ନବୀନ ଶାସନରେ ଓଡ଼ିଶା “ଭ୍ରଷ୍ଟାଚାରୀ”ଙ୍କ ପେଣ୍ଠସ୍ଥଳ ହୋଇଛି : ସଜ୍ଜନ ଶର୍ମା ।

0 16

ଭୁବନେଶ୍ୱର, ତା.୦୭/୦୫ ( ପ୍ରତ୍ୟୁଷା ବ୍ୟୁରୋ ) : ନିର୍ବାଚନ ମାହୋଲ ଏବେ ଗରମା ଗରମ ହେବା ଆରମ୍ଭ କରିଛି । ସାଧାରଣତଃ ନିର୍ବାଚନ ସମୟରେ ଯେଉଁ ରାଜନୈତିକ ଦଳ ସରକାରରେ ଥାଏ ସେ ବିଗତ ୫ବର୍ଷରେ କ’ଣ କରିଛି ତାହା ଉପସ୍ଥାପିତ କରେ । ଲୋକଙ୍କ ପ୍ରତିଶ୍ରୁତି କେତେ ପାଳନ ହୋଇଛି ତାହାର ହିସାବ ଦିଏ? ଆଉ ଯେଉଁ ଦଳ ସରକାରକୁ ଆସିବାକୁ ଚାହେଁ ସେ ଲୋକଙ୍କ ପାଖରେ କାର୍ଯ୍ୟକ୍ରମ ଉପସ୍ଥାପିତ କରେ ଯେ, ସେ ସରକାରକୁ ଆସିଲେ ଯାହା ପ୍ରତିଶ୍ରୁତି ଦେଇଛି ତାହା ପାଳନ କରିବ । କେନ୍ଦ୍ର ସରକାର ବିଗତ ୧୦ବର୍ଷରେ ଯାହା କରିଛନ୍ତି ତାକୁ ଉପସ୍ଥାପିତ କରିବା ଓ ଆଗାମୀ ୫ବର୍ଷରେ ଓଡିଶାରେ କଣ କରିବାକୁ ଚାହୁଁଛି ତାହାର ରୋଡ ମ୍ୟାପ ସ୍ପଷ୍ଟଭାବେ ଓଡ଼ିଶାବାସୀଙ୍କ ପାଖରେ ଉପସ୍ଥାପିତ କରିଛନ୍ତି । ଭାରତୀୟ ଜନତା ପାର୍ଟିର ସଭାପତି ଓଡ଼ିଶାକୁ ଆସିଲେ, ଓଡ଼ିଶା ସରକାର ଯାହା କରିନାହାନ୍ତି ତାହାର ଚାର୍ଜସିଟ ଉପସ୍ଥାପନା କରିବା ସହିତ ବିଜେପି ଆଗାମୀ ଦିନରେ କଣ କରିବାକୁ ଚାହୁଁଛି ତାହା ଉପସ୍ଥାପନା କଲା । କିନ୍ତୁ ଦେଖିବାକୁ ମିଳୁଛି ରାଜ୍ୟରେ ୨୫ବର୍ଷ ଧରି ଚାଲିଥିବା ସରକାର ହିସାବ ଦେଇପାରିନାହାନ୍ତି ୫ବର୍ଷରେ କଣ କଲେ? ଆଗାମୀ ଦିନରେ କଣ କରିବାକୁ ଚାହୁଁଛନ୍ତି ତାହାର ରୋଡମ୍ୟାପ ଅଥବା କୌଣସି ମ୍ୟାନିଫାଷ୍ଟୋ କରିନାହାନ୍ତି ବୋଲି ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି । ଶ୍ରୀ ଶର୍ମା କହିଛନ୍ତି ଯେ, ବିଜେଡି କେବଳ ମିଥ୍ୟା ଅଭିଯୋଗ କରୁଛି । ବର୍ତମାନ ଭୋଟ ଯାହା ନାଁରେ ମଗା ଯାଉଛି, ସେ ସରକାର ଚଳାଉନାହାନ୍ତି । ସରକାର ଆଉ ଜଣେ ଚଳାଉଛନ୍ତି । ବିଜେଡିର ନେତାମାନେ କ୍ୟାମ୍ପେନ କରୁନାହାନ୍ତି ତାକୁ ଗୁମାସ୍ତା କ୍ୟାମ୍ପେନ କରୁଛନ୍ତି । ତାଙ୍କ ଅନୁଚରମାନେ ଥୋଡାଏ ଥୋଡାଏ ମିଛ କହୁଛନ୍ତି । ମିଛ ଫ୍ୟାକ୍ଟ୍ରୀ ତିଆରି କରିଛି ବିଜେଡି । ସ୍ୱର୍ଗତଃ ବିଜୁ ବାବୁଙ୍କ ନାଁରେ ଯେଉଁ ପାର୍ଟି ତିଆରି ହୋଇଛି, ସେ ଯେଉଁ ଓଟିଏମ ଶିଳ୍ପାନୁଷ୍ଠାନ ଗଢିଥିଲେ ତାର ସ୍ଥିତି କଣ ? କଳିଙ୍ଗ ଆଇରନ କାରଖାନା, ଭାସ୍କର ଟେକ୍ସଟାଇଲ କଂପାନୀ, ବାରଙ୍ଗ କାଚ କାରଖାନା, ବାଲିଆପାଳ ଓ ସୁନ୍ଦରଗଡ ସୁତାକଳ କୁଆଡେ ଗଲା ? ସେ ସବୁକୁ କିଏ ବନ୍ଦ କରିଛି ଏବା ତାକୁ ଖୋଲିବା ପାଇଁ ନବୀନ ବାବୁ କଣ ପଦକ୍ଷେପ ନେଇଛନ୍ତି । ୨୫ ବର୍ଷର ନବୀନ ସରକାରରେ ଗୋଟିଏ ହେଲେ ନୂତନ ଶିଳ୍ପାନୁଷ୍ଠାନ ଖୋଲିବା ତ ଦୂରର କଥା ଗୋଟିଏ ହେଲେ ଶିଳ୍ପାନୁଷ୍ଠାନର ପୁନରୁଦ୍ଧାର ବି କରିପାରିଲେ ନାହିଁ । ଚିରାଚରିତ ମିଛ କହି ଓଡିଶାବାସୀଙ୍କୁ ବାରମ୍ବାର ଭ୍ରମିତ କରୁଥିବା ଶାସକ ବିଜେଡିର ନେତାମାନେ ଏହାର ଜବାବ୍ ଦେବା ଉଚିତ୍ ବୋଲି ଶ୍ରୀ ଶର୍ମା କହିଛନ୍ତି । କେନ୍ଦ୍ରର ଯୋଜନାକୁ କିପରି ନିଜ ନାଁରେ ପ୍ରଚାର କରିବ ତାହା ବିଜେଡିକୁ ଭଲଭାବେ ଜଣା ଅଛି । ବିଗତ ଦିନମାନଙ୍କରେ ଶ୍ରଦ୍ଧା ଓ ସମ୍ମାନର ସହ ଓଡ଼ିଶାବାସୀ ସେମାନଙ୍କୁ ଭୋଟ ଦେଇଥିଲେ । ଏବେ ବିଷୟ ବଦଳି ଯାଇଛି, ଓଡ଼ିଶାବାସୀଙ୍କ ଭାବାବେଗ ବଦଳି ଯାଇଛି । ଏକଥାକୁ ବିଜେଡିର ଅନୁଚରମାନେ ସଜ୍ୟ କରିପାରୁନାହାନ୍ତି । ଅପରାଧୀ ଶ୍ରେଣୀରେ ନିର୍ଦ୍ଧିଷ୍ଟ କିଛି ବ୍ୟକ୍ତିବିଶେଷ ବିଜେଡି ସରକାରରେ ଲାଭାନ୍ୱିତ ହେଉଛନ୍ତି । ନବୀନ ବାବୁ କହିବେ କି କେଉଁ ବିଭାଗରେ ପିସି ଲାଗୁ ନାହିଁ । “ମୁଁ ଖାଉଛି ତୁମେ ଖାଅ, ଧରା ହେଲେ ଜେଲ୍‌କୁ ଯାଅ” ନୀତିକୁ ଆପଣାଇଛନ୍ତି ନବୀନ ବାବୁ । ନବୀନ ବାବୁ ଶାସନରେ ଭ୍ରଷ୍ଟାଚାରୀମାନଙ୍କ ପେଣ୍ଠସ୍ଥଳ ସାଜିଛି ଓଡ଼ିଶା । ବିଜେଡିର ନେତାମାନେ ଦ୍ୱନ୍ଦରେ ଅଛନ୍ତି ତାଙ୍କ ନେତା କିଏ? ଲୋକେ ଯେଉଁମାନଙ୍କୁ ନେତା କରିଥିଲେ ସେମାନେ ମଂଚରେ ନାହାନ୍ତି । ଦ୍ୱନ୍ଦ୍ୱ, ଛନ୍ଦ, କପଟର ଉତର ଆଗମୀ ଜୁନ୍ ୪ରେ ଓଡ଼ିଶାବାସୀ ଦେବେ । ଏ ସରକାର ନିଶ୍ଚିତ ବଦଳି ହେବ ଏବଂ ୧୦ତାରିଖ ବିଜେପି ସରକାର ପ୍ରତିଷ୍ଠା ହେବ । ଧର୍ମେନ୍ଦ୍ର ପ୍ରଧାନ ଏକମାତ୍ର କ୍ୟାବିନେଟ୍ ମନ୍ତ୍ରୀ, ଯିଏ ବିଗତ ୧୦ବର୍ଷ ଧରି ଓଡ଼ିଶାର ପ୍ରତ୍ୟେକଟି ସମସ୍ୟାକୁ ସମ୍ମୁଖୀନ କରି ସମାଧାନର ବାଟ ବାହାର କରିଛନ୍ତି । ଯେଉଁ କାରଣରୁ ଓଡ଼ିଶା ସରକାରଙ୍କ ଆର୍ଥିକ ସାମର୍ଥ୍ୟ ବଢିଛି । ଓଡ଼ିଶାର ପ୍ରତ୍ୟେକ ଓଡ଼ିଆ ବିଭିନ୍ନ ସ୍ଥାନରେ ଯୋଗ୍ୟ ସ୍ଥାନାନ୍ତରିତ ହୋଇଛି । ଓଡ଼ିଶା ଝିଅ ଆଲିଗଡ ମ୍ୟୁସିଲିମ୍ ୟୁନିଭରସିଟିର ଭାଇସ ଚାନ୍ସଲର ହେଲା । ଓଡ଼ିଆ ପୁଅ ଶୁଭ୍ରାଂଶୁ ଶେଖର ଆଚାର୍ଯ୍ୟ ରାଷ୍ଟ୍ରୀୟ ଲଘୁ ଉଦ୍ୟୋଗର ଅଧ୍ୟକ୍ଷ ଓ ମ୍ୟାନେଜିଙ୍ଗ ଡାଇରେକ୍ଟର ହେଲେ । ମୋଦିଜୀଙ୍କ ଶାସନରେ ଓଡ଼ିଆମାନେ ସର୍ବଭାରତୀୟ ସ୍ତରରେ ପ୍ରଗତୀ କରିଛନ୍ତି । ଓଡ଼ିଶାବାସୀ ବିଜେପିକୁ ସରକାର କରିବାର ଦାୟୀତ୍ୱ ଦେବେ ବୋଲି ଦୃଢ଼ ନିଷ୍ପତି ନେଇସାରିଛନ୍ତି । ମୋଦିଜୀଙ୍କ ବିକାଶମୁଳକ କାର୍ଯ୍ୟ ବିଜେଡିର ମୁଣ୍ଡ ବିନ୍ଦାର କାରଣ ସାଜିଛି ବୋଲି ଶ୍ରୀ ଶର୍ମା କହିଛନ୍ତି ।

Leave A Reply

Your email address will not be published.