୩ ରୁ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ।

0 98

ଭୁବନେଶ୍ଵର,୩୧/୦୧( ପ୍ରତ୍ୟୁଷା ବ୍ୟୁରୋ): ଓଡିଆ ଭାଷା ସାହିତ୍ୟ ସଂସ୍କୃତିକୁ ବଳିଷ୍ଠ କରିବା ସହ ରାଜ୍ୟ ସରକାର ଆସନ୍ତା ଫେବୃଆରୀ ୩ ତାରିଖରୁ ତିନି ଦିନ ପର୍ଯ୍ୟନ୍ତ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀରେ ଆୟୋଜନ କରିଛନ୍ତି l ଏହି ଅବସରରେ ସଂସ୍କୃତିକୁ ମନ୍ତ୍ରୀ, ବିଭାଗୀୟ ସଚିବ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି l ସୂଚନା ମୁତାବକ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ-୨୦୨୪ ହେଉଛି ଓଡିଆ ଭାଷାର ପ୍ରାଚୀନତା ଏବଂ ନିରନ୍ତରତାର ଏକ ଉତ୍ସବ, ଯାହା ଭାରତର ୬ ଟି ଶାସ୍ତ୍ରୀୟ ଭାଷା ମଧ୍ୟରୁ ଅନ୍ୟତମ । ସମ୍ମିଳନୀର ମୁଖ୍ୟ ଆକର୍ଷଣଗୁଡ଼ିକ ହେଉଛି: – ଓଡିଆ ଭାଷା, ସାହିତ୍ୟ ଏବଂ ସାଂସ୍କୃତିକ ଐତିହ୍ୟ ସହିତ ଜଡିତ ବିଭିନ୍ନ ବିଷୟ ଉପରେ ୧୬ଗୋଟି ବୌଦ୍ଧିକ ଅଧ୍ଶନ । ଜଗନ୍ନାଥ ଚେତନା ଉପରେ ମଧ୍ୟ ଏକ ବିଶେଷ ଅଧ୍ଵବେଶନ ଅନୁଷ୍ଠିତ ହେବ । ଓଡିଆ ଭାଷାର ଭବିଷ୍ୟତ ଦିଗ ଏବଂ ସୁଯୋଗ ଉପରେ ‘ଓଡିଶା @ ୨୦୩୬- ଆସନ୍ତାକାଲିର ଆହ୍ୱାନ’ ଶୀର୍ଷକ ଉପରେ ଆଲୋଚନା ହେବ । ଏହି ସମ୍ମିଳନୀରେ ଅନେକ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବିଦ୍ଵାନ-ପଦ୍ମଶ୍ରୀ ପ୍ରଫେସର ହରମାନ କୁଲ୍‌କେ, ପ୍ରଫେସର ଉୱେ ସ୍କୋଡା, ପ୍ରଫେସର ଆର୍ଲୋ ଗ୍ରିଫିଥ୍‌ସ୍, ପ୍ରଫେସର ଆଣ୍ଟେ ସ୍କିମେଡ଼ିଚେନ୍ ଏବଂ ବହୁ ଜାତୀୟସ୍ତରର ବିଜେନ ଅଂଶଗ୍ରହଣ କରିବେ । ଓଡିଆ ଭାଷା ଏବଂ ଭାଷା ବିଜ୍ଞାନରେ ଅନନ୍ୟ ଅବଦାନ ପାଇଁ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାରରେ ସମ୍ବର୍ଦ୍ଧିତ କରାଯିବ । ଏତଦ୍‌ବ୍ୟତୀତ ଜ୍ଞାନପୀଠ ପୁରସ୍କାର ବିଜେତା, ପଦ୍ମପୁରସ୍କାର ବିଜେତା, ସାହିତ୍ୟ ଅକାଦମି ପୁରସ୍କାରପ୍ରାପ୍ତ ବ୍ୟକ୍ତି, କବୀର ସମ୍ମାନ ପୁରସ୍କାରପ୍ରାପ୍ତ, ରାଜ୍ୟ ଏକାଡ଼େମୀର ସର୍ବୋଚ୍ଚ ପୁରସ୍କାର ବିଜେତାମାନଙ୍କୁ ସମ୍ମାନିତ କରାଯାଉଛି । ଏହି ସମ୍ମିଳନୀରେ ଓଡ଼ିଶାର ଗୌରବମୟ ଅତୀତ ଓ ପରିବର୍ତ୍ତନଶୀଳ ବର୍ତ୍ତମାନ ଏବଂ ପ୍ରେରଣାଦାୟୀ ଭବିଷ୍ୟତର ଏକ ସୁସଜ୍ଜିତ ପ୍ରଦର୍ଶନୀ ପ୍ରଦର୍ଶିତ ହେବ । ଏହି ପ୍ରଦର୍ଶନୀ ତିନୋଟି ବିସ୍ତୃତ ବିଷୟ ଏବଂ ସମୟସୀମା ଉପରେ ଆୟୋଜିତ ହୋଇଛି ଯଥା- ପ୍ରାଚୀନ, ମଧ୍ୟଯୁଗୀୟ ଏବଂ ଆଧୁନିକ । ଏହି ପ୍ରଦର୍ଶନୀରେ ଓଡ଼ିଆ ଭାଷା ଏବଂ ଲିପିର ଉତ୍ପତ୍ତି ଓ ବିବର୍ତ୍ତନ, ପ୍ରାଚୀନ ପ୍ରସ୍ତର ଅଭିଲେଖ, ତାମ୍ରଫଳକ, ତାଳପତ୍ର ପୋଥ୍, କଳିଙ୍ଗାଶୈଳୀର ମନ୍ଦିର ସ୍ଥାପତ୍ୟ, ଓଡ଼ିଶାର ନୌବାଣିଜ୍ୟ ସମ୍ପର୍କିତ କଳାକୃତିଗୁଡ଼ିକ ସୁଦୃଶ୍ୟ ଚିତ୍ରପଟ୍ଟ ମାଧ୍ୟମରେ ପ୍ରଦର୍ଶିତ ହେବ । ପ୍ରଦର୍ଶିତ ହେବ । ଓଡ଼ିଶାର କଳା ଏବଂ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ନବଜାଗରଣ ଭାସ୍କର୍ଯ୍ୟ, ନୃତ୍ୟ ଏବଂ ସଙ୍ଗୀତ ପରମ୍ପରାଗୁଡ଼ିକ ପ୍ରଦର୍ଶିତ ହେବ ।

Leave A Reply

Your email address will not be published.