୩ ରେ ଏନ୍ ଟି ପି ସି ର ୨୮,୯୭୮ କୋଟି ଟଙ୍କାର ବିଦ୍ୟୁତ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନ ମନ୍ତ୍ରୀ ।

0 74

ଭୁବନେଶ୍ବର,୦୧/୦୨/୨୦୨୪( ପ୍ରତ୍ୟୁଷା ବ୍ୟୁରୋ ): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଫେବ୍ରୁଆରି ୩ରେ ଏନଟିପିସି ଦଲିପାଲି ସୁପର ଥର୍ମାଲ ପାୱାର ଷ୍ଟେସନ (୨୮୮୦୦ ମେଗାୱାଚ୍) ଏବଂ ଏନ୍‌ଏସପିସିଏଲ୍ ରାଉରକେଲା ପିପି-୨ ସମ୍ପ୍ରସାରଣ ପ୍ରକଳ୍ପ (୧୫୨୫୦ ମେଗାଓ୍ବାଟ୍)କୁ ବେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ଏନଟିପିସି ତାଳଚେର ଥର୍ମାଲ ବିଦ୍ୟୁତ ପ୍ରକଳ୍ପ ଷ୍ଟେଜ୍ ୩ (୨୯୬୬୦ ମେଗାଓ୍ବାଟ୍‌)ର ଶିଳାନ୍ୟାସ କରିବେ । ଏହି ସମସ୍ତ ପ୍ରକଳ୍ପ ନିମନ୍ତେ ବିନିଯୋଗ ରାଶି ୨୮,୯୭୮ କୋଟି ଟଙ୍କା ରହିଛି ବୋଲି ଗୁରୁବାର ଏଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଏନ୍ ଟି ପି ସି ପୂର୍ବାଞ୍ଚଳ ମଣ୍ଡଳ ୨ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁଦିପ ନାଗ l ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଅବସ୍ଥିତ ଦର୍ଲିପାଲି ଏସଟିପିପି ହେଉଛି ସୁପରକ୍ରିଟିକାଲ (ଅତ୍ୟନ୍ତ ଦକ୍ଷ) ଜ୍ଞାନକୌଶଳ ସମ୍ପନ୍ନ ଏକ ପିଟ୍ ହେଡ୍‌ ପାଓ୍ବାର ଷ୍ଟେସନ ଏବଂ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଗୁଜରାଟ ଏବଂ ସିକିମ ଭଳି ରାଜ୍ୟଗୁଡ଼ିକୁ କମ୍‌ ମୂଲ୍ୟରେ ବିଜୁଳି ଯୋଗାଉଛି । ରାଉରକେଲା ରଘାତ କାରଖାନା (ଆରଏସପି)ରେ ଏନଟିପିସି-ସେଲ୍‌ ପାୱାର କମ୍ପାନି ଲିମିଟେଡର ୨୫୦ ମେଗାଓ୍ବାଟ୍ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଛି ଯାହା ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗୁରୁତ୍ଵପୂର୍ଣ ଇସ୍ପାତ କାରଖାନାକୁ ନିର୍ଭରଯୋଗ୍ୟ ଶକ୍ତି ପ୍ରଦାନ କରିବ । ଏହାବ୍ୟତୀତ ଏନଟିପିସି ଓଡ଼ିଶାର ଅନୁଗୁଳ ଜିଲ୍ଲାର ପୁରୁଣା ଟିଟିପିଏସ୍ ପାଂଟ୍ ପରିସରରେ ତାଳଚେର ଥର୍ମାଲ ପର ପ୍ରୋଜେକ୍ଟ, ଷ୍ଟେଜ୍-୩ ନିର୍ମାଣ କରୁଛି, ଯାହାକୁ ଏନଟିପିସି ୧୯୯୫ ମସିହାରେ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ବୋର୍ଡଠାରୁ ଅଧିଗ୍ରହଣ କରିଥିଲା । ଦେଶ ପାଇଁ ୫୦ ବର୍ଷରୁ ଅଧୂକ ସେବା ପ୍ରଦାନ କରିବା ପରେ ପୁରୁଣା ଚିଚିପିଏସ୍ କାରଖାନାକୁ ଅଚଳ କରି ଦିଆଯାଇଥିଲା । ନିର୍ମାଣ ହେବାକୁ ଥିବା ଏହି ନୂତନ ପ୍ଲାଟ୍‌ରେ ଅତ୍ୟନ୍ତ ଦକ୍ଷ ଅଲଟ୍ରା ସୁପର କ୍ରିଟିକାଲ ଟେକ୍ନୋଲୋଜି ଆଧାରିତ ୟୁନିଟ୍ ଏବଂ ଏହି ପାଂଟର କ୍ଷମତା ପୁରୁଣା ଟିଟିପିଏସ୍‌ ପାଂଟର କ୍ଷମତା ଠାରୁ ଅଧିକ ।

Leave A Reply

Your email address will not be published.