ଇଫକୋ ଭ୍ରାମ୍ୟମାଣ ମୂର୍ତ୍ତିକା ପରୀକ୍ଷାଗାର ଶୁଭାରମ୍ଭ ।

0 103

ଭୁବନେଶ୍ଵର ୦୫ ଅପ୍ରେଲ ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : କୃଷି ଓ କୃଷକର ଉନ୍ନତି ପାଇଁ ଇଫକୋ ସବୁବେଳେ ଉଦ୍ୟମ କରୁଅଛି ।କମ ଖର୍ଚ୍ଚରେ ଆଧୁନିକ ପ୍ରଣାଳୀରେ କୃଷି କାର୍ଯ୍ୟ କରିବା ପାଇଁ ଇଫକୋ ବିଭିନ୍ନ ଉପାୟରେ ଚାଷୀଭାଇମାନଙ୍କୁ ସଚେତନ କରିଆସୁଅଛି । ମୂର୍ତ୍ତିକାର ସ୍ବାସ୍ଥ୍ୟ ଓ ସମନ୍ବିତ ସାର ବ୍ୟବହାର ଏବଂ ପରିବେଶ ସୁରକ୍ଷା କରିବା ପାଇଁ ମୂର୍ତ୍ତିକା ପରୀକ୍ଷା କରିବା ଅତ୍ୟନ୍ତ ଜରୁରୀ । ଗ୍ରାମାଞ୍ଚଳର ଚାଷୀଭାଇ ସହରକୁ ଆସି ମୂର୍ତ୍ତିକା ପରୀକ୍ଷା କରି ପାରୁ ନାହାନ୍ତି । ଇଫକୋ ଗ୍ରାମାଞ୍ଚଳର ଚାଷୀଭାଇମାନଙ୍କ ନିକଟକୁ ଯାଇ ମୂର୍ତ୍ତିକା ପରୀକ୍ଷା କରିବା ପାଇଁ ନୂତନ ଭ୍ରାମ୍ୟମାଣ ମୂର୍ତ୍ତିକା ପରୀକ୍ଷାଗାର ଶୁଭାରମ୍ଭ କରିଛନ୍ତି । ଚାଷୀଭାଇମାନେ ମାଗଣାରେ ମୂର୍ତ୍ତିକା ପରୀକ୍ଷା କରିପାରିବେ । ତା ୦୪.୦୪. ୨୦୨୪ ରିଖ ରେ ନୂତନ ଭ୍ରାମ୍ୟମାଣ ମୂର୍ତ୍ତିକା ପରୀକ୍ଷାଗାରକୁ ଶ୍ରୀଯୁକ୍ତ ଗୌରହରି ବିଶ୍ବାଳ (ଯୁଗ୍ମ ନିର୍ଦ୍ଦେଶକ କୃଷି ବିଭାଗ),ଶ୍ରୀଯୁକ୍ତ ବସନ୍ତ କୁମାର ଦେ (ଉପ ନିର୍ଦ୍ଦେଶକ ମାନ ନିୟନ୍ତ୍ରଣ ),ଡ଼କ୍ଟର ପ୍ରଦୀପ କୁମାର ସ୍ଵାଇଁ (ଉପ ନିର୍ଦ୍ଦେଶକ ସାର ଓ ରସାୟନ),ଶ୍ରୀଯୁକ୍ତ ସୌରଭ କୁମାର ଚାଟାର୍ଜୀ (ରାଜ୍ୟ ବିପଣନ ପ୍ରବନ୍ଧକ ଇଫକୋ), ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ଜେନା (କ୍ଷେତ୍ର ପ୍ରବନ୍ଧକ ଇଫକୋ),ଶ୍ରୀଯୁକ୍ତ ମୁକେଶ କୁମାର ଖାନ୍ନା (ସହ ପ୍ରବନ୍ଧକ ଆଇ.ଏଫ.ଏଫ.ଡ଼ି.ସି.) ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଇଫକୋ ତରଫରୁ ସମାନୀୟ ଅତିଥ୍ୟ ବୃନ୍ଦଙ୍କୁ ପରୀକ୍ଷାଗାରରେ ମୂର୍ତ୍ତିକା ପରୀକ୍ଷାର ବିଭିନ୍ନ ପଦ୍ଧତି ସମ୍ବନ୍ଧରେ ଅବଗତ କରାଯାଇଥିଲା । ଓଡ଼ିଶାର ଚାଷୀ ମାନଙ୍କର ପାଇଁ ଇଫକୋର ଏହି ପ୍ରୟାସକୁ ଅତିଥ୍ୟଗଣ ବହୁତ ଭାବରେ ପ୍ରଶଂସା କରିଥିଲେ । ଏହି ଅବସରରେ ଇଫକୋର ସମସ୍ତ କ୍ଷେତ୍ର ଅଧିକାରୀ ଓ ରାଜ୍ୟ କାର୍ଯ୍ୟାଳୟ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.