ତନିସ୍କରେ ଫେଷ୍ଟିଭାଲ ଅଫ୍ ଡାଏମଣ୍ଡ ଆରମ୍ଭ ।

0 74

ଭୁବନେଶ୍ୱର,୧୭/୦୧ ( ପ୍ରତ୍ୟୁଷା ବ୍ୟୁରୋ ) :ଭାରତର ସର୍ବବୃହତ୍ ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ଆଣିଛି ‘ଫେଷ୍ଟିଭାଲ ଅଫ୍ ଡାଏମଣ୍ଡ୍‌’ । ଜୀବନର ଛୋଟ ଛୋଟ ଅବସରକୁ ପାଳନ କରିବା ପାଇଁ ଏହା ଗ୍ରାହକଙ୍କୁ ଆମନ୍ତ୍ରଣ କରୁଛି। ହୀରାର ଯାଦୁ ଏବଂ କାଳଜୟୀ ଆକର୍ଷଣ ସହିତ ପ୍ରସ୍ତୁତ ଗହଣାର ଅନୁଭବ ନେବା ପାଇଁ ତନିସ୍କ ଏହି ଉତ୍ସବରେ ସାମିଲ ହେବା ପାଇଁ ଗ୍ରାହକଙ୍କୁ ସ୍ଵାଗତ କରୁଛି। ପ୍ରତିଦିନର ଛୋଟ ଛୋଟ ଖୁସିକୁ ତନିସ୍କର କାଳଜୟୀ ହୀରା ସହିତ ପାଳନ କରିବା ପାଇଁ ଏହି ଉତ୍ସବ ଉଦ୍ଦିଷ୍ଟ । ଗହଣାଗୁଡ଼ିକ ୧୫,୦୦୦ ଟଙ୍କାରୁ ଆରମ୍ଭ। ଗ୍ରାହକ ଯେକୌଣସି ଗହଣା ଦୋକାନରୁ କିଣିଥିବା ସେମାନଙ୍କ ପୁରୁଣା ସୁନାକୁ ବଦଳାଇ ତନିସ୍କର ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ହୀରା ଗହଣା କିଣିପାରିବେ। ଜୀବନ ଯାତ୍ରାରେ ବିବାହ ଏକ ଅବିସ୍ମରଣୀୟ ଅଧ୍ୟାୟ, ଯାହା ପ୍ରେମ, ପ୍ରତିଶ୍ରୁତି ଏବଂ ଆଗକୁ ଏକ ସୁନ୍ଦର ଯାତ୍ରାର ପ୍ରତିବଦ୍ଧତାକୁ ବାନ୍ଧିରଖେ । ହୀରାର ଆକର୍ଷଣ ଏବଂ ପ୍ରମାଣିକତା ପାଇଁ ତନିସ୍କର ପ୍ରତିବଦ୍ଧତା ପ୍ରତ୍ୟେକ ମହିଳାଙ୍କ ଜୀବନରେ ଆସିଥିବା ଚିରାଚରିତ ଶୋଭାର ପ୍ରମାଣ । ମହିଳାଙ୍କ ସ୍ଵତନ୍ତ୍ର ଦିନରେ ଉଜ୍ଜ୍ଵଳତା, ସ୍ଵଚ୍ଛତା ଏବଂ ସ୍ଥିରତାର ପ୍ରତିଫଳନ ହେଉଛି ତନିସ୍କର ସ୍ବତନ୍ତ୍ର କାରୁକାର୍ଯ୍ୟପୂର୍ଣ୍ଣ ହୀରା। ଫେଷ୍ଟିଭାଲ ଅଫ୍ ଡାଏମଣ୍ଡ୍‌ସରେ ଯୋଗ ଦେଇ ଆକର୍ଷଣୀୟ ହୀରା କାନଫୁଲ, ବ୍ରେସ୍‌ଲେଟ, ନେକ୍‌ର, ହାତ ମୁଦି ଏବଂ ପସନ୍ଦ ମୁତାବକ ଆହୁରି ଅନେକ ପ୍ରକାର ଗହଣା ପାଇପାରିବେ ଗ୍ରାହକ । ନିଜ ଖୁସି, ଜନ୍ମଦିନ, ଛୋଟ ଛୋଟ ସଫଳତା ଏବଂ ଅନ୍ୟାନ୍ୟ ସ୍ବତନ୍ତ୍ର ଅବସର ପାଇଁ ବ୍ୟାପକ ରେଞ୍ଜ୍ ଗହଣା ସମ୍ଭାରରୁ ଗ୍ରାହକ ନିଜ ମନ ମୁତାବକ ପ୍ରଡ଼କ୍ଟ ବାଛିପାରିବେ । ଖାଲି ଗହଣା ଯୋଗାଇବା ପର୍ଯ୍ୟନ୍ତ ତନିସ୍କର ପ୍ରତିବଦ୍ଧତା ପରିବ୍ୟାପ୍ତ ନୁହେଁ । ଏହା ପ୍ରତ୍ୟେକ ବଧୁଙ୍କ ଅନନ୍ୟ ଯାତ୍ରା ସହ ଜଡ଼ିତ ହୋଇ ରହିଛି। ‘ରିଭା ବାୟ ତନିସ୍କ ;ଯାହାକି ଏକ ଏକ୍ସକୁସିଭ୍ ବିବାହ ଉପବ୍ରାଣ୍ଡ’ ଏହା ଦେଶବ୍ୟାପୀ ବଧୁମାନଙ୍କ ପସନ୍ଦ ହୋଇରହିଛି । ସମ୍ଭ୍ରାନ୍ତ, କାଳଜୟୀ ପରମ୍ପରାର ପ୍ରତିଫଳନ ହେଉଛି ‘ରିଭା’ ।

Leave A Reply

Your email address will not be published.