ଆମ୍ରି ଏବେ ମଣିପାଲ୍ ହସ୍ପିଟାଲ୍ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ବଳିଷ୍ଠ ପରିଚୟ ।

0 68

ଭୁବନେଶ୍ୱର, ୨୨ ମଇ ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ଭାରତର ଦ୍ଵିତୀୟ ବୃହତ୍ତମ ଡାକ୍ତରଖାନା ଶୃଙ୍ଖଳା ମଣିପାଲ ହସ୍ପିଟାଲ୍ ୨୦୨୩ ସେପ୍ଟେମ୍ବରରେ ଅଧିଗ୍ରହଣ କରିଥିବା ଭୁବନେଶ୍ବରର ୪୦୦ ଶଯ୍ୟା ବିଶିଷ୍ଟ ଆଗ୍ରୀ ହସ୍ପିଟାଲ୍ କୁ ସଫଳତାର ସହ ନିଜ ବ୍ରାଣ୍ଡରେ ଏକକୀକରଣ କରିଛି । ମେ ୨୨ ତାରିଖରୁ ଏହି ହସ୍ପିଟାଲ୍ ଏହାର ବିଭିନ୍ନ ସେବାଗୁଡିକୁ ମଣିପାଲ ହସ୍ପିଟାଲର ମାନଦଣ୍ଡ ଅନୁଯାୟୀ ପ୍ରଦାନ କରିବ, ଯାହା ପୂର୍ବ ଭାରତରେ ସ୍ବାସ୍ଥ୍ୟସେବାର ରୂପାନ୍ତରଣ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପରିଚୟ ହେବ । ଏହି ଏକକୀକରଣ ଏହି ଅଞ୍ଚଳରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ଏକ ନୂତନ ଯୁଗକୁ ସୂଚିତ କରୁଛି, କାରଣ ଏହି ଡାକ୍ତରଖାନାରେ ଥିବା ସୁବିଧାଗୁଡିକୁ ମହାନଗର ଅଞ୍ଚଳର ଡାକ୍ତରଖାନା ଗୁଡିକରେ ମିଳୁଥିବା ସୁବିଧା ଗୁଡିକ ସହିତ ସମାହ ସ୍ତରକୁ ଉନ୍ନତିକରଣ କରିବାକୁ ମଣିପାଲ ହସ୍ପିଟାଲ୍‌ସ୍ ପ୍ରତିଶୃତିବଦ୍ଧ । ପରିବର୍ତ୍ତନର ଏକ ଅଂଶ ଭାବରେ, ନିମ୍ନଲିଖୁବ ଉପାଦାନଗୁଡିକ ମଣିପାଲ ହସ୍ପିଟାଲ ବ୍ରାଣ୍ଡିଂ ସହିତ ବଦଳାଯିବ, ଯାହା ଏକ ସମନ୍ବିତ ପରିଚୟ ଏବଂ ଗୁଣାତ୍ମକ ସେବା ପ୍ରଦାନ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବ: ମଣିପାଲ ହସ୍ପିଟାଲ୍‌ର ଚିଫ୍ ପିପୁଲ୍ସ୍ ଅଫିସର୍ ଶ୍ରୀ ପାର୍ଥ ଦାସ ଏହି ସମନ୍ବୟ ଉତ୍ସାହ ପ୍ରକାଶ କରି କହିଛନ୍ତି, “ସମଗ୍ର ପୂର୍ବ ଭାରତରେ ସ୍ୱାସ୍ଥ୍ୟସେବା ଯୋଗାଣକୁ ବୃଦ୍ଧି କରିବା ଆମର ଲକ୍ଷ୍ୟ ଦିଗରେ ଏହି ଏକକୀକରଣ ଏକ ଗୁରୁତ୍ତ୍ଵପୂର୍ଣ୍ଣ ପଦକ୍ଷେପ । ଆଗ୍ରୀ ହସ୍ପିଟାଲ୍ ର ସମୃଦ୍ଧ ପରମ୍ପରା ସହିତ ମଣିପାଲ ହସ୍ପିଟାଲ୍ଡର ପାରଦର୍ଶୀତାକୁ ମିଶ୍ରଣ କରି, ଆମେ ଆମର ରୋଗୀମାନଙ୍କୁ ଉତ୍‌କୃଷ୍ଟ ଯନ୍ତ୍ର ପ୍ରଦାନ କରିବା ସହିତ ଆମ କର୍ମଚାରୀମାନଙ୍କ ମଧ୍ୟରେ ସହଯୋଗ ଏବଂ ଭବାର ସଂସ୍କୃତିକୁ ପ୍ରୋତ୍ସାହିତ କରିବାକୁ ମଧ୍ଯ ପ୍ରତିଶ୍‌ରୁତିବଦ୍ଧ । ଏହି ଏକକୀକରଣ, କର୍ମଚାରୀ ନୀତିର ମଧ୍ୟ ସମନ୍ଵୟକୁ ସୂଚିତ କରେ, ଯାହା ଯାହା ସମସ୍ତ ପ୍ରତିଷ୍ଠାନରେ ଏକ ସମନ୍ବିତ ଏବଂ ସହାୟକ ପରିବେଶ ସୁନିଶ୍ଚିତ କରିବ ।

Leave A Reply

Your email address will not be published.