କିମ୍ସରେ ବିଶ୍ବ କିଡ଼ନୀ ଦିବସ ପାଇଁ ସଚେତନତା ଶୋଭା ଯାତ୍ରା ।

0 61

ଭୁବନେଶ୍ୱର, ୧୫ ମାର୍ଚ୍ଚ ୨୦୨୪ : ( ପ୍ରତ୍ୟୁଷା ବ୍ୟୁରୋ) କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ (କିମ୍ସ) ପକ୍ଷରୁ ଆଜି ବିଶ୍ଵ କିଡନୀ ଦିବସ ପାଳିତ ହୋଇଯାଇଛି। କିଡନୀ ରୋଗ ଉପରେରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ କିମ୍‌ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଆଜି ସକାଳେ ଅନୁଷ୍ଠିତ ହୋଇଥିଲା। ଏଥିରେ କିଟ୍, କିସ୍, କିନ୍ସ ଏବଂ କିମ୍‌ର ଶତାଧିକ ଛାତ୍ରଛାତ୍ରୀ, ଡାକ୍ତର, ପ୍ରଫେସର ଏବଂ ହସ୍ପିଟାଲ କର୍ମଚାରୀ ସାମିଲ ହୋଇଥିଲେ। ଶରୀରର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ମଧ୍ୟରୁ କିଡନୀ ବା ବୃକ୍‌କ ଅନ୍ୟତମ। ଏହା ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସନ କରି ସୁସ୍ଥ ରଖୁବା କାର୍ଯ୍ୟ କରିଥାଏ। କିନ୍ତୁ ବର୍ତ୍ତମାନର ଜୀବନଶୈଳୀ କିଡନୀ ସ୍ଵାସ୍ଥ୍ୟକୁ କ୍ଷତି ପହଞ୍ଚାଉଛି । ଲୋକଙ୍କୁ କିଡନୀ ସ୍ଵାସ୍ଥ୍ୟ ପ୍ରତି ଯନୂବାନ ହେବାକୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ଦ୍ବିତୀୟ ଗୁରୁବାରକୁ ବିଶ୍ଵ କିଡନୀ ଦିବସ ରୂପେ ପାଳନ କରାଯାଏ। ଚଳିତ ବର୍ଷ ବିଶ୍ଵ କିଡନୀ ଦିବସର ବିଷୟ ବସ୍ତୁ ରହିଛି ‘କିଡନୀ ହେଲଥ୍ ଫର୍ ଅଲ’ ଯାହାର ଅର୍ଥ ସମସ୍ତଙ୍କ ପାଇଁ କିଡନୀ ସ୍ଵାସ୍ଥ୍ୟ । ଏହି ଅବସରରେ କିମ୍ସ କଲେଜ ଅଧ୍ୟକ୍ଷ ଡିନ୍ ବ୍ରିଗ୍ ପ୍ରଫେସର (ଡା.) ଅମ୍ବିକା ପ୍ରସାଦ ମହାନ୍ତି ଯୋଗଦେଇ କହିଲେ, କେହି କିଡନୀ ରୋଗରେ ଥରେ ଆକ୍ରାନ୍ତ ହେଲେ ଏଥିରୁ ମୁକ୍ତି ପାଇବା କଷ୍ଟକର । ତେଣୁ ସମସ୍ତେ ଏଥିପ୍ରତି ସତର୍କ ହେବା ଜରୁରୀ ବୋଲି କହିଥିଲେ। କିମ୍ସ ମେଡିକାଲ ଅଧୀକ୍ଷକ ପ୍ରଫେସର ରାମ ଚନ୍ଦ୍ର ଦାସ ଯୋଗଦେଇ ଲୋକମାନେ କିପରୀ କିଡନୀ ରୋଗରେ ଆକ୍ରାନ୍ତ ନ ହେବେ ଏହାର ଚିକିତ୍ସା ପ୍ରଣାଳୀ ସମ୍ବନ୍ଧରେ ସଭିଙ୍କ ମଧ୍ୟରେ ସଚେତନ ବୃଦ୍ଧି କରାଯିବା ନେଇ ଗୁରୁତ୍ବାରୋପ କରିଥିଲେ। ନେଫ୍ରାଲୋଜି ବିଭାଗ ବିଭାଗୀୟ ମୁଖ୍ୟ ଡା. ନିକୁଞ୍ଜ କିଶୋର ରାଉତ କହିଲେ, କିଡନୀ ରୋଗ ଏକ ଗମ୍ଭୀର ରୋଗ । ସମଗ୍ର ବିଶ୍ଵରେ ୮୫୦ ନିୟୁତ ଲୋକ ଏଥିରେ ଆକ୍ରାନ୍ତ । ଏହି ରୋଗ କାରଣରୁ ବାର୍ଷିକ ୩.୧ ନିୟୁତ ଲୋକ ମୃତ୍ୟୁ ମୁଖରେ ପଡ଼ିଥାନ୍ତି। ଠିକ୍ ସମୟରେ ଏହି ରୋଗ ନିରୂପଣ ଏବଂ ଚିକିତ୍ସା ଆବଶ୍ୟକ ବୋଲି କହିଥିଲେ।

Leave A Reply

Your email address will not be published.