ଭୁବନେଶ୍ୱର : ୨୮ମାର୍ଚ୍ଚ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) କଟକ ଜିଲ୍ଲା ନରସିଂହପୁର ବ୍ଲକ ନିଜିଗଡ଼ ଅଞ୍ଚଳର ଉଦୀୟମାନ ଯୁବ ସମାଜ ସଂଗଠକ ବିଜୟ କୁମାର ପଣ୍ଡା ଆସନ୍ତା ଉତ୍କଳ ଦିବସ ଅବସରରେ ରାଜ୍ୟ ଏକ ପ୍ରତିଷ୍ଠିତ ବୈଦୁତିକ ଗଣ ମାଧ୍ୟମ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ହେବେ। ଶ୍ରୀ ପଣ୍ଡା ତାଙ୍କ ଜୀବନ କାଳ ମଧ୍ୟରେ ସାମାଜିକ ସ୍ତରରେ ଶିକ୍ଷା ସ୍ୱାସ୍ଥ୍ୟ ଏବଂ ସାମାଜିକ ସଂଗଠନ ସାର୍ପ ମାଧ୍ୟମ ରେ କ୍ରୀଡାକୁ ପ୍ରୋତ୍ସାହିତ କରି ଯୁବ ବର୍ଗ ମଧ୍ୟରେ ପ୍ରେରଣା ପାଲଟି ଥିବାରୁ ତାଙ୍କୁ ଅଳ୍ପ ବୟସରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏମ୍ସର ପ୍ରାକ୍ତନ ଡାକ୍ତର ସୁନାମଧନ୍ୟ ପଦ୍ମ ଭୂଷଣ ଏ ମହାପାତ୍ର ବିଜୟଙ୍କୁ ଏହି ସମ୍ମାନଜନକ ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଶ୍ରୀ ପଣ୍ଡାଙ୍କ ଉତ୍ତୋରତ୍ତର ଜୀବନର ମଙ୍ଗଳ କାମନା ଅନୁଷ୍ଠାନ ପକ୍ଷରୁ କରାଯାଇଛି।
