ଭୁବନେଶ୍ଵର : ୭/୬/୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ )ଦେଶରେ ରଗ୍ବି ପ୍ରିମିୟର ଲିଗ୍ ଉଦଘାଟନ ସହିତ ଭାରତ ବୃତ୍ତିଗତ କ୍ରୀଡା କ୍ଷେତ୍ରରେ ଏକ ନୂତନ ଯୁଗର ଅୟମାରମ୍ଭ କରିବାକୁ ଯାଉଥିବାବେଳେ ନିଗର ଅନ୍ୟତମ ପ୍ରତିଷ୍ଠାତା ଦଳ କଳିଙ୍ଗ ବ୍ଲାକ ଟାଇଗର୍ସ ତାହାର ଆନୁଷ୍ଠାନିକ ଜର୍ସି ଏବଂ ମାସ୍କଟକୁ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚନ ସହିତ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛି । ଓଡ଼ିଶାରେ ଗଭୀର ଭାବରେ ଜଡିତ ଥିବା ଏକ ପୁଞ୍ଜିନିବେଶ ସଂସ୍ଥା ହଞ୍ଚ ଭେଞ୍ଚର୍ସ ସମର୍ଥନରେ କଳିଙ୍ଗ ବ୍ଲାକ ଟାଇଗର୍ସ କେବଳ ଏକ କ୍ରୀଡା ଫ୍ରାଞ୍ଚାଇଜି ଠାରୁ ଅଧିକ କିଛିର ପ୍ରତିନିଧୃତ୍ଵ କରୁଛି; ସେମାନେ ଜାତୀୟ ମଞ୍ଚରେ ରାଜ୍ୟର ବିକାଶ ଏବଂ ସ୍ଵୀକୃତି ନିମନ୍ତେ ଏକ ପ୍ରଶସ୍ତ ଦୃଷ୍ଟିକୋଣ ବହନ କରୁଛନ୍ତି। ହଞ୍ଚ ଭେଞ୍ଚର୍ସ ପ୍ରଭାବୀ ପ୍ରୟାସଗୁଡିକ ଜରିଆରେ ଓଡ଼ିଶାକୁ ନିରନ୍ତର ସମର୍ଥନ କରିଆସିଛି। ଚଳିତ ବର୍ଷ ପ୍ରାରମ୍ଭରେ କମ୍ପାନୀ ଏହି ଅଞ୍ଚଳର ଷ୍ଟାର୍ଟଅପ୍ ପରିବ୍ୟବସ୍ଥାକୁ ସୁଦୃଢ କରିବାର ଏକ ଯୁଗାନ୍ତକାରୀ ପଦକ୍ଷେପରେ ଷ୍ଟାର୍ଟଅପ୍ ଓଡ଼ିଶା ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ଵାକ୍ଷର କରିଥିଲା। କଳିଙ୍ଗ ବ୍ଲାକ ଟାଇଗର୍ସ ସହିତ ହଞ୍ଚ ପ୍ରତିଭାଙ୍କର ପରିପୋଷଣ, ଆଞ୍ଚଳିକ ପରିଚୟକୁ ନେଇ ଖୁସି ମନାଇବା ଏବଂ ଜାତୀୟ ସ୍ତରରେ ଓଡ଼ିଶାକୁ ସର୍ବସମ୍ମୁଖକୁ ଆଣିବା ନିମନ୍ତେ ନିଜର ପ୍ରତିବଦ୍ଧତା ଜାରି ରଖୁଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ରାହୁଲ ବୋଷ, ପ୍ରେସିଡେଣ୍ଟ, ରଗ୍ବି ଇଣ୍ଡିଆ; ପ୍ରିୟଦର୍ଶୀ ମିଶ୍ର, ପ୍ରେସିଡେଣ୍ଟ, ଓଡ଼ିଶା ରଗ୍ବି ଫୁଟବଲ ଆସୋସିଏସନ (ଓଆରଏଫଏ); ଶ୍ରୀ କରନପାଲ ସିଂ, ପ୍ରତିଷ୍ଠାତା, ହଞ୍ଚ ଭେଞ୍ଚର୍ସ ଏବଂ ସହ-ମାଲିକ କଳିଙ୍ଗ ବ୍ଲାକ ଟାଇଗର୍ସ; ମୁଖ୍ୟ କୋଚ ମାଇକ ଫ୍ରାଇଡେ; ସହକାରୀ କୋଚ ରାଜୀବ ନାଥ ଏବଂ କଳିଙ୍ଗ ବ୍ଲାକ ଟାଇଗର୍ସର ସମ୍ପୂର୍ଣ୍ଣ ଟିମ୍ ସମେତ ଅନେକ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ରଗ୍ବି ପ୍ରିମିୟର ଲିଗର ପୃଷ୍ଠପୋଷକମାନେ ଉପସ୍ଥିତ ଥିଲେ।