ଏମ ଡି କ୍ରଏସନ ଓ ଗ୍ରୁପ ପକ୍ଷରୁ କ୍ୟାନ୍ସର ସଚେତନତା ଅଭିଯାନ

0 192

ଭୁବନେଶ୍ବର , ପ୍ରତ୍ୟୁଷା ନିୟୁଜ, ୨୫ ମଇ ୨୦୨୫ ( ପି ଏନ ଏସ ) ରୋଟାରି ଭବନ, ଭୁବନେଶ୍ବର ଠାରେ ଏକ ବିଶେଷ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ ଏମ ଡି କ୍ରିଏସନ ଓ ଗ୍ରୁପ ତରଫରୁ ଆୟୋଜିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଲୋକମାନଙ୍କ ମଧ୍ୟରେ କ୍ୟାନ୍ସର ସମ୍ପର୍କରେ ସଚେତନତା ବୃଦ୍ଧି କରିବା, ଏହାକୁ ତୁରନ୍ତ ଚିହ୍ନଟ କରାଯାଇ କିପରି ତାର ଚିକିତ୍ସା କରାଯାଇପାରିବ ସେ ବିଷୟରେ ଅବଗତ କରାଇଥିଲେ ଓ ରୋଗୀମାନେ କିପରି ଆରୋଗ୍ୟ ମୁକ୍ତ ଜୀବନ ଯାପନ କରିବେ ତାହା ଉପରେ ଅତିଥି ଡାକ୍ତର ମାନେ ବୁଝାଇ ଥିଲେ ଏକ ଛୋଟ ନାଟକ ଏବଂ ନୃତ୍ୟ ମାଧ୍ୟମରେ ଏହାକୁ ପରିବେଷଣ କରାଯାଇଥିଲା ଯାହାକୁ ଗ୍ରୁପ୍‌ର ସଦସ୍ୟ ମାନେ ପ୍ରଦର୍ଶନ କରିଥିଲେ। ଉପସ୍ଥିତ ଡାକ୍ତରମାନଙ୍କ ମଧ୍ୟରେ ଡକ୍ଟର ଅମିତାଭ ଜେନା, ଡକ୍ଟର ସଞ୍ଜୀବ ମିଶ୍ର, ଡକ୍ଟର ଅନ୍ତରା ସନ୍ୟାଲ, ଡକ୍ଟର ଆରତୀ ନାୟକ, ଡକ୍ଟର ପିକେ ସାହୁ ପ୍ରମୁଖ ରୋଗ ସମ୍ପର୍କରେ ସଚେତନ କରିବା ସହ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ପରିଶେଷରେ ଏମ୍. ଡି. କ୍ରିଏସନ୍ସର ମୁଖ୍ୟ ମନୋରଞ୍ଜନ ଦାସ ଏବଂ ମମତା ଦାଶ ଏହି ସଚେତନତା ଅଭିଯାନରେ ଯୋଗଦେଇଥ‌ିବା ସମସ୍ତଙ୍କୁ ସାଧୁବାଦ୍ ଦେଇଥିଲେ। କ୍ରାର୍ଯକ୍ରମ ପରିଚାଳନା କରିଥିଲେ କୁମାର ଗୌରବ ଏବଂ ଅନୁସୂୟା |

Leave A Reply

Your email address will not be published.