ଓପେପା ପକ୍ଷରୁ ଜଗନ୍ନାଥ ପ୍ରଧାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ।

0 345

ଭୁବନେଶ୍ୱର ୧୪/୭( ପ୍ରତ୍ୟୁଷା ବ୍ୟୁରୋ ) : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ସମାଜ ସେବୀ ଜଗନ୍ନାଥ ପ୍ରଧାନଙ୍କୁ ଓପେପା କର୍ମଚାରୀ ସେବା ସଂଘ ତରଫରୁ ନୂତନ ସଭାପତି ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ସମ୍ବର୍ଦ୍ଧନା ଦିଆଯାଇଛି l ଏହି କାର୍ଯ୍ୟକ୍ରମରେ ଓପେପାର କର୍ମକର୍ତ୍ତା ଉପସ୍ଥିତ ରହି ସଂଘର ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ୭ ଗୋଟି ଜିଲ୍ଲା ଏବଂ ରାଜ୍ୟ କାର୍ଯ୍ୟାଳୟର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଓପେପା କର୍ମନାରୀ ସଂଘର ରାଜ୍ୟ କର୍ମକର୍ତ୍ତା ଓ କାର୍ଯ୍ୟକାରୀ ସଦସ୍ୟ ମାନଙ୍କ ଉପସ୍ଥିତିରେ ଜଗନ୍ନାଥ ଶ୍ରୀ ପ୍ରଧାନଙ୍କୁ ପୁଷ୍ପ ଗୁଛ ଦିଆ ଯାଇଥିଲା ଓପେପା ଅଧୀନରେ କାର୍ଯ୍ୟରତ ୧୦୦ କର୍ମଚାରୀ ଦୀର୍ଘ ୨୦ ବର୍ଷରୁ ଉର୍ଜ କାର୍ଯ୍ୟ କରିବା ପରେ ସେମାନଙ୍କ ଚାକିରୀ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ରଖିଥିଲେ l ଯଦି ସରକାର କୌଣସି ପଦକ୍ଷେପ ନେବା ପରିବର୍ତ୍ତେ ୨୦୧୪ ମସିହାରେ ସରକାରଙ୍କ ଅନୁମୋଦନ କ୍ରମେ ନିତିକୂଳ ହୋଇଥିବା ବେବନ କୁ ଆକ୍ରୋଶ ମୂଳକ ଭାବେ ୨୦୧୯ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୪ ବର୍ଷ ଧରି ନ କରି କର୍ମଚାରୀ ମାନଙ୍କୁ ସପ୍ତମ ବେତନ କମିଶନ ସୁପାରିସ ଅନୁଯାୟୀ କେବଳ ଦେଖନ୍ତୁ ବଞ୍ଚିତ କରାଯାଇଛି । ସବୁଠାରୁ ଦୁର୍ଭାଗ୍ୟପୂର୍ଣ୍ଣ କଥା ହେଉଛି ଅନ୍ୟ ରାଜ୍ୟ ଯଥା ମଣିପୁର, ହିମାଚଳ ପ୍ରଦେଶ, ବିହାର, ପଶ୍ଚିମ ବଙ୍ଗ, ହରିୟଣା ଭଳି ରାଜ୍ୟ ଗୁଡ଼ିକରେ ସମଗ୍ର ଶିକ୍ଷା କର୍ମଚାରୀ ମାନଙ୍କୁ ଢାଳର ରାଜ୍ୟ ସରକାର ତାଙ୍କୁ ନିୟମିତ କରିସାରିଥିଲେ ମଧ୍ୟ ଓଡ଼ିଶା ଭଳି ଜନ ହିତକର ରାଜ୍ୟରେ ଏହାପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏଥି ସହିତ ୨୦୨୨ ମସିହା ପରଠାରୁ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ ର ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ କରିବାପାଇଁ ପଞ୍ଚାୟତି ରାଜ ବିଭାଗ ମାଧ୍ୟମରେ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ଅନୁମୋଦିତ ଅର୍ଥକୁ ବିନିଯୋଗ କରିବା ପାଇଁ ନିଷ୍ପତି ନିଆ ଯାଇ ପ୍ରକାଶ ପାଇଥିଲା ଏବଂ ସରକାରଙ୍କ ନିୟୁକ୍ତି ଅନୁଯାୟୀ ଓସେପା ଅଧୀନରେ କାର୍ଯରତ ୩୦୦ ରୁ ଉର୍ଦ୍ଧ୍ଵ ଇଞ୍ଜିନିୟର ।

Leave A Reply

Your email address will not be published.