ଓଡିଶା ଛୁଇଁଲା ମୌସୁମୀ

0 176

ଭୁବନେଶ୍ୱର 16/6 ( ପ୍ରତ୍ୟୁଷl ବ୍ୟୁରୋ):

ପ୍ରତୀକ୍ଷାର ଅନ୍ତ ଘଟିଛି l ସ୍ୱାଭାବିକ ଭାବରେ ମୌସୁମୀ ଆଜି ଓଡିଶା ଛୁଇଁଛି l ରାଜ୍ୟର ମାଲକାନଗିରି,କୋରାପୁଟ ଓ ନବରଙ୍ଗପୁରପୁର ଜିଲ୍ଲାରେ ଏହାର ପହିଲି ପ୍ରବେଶ ହୋଇଥିବା ବେଳେ ନୂଆପଡା କଳାହାଣ୍ଡି ଓ ରାୟଗଡା ଜିଲ୍ଲାର ଅଳ୍ପ କେତେକ ଅଞ୍ଚଳରେ ମୌସୁମୀ ପ୍ରବେଶ କରିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି l ପାଗ ଅନୁକୂଳ ଥିବାରୁ ଆସନ୍ତା ତିନିଦିନ ମଧ୍ୟରେ ଏହା ସାରା ଓଡିଶା ଛୁଇଁଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି l ଓଡିଶାରେ ମୌସୁମୀ ବର୍ଷା ଉପରେ ଖରିପ ଚାଷବାସ ନିର୍ଭର କରୁଥିବାରୁ ଚାଷୀକୁଳ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି l ଏହା ଛଡା ଗତ ଦୁଇ ମାସ ଧରି ତାତିରେ ଲୋକେ ଆଉଟୁ ପାଉଟୁ ହେଉଥିବା ବେଳେ ମୌସୁମୀ ପ୍ରବେଶ ଖବର ସାରା ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିଛି l

Leave A Reply

Your email address will not be published.