେଳେ ଓଡ଼ିଶାକୁ ୨୧ ରାତ୍ରିର ରହଣୀସ୍ଥଳରେ ପରିଣତ କରିବା ୬ଷ୍ଠ ଓଡ଼ିଶା ପର୍ଯ୍ୟଟନ କନ୍‌କ୍ଳେଭର ମୂଳ ଉଦ୍ଦେଶ୍ୟ। ଏହି କଚ୍ଛେଦ ପର୍ଯ୍ୟଟନ ଭିଔଭୂମିର ଉନ୍ନତିକୁ ଗୁରୁତ୍ଵ ଦେବା ଯେଉଁଥିରେ ସଡ଼କ, ବିମାନବନ୍ଦର ଓ ରେଳପଥକୁ ଉନ୍ନତ କରାଯାଇ ସୁଗମତାକୁ ବିକଶିତ କରିବା, ପର୍ଯ୍ୟଟକମାନଙ୍କ ପାଇଁ ଏକ ସୁବିଧାଜନକ ତଥା ଟେକ୍‌ନୋଲୋଜିରେ ଉନ୍ନତ ରହଣୀସ୍ଥଳୀ ଯୋଗାଇବା ଓ ଅନ୍ତର୍ଜାତୀୟସ୍ତରୀୟ ମାର୍କେଟିଂକୁ ଆକର୍ଷିତ କରିବା ଦିଗରେ ହାରୋ ସରକାରଙ୍କୁ ଅବଗତ କରାଇବ। ସନ୍ଦେହରେ ଆସିଥିବା ସମସ୍ତ ମତକୁ ଏକତ୍ର କରି ସରକାରଙ୍କ ବିଚାର ଓ ସୁପାରିଶ ପାଇଁ ପ୍ରେରଣ କରାଯିବ। ପର୍ଯ୍ୟଟନ ମନ୍ତ୍ରାଳୟର ଇଣ୍ଡିଆ ଟୁରିଜିମ୍ ଷ୍ଟାଟିଷ୍ଟିକ୍ ରିପୋର୍ଟ ୨୦୨୪ ଅନୁଯାୟୀ, ୨୦୨୩ ମସିହାରେ ଓଡ଼ିଶାରେ ତାରକା ହୋଟେଲ ୧୬ଟି ରହିଥିବା ବେଳେ ଏଥିରେ ୧୦୫୫ଟି ରୁମ୍ ରହିଛି। ଏଥିସହ ଓଡ଼ିଶାକୁ ସେହିବର୍ଷ ଘରୋଇ ପର୍ଯ୍ୟଟକ ୯୭.୨୫ ଲକ୍ଷ ଆସିଥିବା ବେଳେ ୦.୪୫ ଲକ୍ଷ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ୨୦୨୫ ଶେଷ ସୁଦ୍ଧା ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶର ସ୍ଵପ୍ନ ହାରୋ ଦେଖୁଛି।

Leave A Reply

Your email address will not be published.