୧୭ ରୁ ୧୦ ଦିନ ଝାରପଡ଼ା ଗାଁ ଶ୍ରୀରାମ ଲୀଳା ।

0 62

ଭୁବନେଶ୍ୱର ୧୩ ଅପ୍ରେଲ ( ପ୍ରତ୍ୟୁଷା ବ୍ୟୁରୋ ) : ଓଁ ଶ୍ରୀ ଶ୍ରୀ ସ୍ୱପନେଶ୍ୱର ଦେବ ଶ୍ରୀ ରାମଲୀଳା ପ୍ରଚାର ସମିତି ଝାରପଡା ଗାଁରେ ୧୦ ଦିନ ପର୍ଯ୍ୟନ୍ତ ରାମ ଲୀଳା ହେବ l ଆଜକୁ ୩୭ ବର୍ଷ ଧରି ପ୍ରତି ବର୍ଷ ରାମ ଲୀଳା ହେଉଛି l ଏହି ସାଂସ୍କୃତିକ ଅନୁଷ୍ଠାନ ଭାଇଚାରା ମାଧ୍ୟମରେ ଏହି ଉତ୍ସବ ପାଳନ କରିଆସୁଛି l କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ଅନୁଷ୍ଠାନର ସଭାପତି ପ୍ରଭାତ ମାର୍ଥା l ସୂଚନା ମୁତାବକ ୧୭ ଏପ୍ରିଲରେ ଶ୍ରୀରାମ ମହୋତ୍ସବ କଳସ ଯାତ୍ରା, ୧୮ରେ ଶ୍ରୀରାମ ଜନ୍ମ ଓ ତାଡକା ବଦ୍ଧ,୧୯ ରେ ବନବାସ, ୨୦ରେ ସୂର୍ପଣଖା ନାସା ଚ୍ଛେଦନ, ୨୧ରେ ସୀତା ହରଣ, ୨୨ରେ ଲଙ୍କା ପୋଡ଼ି, ୨୩ ରେ ତରଣିସେନ୍ ବଦ୍ଧ ୨୪ରେ ଇନ୍ଦ୍ରଜିତ ବଦ୍ଧ ,୨୫ ରେ ଲକ୍ଷ୍ମଣ ବଦ୍ଧ ଓ ୨୭ରେ ରାବଣ ବଦ୍ଧ ଅନୁଷ୍ଠିତ ହେବ l ଏହି ଅବସରରେ ଝାରପଡ଼ା ଗାଁର ବହୁ ନେତୃ ବୃନ୍ଦ ବୁଦ୍ଧିଜୀବୀଙ୍କ ସମେତ ସଂପାଦକ ଗୋରଚାନ୍ଦ ମଙ୍ଗରାଜ, ଉପଦେଷ୍ଟା କମିଟି ସଦସ୍ୟ ନିବାସ ଜେନା, ଜଗନ୍ନାଥ ପ୍ରଧାନ, ରବିନ୍ଦ୍ର ମାର୍ଥା, ଆୟୁବ ଖାନ, ଜହୁର ଖାନ, ସୁରେଶ୍ ଜେନା ରାଘବ ଜେନା ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.