୧୨ରୁ ତିନି ଦିନ କୃଷି ଓଡିଶା ୨୦୨୪ ।

0 75

ଭୁବନେଶ୍ବର, ୮/୦୧ (ପ୍ରତ୍ୟୁଷା ବ୍ୟୁରୋ): ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆସନ୍ତା ଜାନୁଆରୀ ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵର ଜନତା ମଇଦାନଠାରେ ‘ କୃଷି ଓଡ଼ିଶା – ୨୦୨୪’ ଆୟୋଜିତ ହେବ। ଚଳିତ ବର୍ଷ କୃଷି ଓଡ଼ିଶାର ବିଷୟବସ୍ତୁ ରହିଛି ‘ କୃଷି ପ୍ରଗତିରେ ମହିଳା’ । ଏହି କାର୍ଯ୍ୟକ୍ରମ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନକୁ ସ୍ବୀକୃତି ପ୍ରଦାନ ସହିତ ମହିଳା କୃଷକ, ସ୍ଵୟଂ ସହାୟକ ଗୋଷ୍ଠୀ, ମହିଳା କୃଷି ଉଦ୍ୟୋଗୀ, ବ୍ୟବସାୟିକ ସଂସ୍ଥା, ସେବା ପ୍ରଦାନକାରୀ ପ୍ରତିଷ୍ଠାନ, କୃଷି ଉଦ୍ୟୋଗୀ ଓ ଶିଳ୍ପଗୁଡ଼ିକ ମଧ୍ୟରେ ସମନ୍ଵ ଓ ଏକାଭିମୁଖତା ନିମିତ୍ତ ଏକ ଉପଯୁକ୍ତ ମଞ୍ଚ ପ୍ରସ୍ତୁତ କରିବା ଏବଂ କୃଷିକୁ ଅଧିକ ଲାଭଦାୟୀ କରିପାରିଥିବା ମହିଳା କୃଷକଙ୍କ ସର୍ବୋତ୍ତମ ଉତ୍ପାଦ ଓ ଅନୁଶୀଳନ ଆଦିକୁ ପ୍ରଦର୍ଶିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ରାଜ୍ୟରେ କୃଷି, ଉଦ୍ୟାନକୃଷି, ଖାଦ୍ୟ ପ୍ରକ୍ରିୟାକରଣ, ମତ୍ସ୍ୟଚାଷ ଓ ପ୍ରାଣୀପାଳନ କ୍ଷେତ୍ରରେ ରହିଥିବା ବୃହତ୍ ନିବେଶର ସୁଯୋଗଗୁଡ଼ିକୁ ପ୍ରଦର୍ଶିତ କରିବା ଉଦ୍ଦେଶ୍ୟରେ ଏହା ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ହେଉଥିବା ଏକ ତିନିଦିନିଆ କାର୍ଯ୍ୟକ୍ରମ। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କୃଷିକ ସମୁଦାୟ ଏବଂ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏହି କୃଷି ଓଡ଼ିଶା – ୨୦୨୪ର ଶୁଭ ଉଦ୍‌ଘାଟନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି । ରାଜ୍ୟର କୋଣ ଅନୁକୋଣରୁ ପ୍ରାୟ ୫୦୦୦ ମହିଳା କୃଷକ, ୨୦୦୦ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ କୃଷି ଉଦ୍ୟୋଗୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ଏଠାରେ ସଫଳ ମହିଳା କୃଷକ ଓ ସ୍ଵୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସମ୍ବର୍ଦ୍ଧିତ କରାଯିବ। ଅଧୂକନ୍ତୁ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, କେନ୍ଦ୍ର ସରକାର, ଆଇସିଏଆର୍ ପ୍ରତିଷ୍ଠାନ, ସିଜିଆଇଏଆର୍ ପ୍ରତିଷ୍ଠାନ, ବେସରକାରୀ ସଂଗଠନ ଗୁଡ଼ିକର ସହଯୋଗରେ ୧୭ଟି ବୈଷୟିକ ଅଧ୍ଵଦେଶନ, କୃଷକ-ବୈଜ୍ଞାନିକ ଆଲୋଚନାଚକ୍ର, ସେମିନାର, କୃଷକ ସୁବିଧା କେନ୍ଦ୍ର ସଂପର୍କରେ ଆଲୋଚନା କରାଯିବ ।

Leave A Reply

Your email address will not be published.