ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ।

0 54

ଭୁବନେଶ୍ୱର,୨୦/୦୫/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ): ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ପଞ୍ଚମ ପର୍ଯ୍ୟାୟ ତଥା ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ଆସ୍କା ସଂସଦୀୟ କ୍ଷେତ୍ର ତଥା ଉକ୍ତ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୩୫ ବିଧାନସଭା କ୍ଷେତ୍ରରେ ଆଜି ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି । ତା. ୨୦/୦୫/୨୦୨୪ରିଖ ସୋମବାର ପୂର୍ବାହ୍ନରେ ଗଣମାଧ୍ୟମରେ ପ୍ରତିନିଧୁମାନଙ୍କୁ ଏକ ପ୍ରେସ୍‌ର୍ତ୍ତାରେ ଶ୍ରୀ ଧଳ କହିଛନ୍ତି ଯେ ଉପରୋକ୍ତ ୫ ସଂସଦୀୟ କ୍ଷେତ୍ରରେ ୯୧୬୨ ମତଦାନ କେନ୍ଦ୍ରରେ ନାଗରିକମାନେ ମତଦାନ କରୁଛନ୍ତି ଏବଂ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି । ସୂଚନାଯୋଗ୍ୟ ଯେ ଉପରୋକ୍ତ ୫ଟି ସଂସଦୀୟ କ୍ଷେତ୍ର ପାଇ ୭୯,୬୯,୮୮୭ ମତଦାତା ପଂଜୀକୃତ ହୋଇଛନ୍ତି । ମକ୍‌ଲବେଳେ ଯେଉଁ ବୁଥ୍ରେ ଇଭିଏମ୍ରେ ତ୍ରୁଟି ଦେଖାଦେଇଥିଲା ସେଠାରେ ଇଭିଏମ୍ ରିପ୍ଲେସ୍ କରାଯାଇଛି ଏବଂ ଶୃଙ୍ଖଳିତ ଭାବେ ମତଦାନ ଜାରି ରହିଛି । ସକାଳ ୯ ଘଟିକା ସୁଦ୍ଧା ଆପାତତଃ ୭ ଶତକଡ଼ା ମତଦାନ ହୋଇଥିବା ଜଣାପଡ଼ିଛି ଏବଂ ଏହା ଆଗକୁ ବଢ଼ିବ । ସହରାଞ୍ଚଳରେ ମତଦାନ ହାର ବୃଦ୍ଧି ହେବାର ଆଶା କରାଯାଉଛି । ୫୪୦୦ରୁ ଅଧ‌ିକ ବୁଥ୍ରେ ୱେବ୍‌ଟିଂ କରାଯାଇ ମୁକ୍ତ, ଅବାଧ, ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନ ପରିଚାଳନା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ଶ୍ରୀ ଧଳ କହିଛନ୍ତି । ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଆଇନଶୃଙ୍ଖଳା ରକ୍ଷା ଦିଗରେ କଡ଼ା ଅଭିମୁଖ୍ୟ ଗ୍ରହଣ କରାଯାଇଛି ଏବଂ ‘ଶୂନ୍ୟ ସହନଶୀଳ’ ନୀତିକୁ ଆଧାର କରାଯାଇଛି । ଗଣତନ୍ତ୍ରର ମହାପର୍ବରେ ସାମିଲ ହେବା ପାଇଁ ନାଗରିକମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଓ ଉତ୍ସାହ ପରିଲକ୍ଷିତ ହେଉଛି ।

Leave A Reply

Your email address will not be published.