ଭୁବନେଶ୍ୱରକୁ ସିମନ୍ସ ବିୟୁଟିରେଷ୍ଟ ଆଣିଛି ଓପୁଲେଟ ଡେକୋର ବାଏ ହରିଆନା ହ୍ୟାଣ୍ଡଲୁମ ।

0 87

ଭୁବନେଶ୍ଵର : ୦୧ଜୁନ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) ପୂର୍ବ ଭାରତର ପ୍ରିମିୟମ ହୋମ ଡେଷ୍ଟିନେଶନ ଡେକୋର ବାଏ ହରିଆନା ହ୍ୟାଣ୍ଡଲୁମ୍‌ ଭୁବନେଶ୍ଵରର ଲକ୍ଷ୍ମୀ ବିହାରସ୍ଥିତ ଏହାର ଫ୍ଲାଗସିପ ଷ୍ଟୋରକୁ ବିଶ୍ଵବ୍ୟାପୀ ସୁପରିଚିତ ଲକ୍‌ଜରୀ ମ୍ୟାଟ୍ରେସ ବ୍ରାଣ୍ଡ ସିମନ୍ସ ବିୟୁଟିରେଷ୍ଟ ଆଣିଥିବା ସମ୍ପର୍କରେ ଘୋଷଣା କରିଛି । ଭିଏଫଆଇ ଗ୍ରୁପ ସହ ସହଯୋଗିତାରେ ଏହି ସହଭାଗିତା ଅଂଚଳ ପାଇଁ ଲକ୍‌ଜରୀ ସ୍କ୍ରିପ ସେଗମଂଟ କ୍ଷେତ୍ରରେ ଏକ ନିର୍ଣ୍ଣାୟକ ମୁହୂର୍ତକୁ ଚିହ୍ନିତ କରିଛି । ଭୁବନେଶ୍ବରର ଜନପଥ ରୋଡଠାରେ ୧୯୭୦ରେ ଆରମ୍ଭ ହୋଇଥିବା ଏକ ବିରାସତ ସହିତ ହରିଆନା ହ୍ୟାଣ୍ଡଲୁମ୍‌ ହେଉଛି ହୋମ ଏ କ୍ଷେତ୍ରରେ ଓଡିଶାରୁ ସବୁଠାରୁ ପୁରାତନ ଓ ସମ୍ମାନିତ ନାମ । ଲାଜପତ ଚାୱଲାଙ୍କ ଦ୍ଵାରା ସ୍ଥାପିତ ଏହି ବ୍ରାଣ୍ଡ ତାଙ୍କ ପୁଅ ଗୌରବ ଚାୱଲାଙ୍କ ନେତୃତ୍ବରେ ସାଧାରଣ ଦୋକାନରୁ ଏକ ବିସ୍ତୃତ ଡିଜାଇନ-ଭିତିକ ରିଟେଲ ଡେଷ୍ଟିନେଶନରେ ପରିଣତ ହୋଇଛି । ତାଙ୍କ ସ୍ଵପ୍ନର ପ୍ରକଳ୍ପ ଓପୁଲିଂଟ ଡେକୋର ଏବେ ପୂର୍ବ ଭାରତର ଅନ୍ୟତମ ସର୍ବବୃହତ ଓ ସବୁଠାରୁ ବିଳାସପୂର୍ଣ୍ଣ ଷ୍ଟୋର ଭାବେ ଉଭା ହୋଇଛି ନିକଟରେ ଓପୁଲିଂଟ ଡେକୋରରେ ଲଂଚ ହୋଇଥ‌ିବା ସିମନ୍ସ ବିୟୁଟିରେଷ୍ଟ ଏକ୍ସପେରିଏନ୍ସ ସଂଟର୍ ସ୍ଵତନ୍ତ୍ର ଭାବେ ବ୍ରାଣ୍ଡର ଆଇକୋନିକ ବିୟୁଟିରେଷ୍ଟ ବ୍ଲାକ କଲେକ୍ସନକୁ ପ୍ରଦର୍ଶିତ କରୁଛି, ଯାହାକି ଏହାର ଅତ୍ୟାଧୁନିକ ସ୍କ୍ରିପ ଟେକ୍ନୋଲୋଜି ଓ କାରିଗରୀ ପାଇଁ ବିଶ୍ଵବ୍ୟାପୀ ସୁପରିଚିତ । ଏହି ଲଂଚ ସହିତ ଭୁବନେଶ୍ଵର ଆନ୍ତର୍ଜାତୀୟ ମାନର ଶୟନ ଅନୁଭୂତି ପ୍ରଦାନ କରୁଥ‌ିବା ସହରଗୁଡିକର ପ୍ରତିଷ୍ଠିତ ତାଲିକାରେ ସାମିଲ ହୋଇଛି । ଏହି ଷ୍ଟୋର୍‌ରେ ଭାରତୀୟ ଆରାମ ପାଇଁ ପ୍ରସ୍ତୁତ ଏହାର ଆଡଭାନ୍ସଡ ଏର୍ଗୋନୋମିକ ଟେକ୍ନୋଲୋଜି ପାଇଁ ପରିଚିତ ଏକ ବ୍ରାଣ୍ଡ ସ୍ପ୍ରିଙ୍ଗଫିଟ୍ ଏବଂ ପ୍ରାକୃତିକ ସୁସ୍ଥତା ଓ ସ୍ଥାୟିତ୍ଵ ପାଇଁ ଡିଜାଇନ କରାଯାଇଥିବା ଏକ ଫୋର ଲାଟେକ୍ସ ଫୋମ୍ ମ୍ୟାଟ୍ରେସ ରେଞ୍ଜ ଅର୍‌ଗାନାର ପ୍ରିମିୟମ ଉତ୍ପାଦ ଉପଲବ୍ଧ ରହିଛି ।

Leave A Reply

Your email address will not be published.