ଭୁବନେଶ୍ଵର : ୨୮/୩/ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ )ଦାୟିତ୍ଵସମ୍ପନ୍ନ ଜୁଏଲର ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍ ଓଡ଼ିଶାର ଭୁବନେଶ୍ଵର ସୌଭାଗ୍ୟନଗର ଠାରେ ତାହାର ୩ୟ ସୋ’ରୁମ୍ ଉଦଘାଟନ କରିଛି । ଏହି ଅତ୍ୟାଧୁନିକ ସୋ’ରୁମ୍ ଗହଣାଗୁଡିକର ଆକର୍ଷଣୀୟ କଲେକ୍ସନ ସହିତ ଗ୍ରାହକଙ୍କୁ ଏକ ଅତୁଳନୀୟ କିଣାକିଣି ଅନୁଭୂତି ପ୍ରଦାନ କରିବା ପାଇଁ ଡିଜାଇନ କରାଯାଇଛି, ଯେଉଁଠାରେ ପ୍ରତ୍ୟେକ ଅବସର ନିମନ୍ତେ ବହୁବିଧ ବର୍ଗର ଡିଜାଇନ ଓ ଷ୍ଟାଇଲ ପ୍ରଦର୍ଶିତ ହେଉଛି। ଏହି ଉଲ୍ଲେଖନୀୟ ସଫଳତା ଭାରତରେ ତାହାର ଉପସ୍ଥିତିକୁ ପରିବ୍ୟାପ୍ତ କରିବା ଏବଂ ଗ୍ରାହକମାନଙ୍କୁ ଉନ୍ନତତ୍ତର କାରିଗରୀ ଏବଂ ଅତୁଳନୀୟ ସେବା ଯୋଗାଇଦେବା ନିମନ୍ତେ ବ୍ରାଣ୍ଡର ପ୍ରତିବଦ୍ଧତା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ହୋଇଛି । ପରିଚାଳନା ଦଳର ସଦସ୍ୟ, ଗ୍ରାହକ ଏବଂ ଶୁଭେଚ୍ଛୁଙ୍କ ଉପସ୍ଥିତିରେ ପ୍ରସିଦ୍ଧ ଓଡ଼ିଆ ଓଲିଉଡ୍ ଅଭିନେତା ତଥା ମାଲାବାର ଜୁଏଲର୍ସର ବ୍ରାଣ୍ଡ ଆମ୍ବାସଡର ଶ୍ରୀ ସବ୍ୟସାଚୀ ମିଶ୍ରଙ୍କ ଦ୍ବାରା ଉଦ୍ଘାଟନ କରାଯାଇଥିଲା । ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍ର ଭାରତ, ମଧ୍ୟପ୍ରାଚ୍ୟ, ଆମେରିକା, କାନାଡା ଏବଂ ଅଷ୍ଟ୍ରେଲିଆ ସମେତ ୧୩ଟି ରାଷ୍ଟ୍ରରେ ୩୮୦ରୁ ଅଧ୍ୟକ ସୋ’ରୁମ ସହିତ ବୈଶ୍ଵକ ଉପସ୍ଥିତି ରହିଛି। ଏହାର ବିପୁଳ କଲେକ୍ସନ, ଅତୁଳନୀୟ ଗୁଣବତ୍ତା ଏବଂ ଗ୍ରାହକ-କେନ୍ଦ୍ରିକ ଆଭିମୁଖ୍ୟ ପାଇଁ ସୁଖ୍ୟାତି ଅର୍ଜନ କରିଥିବା ଏହି ବ୍ରାଣ୍ଡ୍ ଚଳିତ ମାର୍ଚ୍ଚରେ ଭାରତର ବିଭିନ୍ନ ସ୍ଥାନରେ ୧୨ଟି ନୂଆ ସୋ’ରୁମ୍ ଉଦଘାଟନ ସହିତ ନିଜର ଉପସ୍ଥିତିକୁ ସମ୍ପ୍ରସାରିତ କରୁଛି । ଏହି ନୂଆ ସୋ’ରୁମ୍ ଭାରତୀୟ ଜୁଏଲାରୀ ବଜାରରେ ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍ର ନେତୃତ୍ବକୁ ପୁନଃ ସୁଦୃଢ କରୁଛି। ନୂଆ ସୋ’ରୁମ୍ ସୁନା, ହୀରା, ପ୍ଲାଟିନମ୍ ଏବଂ ଜେନ ପିସ୍ ସମେତ ବ୍ୟାପକ ବର୍ଗର ଗହଣା ଉପଲବ୍ଧ କରାଉଛି, ଯେଉଁଗୁଡିକ ପ୍ରତ୍ୟେକ ପସନ୍ଦ ଓ ଅବସରକୁ ଖାପ ଖୁଆଇବା ଭଳି ଡିଜାଇନ କରାଯାଇଛି ।