ଭୁବନେଶ୍ୱର : ୧୫ ଜୁନ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) ଓଡ଼ିଆ ଚଳଚିତ୍ର ଓ ଟେଲିଭିଜନ ନିର୍ଦେଶକ ସଂଘ ରାଜ୍ୟ ସରକାରଙ୍କ ଠାରୁ ପ୍ରୋତ୍ସାହନ ଦାବୀ କରିଛି l ବର୍ଷିଆନ ସିନେମା ନିର୍ଦେଶକ ସବ୍ୟସାଚୀ ମହାପାତ୍ର ରଜ ସଂକ୍ରାନ୍ତି ଜୁନ ୧୫ ତାରିଖ ରବିବାର ଭୁବନେଶ୍ୱର ପ୍ରେସ କ୍ଲବ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବୟସର ସାୟାନରେ ନିର୍ଦେଶକ ମାନେ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ଭିତରେ ଗତି କରୁଛନ୍ତି l ଏଣୁ ଆମ ମାନଙ୍କୁ ସରକାର ଦୃଷ୍ଟି ଦେବାର ସମୟ ଆସିଛି l ସେ କହିଲେ ।ଓଡ଼ିଆ ସିନେମା ଜଗତକୁ ୮୭ ବର୍ଷ ପୁରିବାଯାଏ ନିର୍ଦ୍ଦେଶକ ମାନଙ୍କର କୌଣସି ସଂଗଠନ ନଥିଲା। ଆମର ସୌଭାଗ୍ୟ ଯେ ଓଡ଼ିଆ ସିନେମା ଏବଂ ଟିଭି ଜଗତର ସାମଗ୍ରିକ ଉନ୍ନତି ପାଇଁ ଗତ ଦେଢ଼ ବର୍ଷ ହେଲା ଓଡ଼ିଆ ଚଳଚ୍ଚିତ୍ର ଓ ଟିଭି ଡାଇରେକ୍ଟରସ୍ ଆସୋସିସନ ଗଠନ ହେଲା। ଆମେ ଆମ ସଂଗଠନ ଦ୍ବାରା ଯେଉଁ ଉନ୍ନତିମୂଳକ କାର୍ଯ୍ୟ କରିଛୁ ଏବଂ ଆଗାମୀ ସମୟରେ ଯାହା କରିବାକୁ ଚିନ୍ତା କରୁଛୁ l ସଂଗଠନ ହେଲାପରେ ସବୁ ନିର୍ଦ୍ଦେଶକ ମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହେବାସହ ପ୍ରଯୋଜକ ସଂଘ, ଟେକ୍ନସିଆନ୍ ସଂଘ, କ୍ୟାମେରା ମ୍ୟାନ ସଂଘ, ରାଇଟର୍ ସଂଘ ଓ ସମସ୍ତ ଟିଭି ଚ୍ୟାନେଲ ସହ ସୁସମ୍ପର୍କ ସ୍ଥାପନ ହୋଇପାରିଛି । ଯାହାଦ୍ବାରା ଆମର ଅନେକ ନିର୍ଦ୍ଦେଶକଙ୍କ ପ୍ରାପ୍ୟ ବାବଦରେ ସମସ୍ୟସବୁକୁ ଖୁବ୍ ସହଜରେ ସମାଧାନ କରାଯାଇପାରିଛି ଏବଂ ସିନେ ପ୍ରଯୋଜକ ଟିଭି ଚ୍ୟାନେଲ ସହ ଉପୁଜୁଥିବା ଅନେକ ସମସ୍ୟାର ସମାଧାନ ଅନାୟାସରେ ହୋଇପାରିଛି । ପ୍ରଯୋଜକ ମାନଙ୍କର କାମ ସୁରୁଖୁରୁରେ ହେବା ଏବଂ କାମ ଉଚ୍ଚମାନର ହେବାସହ ପ୍ରଯୋଜକ ମାନେ କିଭଳି ଲାଭବାନ ହେବେ ସେଥୁପ୍ରତି ସଂଗଠନ ନିଜେ ସଚେତନ ରହିବାକୁ ସହିତ ସଭ୍ୟ ମାନଙ୍କୁ ମଧ୍ଯ ସଚେତନ କରାଉଚି । ନିର୍ଦ୍ଦେଶକ ସଂଘ କେବଳ ଉଚ୍ଚମାନର ସିନେମା ବା ଧାରାବାହିକ ନିର୍ମାଣ କରାଇବା ପାଇଁ ସଚେତନ ଅଛି ତା ନୁହେଁ ବରଂ ସିନେମା ଓ ଧାରାବାହିକ ସହିତ ସଂପକ ୩ୟ, ୪ର୍ଥ ଶ୍ରେଣୀର କର୍ମଚାରୀମାନଙ୍କସାମାଜିକ ଓ ଆର୍ଥିକ ସୁରକ୍ଷା ପ୍ରତି ଧ୍ୟାନ ଦେବା ସହ ଅନେକ ସମୟରେ ସେମାନଙ୍କ କାନ୍ଧ ସହିତ କାନ୍ଧ ମିଶେଇ ଛିଡ଼ା ହେବାପାଇଁ ପ୍ରତିଶ୍ରୁତିବଦ୍ଧ। ନିର୍ଦ୍ଦେଶକ ସଂଘ କେବଳ ସିନେମା ଏବଂ ଧାରାବାହିକ ପ୍ରତି ତାର ଦାୟିତ୍ୱ ବୋଧକୁ ସ୍ବୀକାର କରିଛି ତା ନୁହେଁ ସମାଜପ୍ରତି ଥିବା ତାର କର୍ତ୍ତବ୍ୟକୁ ବାରମ୍ବାର ପାଳନ କରିବାକୁ ଭୂଲି ନାହିଁ, ଯେମିତିକି ଖରାଦିନେ ପଥୁକମାନଙ୍କୁ ଜଳଦାନ,ଛତା ବଣ୍ଟନ, ଟୋପି ବଣ୍ଟନ, ପଣା ବଣ୍ଟନ, ବୃକ୍ଷ ରୋପଣ, ରକ୍ତଦାନ, ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ପାଇଁ ପାଣି ପଣା ଛତା ଇତ୍ୟାଦି ବାଣ୍ଟିବା ସହ ସମାଜର ଅନେକ ଉନ୍ନତିମୂଳକ କାର୍ଯ୍ୟକ୍ରମ ଆୟୋଜନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ନିର୍ଦ୍ଦେଶକ ମାନଙ୍କର ଅସମୟରେ ନିର୍ଦ୍ଦେଶକ ସଂଘ ସବୁବେଳେ ଛିଡ଼ାହୋଇ ଆସିଚି, ବିଶେଷକରି ଯଦି କେହିଜଣେ ନିର୍ଦ୍ଦେଶକ ଅସମୟରେ ମୃତ୍ୟୁବରଣ କରିଛନ୍ତି ନିର୍ଦ୍ଦେଶକ ସଂଘ ସେମାନେ ସଭ୍ୟ କି ନୁହନ୍ତି ସେଥୁପ୍ରତି ଧ୍ୟାନ ନଦେଇ ତାଙ୍କ ପରିବାରସହ ଆର୍ଥିକ ଏବଂ ମାନସିକ ସ୍ତରରେ ଦୃଢ଼ଭାବରେ ଛିଡ଼ାହୋଇ ଆସିଚି, ଅଶୋକ ଶର୍ମା, ତୃପ୍ତି ବିଶ୍ବାଳଙ୍କ ପରିବାର ଏ କଥାର ମୁକସାକ୍ଷି। ଅନେକ ନିର୍ଦ୍ଦେଶକ ଗୋଟେ ନିର୍ଦ୍ଦିଷ୍ଟ ସମୟପରେ ସିଧାସଳଖ ଭାବେ କାର୍ଯ୍ୟକ୍ଷମ ରହିପାରନ୍ତି ନାହିଁ ଆଉ ତାପରେ ତାଙ୍କ ଉପରେ ନିର୍ଭରଶୀଳ ତାଙ୍କ ପରିବାରଅନେକ ନିର୍ଦ୍ଦେଶକ ଗୋଟେ ନିର୍ଦ୍ଦିଷ୍ଟ ସମୟପରେ ସିଧାସଳଖ ଭାବେ କାର୍ଯ୍ୟକ୍ଷମ ରହିପାରନ୍ତି ନାହିଁ ଆଉ ତାପରେ ତାଙ୍କ ଉପରେ ନିର୍ଭରଶୀଳ ତାଙ୍କ ପରିବାର ଅସହାୟତା ଭିତରକୁ ଠେଲିହେଇଯାନ୍ତି। ଦୁଃଖର କଥା ଓଡ଼ିଆ ସିନେମା ଜଗତ ବହୁ ବର୍ଷରେ ପହଞ୍ଚିଥିଲେ ମଧ୍ୟ, ଏ ବିଷୟରେ କେହିକେବେ ଚିନ୍ନାକଲେ ନାହିଁ । ନିର୍ଦ୍ଦେଶକ ସଂଘ ତାର ବାର୍ଷିକ ଉତ୍ସବରେ ପ୍ରଥମ ଥର ପାଇଁ ଏଥି ପ୍ରତି ଅଣ୍ଟା ଭିଡ଼ିଲା। ଦୁଇଜଣ ପୁରୁଖା ନିର୍ଦେଶକଙ୍କୁ ଆଜୀବନ ମାସିକ ୫୦୦୦ ଟଙ୍କା ଲେଖାଏଁ ଦେବାର ବ୍ୟବସ୍ଥା କଲା ଏବଂ ତା ସହିତ ଉଭୟଙ୍କୁ ଏକକାଳୀନ ୫୦ ୦୦୦ଟଙ୍କା ଲେଖାଏଁ ଅନୁଦାନ ଦୁଇଜଣ ନିର୍ଦ୍ଦେଶକ ହେଲେ ରମେଶ ଚନ୍ଦ୍ର ମହାନ୍ତି ଏବଂ ଜ୍ୟୋତି ପ୍ରକାଶ ନାୟକଙ୍କୁ ଦିଆଯାଇଛି । ଏ ଅନୁଦାନ ଆମକୁ ଯୋଗେଇ ଦେଇଛନ୍ତି କିସ୍ ଫାଉଣ୍ଡେସନ । ପ୍ରତିବର୍ଷ ନିର୍ଦ୍ଦେଶକ ସଂଘ ଏହିଭଳି ଆବଶ୍ୟକ କରୁଥିବା ବରିଷ୍ଠ ନିର୍ଦ୍ଦେଶକଙ୍କୁ ଏକକାଳୀନ ଏବଂ ମାସିକ ଆଜୀବନ ଆର୍ଥିକ ଅନୁଦାନ ଯୋଗାଇଦେବାକୁ ପ୍ରତିଜ୍ଞାବଦ୍ଧ । ନିର୍ଦ୍ଦେଶକ ସଂଘ ସିନେମା ଓ ଧାରାବାହିକ ଜଗତ ତଥା ତାସହିତ କାମକରୁଥୁବା ପ୍ରତ୍ୟେକଟି ବ୍ୟକ୍ତିର କିଭଳି ସର୍ବାଙ୍ଗୀନ ଉନ୍ନତି ହେବ ସେଥିପାଇଁ ରାଜ୍ୟ ସରକାରଙ୍କ ସହିତ ବାରମ୍ବାର ଆଲୋଚନା କରି ଚାଲିଛୁ ଏବଂ ସରକାର ମଧ୍ୟ ସେଥି ପ୍ରତି ଦୃଷ୍ଟି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ହିମାଂଶୁ ଖଟୁଆ ତାପସ ସରଘରିଆ ଓ ପ୍ରଦୀପ ଦାସ ଉପସ୍ଥିତ ଥିଲେ।