୨୭ରୁ ଏପିକନ ର ତିନି ଦିନିଆ ୪୬ ତମ ବାର୍ଷିକ ସମ୍ମିଳନୀ ୨୦୨୬

0 7

ଭୁବନେଶ୍ବର: ୨୪/୧୧( ପ୍ରତ୍ୟୁଷା ବ୍ୟୁରୋ )ଆସନ୍ତା ନଭେମ୍ବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତଭୁବନେଶ୍ବରରେ ଆୟୋଜିତ ହେବ ଏପିକନ୍ ଓଡ଼ିଶା ୨୦୨୬। ଆସୋସିଏସନ୍ ଅଫ୍ଫିଜିସିଆନ୍ସ ଅଫ୍ ଇଣ୍ଡିଆ ଓଡ଼ିଶା ଶାଖାର ୪୬ତମ ବାର୍ଷିକ ସମ୍ମିଳନୀ ର ଏହି ତିନିଦିନିଆ କାର୍ଯ୍ୟକ୍ରମ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ୟୁନିଭର୍ସିଟିର କ୍ୟାମ୍ପସ୍-୨ସ୍ଥିତ ଅଡିଟୋରିୟମ୍ ଓ କନଭେନସନ୍ ସେଣ୍ଟରରେ ଅନୁଷ୍ଠିତ ହେବ । ଭୁବନେଶ୍ବରଏପିଆଇ ସିଟି ଶାଖା ପକ୍ଷରୁ ଏହି ସମ୍ମିଳନୀ ଆୟୋଜନ କରାଯାଉଛି।ଏହି ସମ୍ମିଳନୀରେ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରୁ ୭୦୦ରୁ ୮୦୦ ଜଣଚିକିତ୍ସକ ଯୋଗଦେବାର ଆଶା ରହିଛି। ଏସ୍‌ରେ ବରିଷ୍ଠ ଡାକ୍ତର, ବିଶେଷଜ୍ଞ, ଶିକ୍ଷାବିତ୍,ଚିକିତ୍ସା ବିଜ୍ଞାନର ବିଭିନ୍ନ କ୍ଷେତ୍ରର ଅଧ୍ୟାପକ ଏବଂ ସ୍ନାତକୋତ୍ତର ଡାକ୍ତରୀ ଛାତ୍ରଛାତ୍ରୀସାମିଲ ହେବେ। ୨୫୦ରୁ ଅଧ‌ିକ ବରିଷ୍ଠ ଚିକିତ୍ସକ ଓ ବିଶିଷ୍ଟ ବିଶେଷଜ୍ଞ ବିଭିନ୍ନ ବୈଜ୍ଞାନିକଅଷ୍ଟ୍ରେବେଶନରେ ଯୋଗଦେଇ ନିଜର ଅଭିଜ୍ଞତା ଓ ଜ୍ଞାନ ବାଣ୍ଟିବେ।ଆଭ୍ୟନ୍ତରୀଣ ଚିକିତ୍ସା ବିଜ୍ଞାନ (ଇଣ୍ଟରନାଲ୍ ମେଡିସିନ୍) କ୍ଷେତ୍ରରେ ସାମ୍ପ୍ରତିକଅଗ୍ରଗତି ଏବଂ ଆଧୁନିକ ଚିକିତ୍ସା ପଦ୍ଧତି ଉପରେ ଏହି ସମ୍ମିଳନୀରେ ବ୍ୟାପକ ଆଲୋଚନାହେବ। ମଧୁମେହ, ଥାଇରଏଡ୍ ସମସ୍ୟା, ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ, ବୃକ୍‌କ ରୋଗ,ଆଜ୍‌ମା ଓ ଅନ୍ୟାନ୍ୟ ଶ୍ଵାସକ୍ରିୟାଜନିତ ରୋଗ, ମ୍ୟାଲେରିଆ ଓ ଯକ୍ଷ୍ମା ଭଳି ସଂକ୍ରାମକରୋଗ, ଯକୃତ ଓ ପାକସ୍ଥଳୀ ସମସ୍ୟା, ରକ୍ତହୀନତା ଏବଂ ଷ୍ଟ୍ରୋକ୍ ଆଦି ବିଷୟରେବିଶେଷଜ୍ଞମାନେ ଆଲୋଚନା କରିବେ । ବିଷକ୍ରିୟା ଓ ସାପ କାମୁଡ଼ା ଭଳି ଜରୁରୀକାଳୀନଚିକିତ୍ସା ସମ୍ବନ୍ଧୀୟ ବିଷୟ ମଧ୍ୟ ଏହି ଆଲୋଚନାରେ ସ୍ଥାନ ପାଇବ। ରୋଗ ନିରୂପଣରନୂତନ ପଦ୍ଧତି, ଆଧୁନିକ ଔଷଧ ଏବଂ ଉନ୍ନତ ଚିକିତ୍ସା ପ୍ରଣାଳୀ ସମ୍ପର୍କରେ ବିଶେଷଜ୍ଞମାନେତଥ୍ୟ ଉପସ୍ଥାପନ କରିବେ। ଆଜି ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ଏପିକନ୍ ର କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.