ତୃଷାର୍ତ୍ତ ଙ୍କ ଶୋଷ ମେଣ୍ଟାଉଛି ପି ପି ଏଲ୍ ।

0 91

ଭୁବନେଶ୍ଵର ୦୨ ଅପ୍ରେଲ ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ଗ୍ରୀଷ୍ମ ପ୍ରବାହର ବେଗ ବୃଦ୍ଧି ପାଇଛି l ଏହାକୁ ଦୃଷ୍ଟିରେ ରଖି ପାରାଦୀପ ଫସପେଟ ଲିମିଟେଡ ପକ୍ଷରୁ ଅପ୍ରେଲ ୦୨ ତାରିଖଠାରୁ ଏହାର କାର୍ଯ୍ୟାଳୟ ସାମ୍ନା ରେ ପଥଚାରୀଙ୍କ ତୃଷା ମେଣ୍ଟାଇବା ପାଇଁ ଜଳ ସେବା କେନ୍ଦ୍ର ଆରମ୍ଭ କରାଯାଇଛି l ଏହି ଅବସରରେ ଜଳ ସେବା କେନ୍ଦ୍ରରେ ଦହି ପଣା ଓ ଥଣ୍ଡା ପାଣି ପିଇବା ପାଇଁ ପଥଚାରୀଙ୍କ ଭିଡ଼ ହେଇଛି l ତୃଷାର୍ତ୍ତ ଜନ ସାଧାରଣଙ୍କ ସୁବିଧା ପାଇଁ ଗ୍ରୀଷ୍ମ ଋତୁ ଶେଷ ପର୍ଯ୍ୟନ୍ତ ଏହି ସେବା ଯୋଗାଣ ଜାରୀ ରହିବ ବୋଲି ପିପିଏଲ ସୂତ୍ରରୁ ଜଣାପଡିଛି l

Leave A Reply

Your email address will not be published.