ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ ଆଗତ ।

0 32

ଭୁବନେଶ୍ୱର : ୨୯/୩/୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭା ଗୃହରେ ବ୍ୟୟ ମଞ୍ଜୁରୀ ବିଲ ୨୦୨୫ ଗୃହରେ ଆଗତ କରିଛନ୍ତି। ବାଚସ୍ପତି ସୁରମା ପାଢ଼ୀ ଗୃହରେ ଅଧ୍ୟକ୍ଷତା କରି ଏହାକୁ ଆଲୋଚନା ପାଇଁ ସମ୍ମତି ଦେବା ପରେ ବିରୋଧୀ ଦଳ ବିଜେଡି ପକ୍ଷରୁ ନୟାଗଡ଼ ବିଧାୟକ ଅରୁଣ ସାହୁ ଆଲୋଚନା ଆରମ୍ଭ କରିଥିଲେ। ଶ୍ରୀ ସାହୁ ସରକାରକୁ ସମାଲୋଚନା କରି ହାତୀ ଭଳି ବଜେଟ ପିମ୍ପୁଡି ଭଳି ଖର୍ଚ୍ଚ ବୋଲି କହିଥିଲେ। ସରକାରରେ ଏବେ ଗୁଜୁରାଟୀକରଣ କରାଯାଉଛି। ବେଦାନ୍ତ କିଏ ବୋଲି ପ୍ରଶ୍ନ କରି ସରକାରଙ୍କୁ କଟାକ୍ଷ କରିଥିଲେ।ଶାସକ ଦଳ ପକ୍ଷରୁ ଝାରସୁଗୁଡା ବିଧାୟକ ଟଙ୍କ ଧର ତ୍ରିପାଠୀ ବ୍ୟୟ ମଞ୍ଜୁରୀ ବିଲକୁ ସମର୍ଥନ କରି ପୂର୍ଵ ସରକାର ସମୟରେ ହୋଇଥିବା ଦୁର୍ନୀତି ଖୋଲି କହିବା ପରେ ନରେନ୍ଦ୍ର ମୋଦି ସରକାର ଆସିବା ପରେ କେଉଁ ଭଳି ବିକାଶ ହୋଇଛି ତାର ଚିତ୍ର ରଖିଥିଲେ।

Leave A Reply

Your email address will not be published.