ନବନିଯୁକ୍ତ ଓଡ଼ିଶା ପ୍ରଭାରୀଙ୍କୁ ପିସିସି ପକ୍ଷରୁ ଭବ୍ୟ ସମ୍ଭର୍ଦ୍ଧନା ।

0 69

ଭୁବନେଶ୍ୱର 6.01.24 ( ପ୍ରତ୍ୟୁଷା ବ୍ୟୁରୋ ) :ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସର ନବନିଯୁକ୍ତ ପ୍ରଭାରୀ, ପୂର୍ବତନ ସାଂସଦ ତଥା ଝାଡଖଣ୍ଡର ପୂର୍ବତନ ପିସିସି ସଭାପତି ଡ. ଅଜୟ କୁମାରଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ବିମାନବନ୍ଦର ଠାରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଭାପତି ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ବାଦ୍ୟ, ନୃତ୍ୟ ମାଧ୍ୟମରେ ବିମାନ ବନ୍ଦରଠାରେ ସ୍ୱାଗତ କରାଯାଇଥିଲା । କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀଙ୍କ ସଂଯୋଜନାରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଓ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ରଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରାରେ ବିମାନ ବନ୍ଦର ଠାରୁ ଡ. କୁମାରଙ୍କୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ନିଆଯାଇଥିଲା ଏବଂ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଓ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କ ନେତୃତ୍ୱରେ ଶିଶୁଭବନ ଛକ, ରାଜମହଲ ଛକ ଠାରେ ଡ. ଅଜୟ କୁମାରଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପରେ ସେବାଦଳ ପକ୍ଷରୁ ସେବାଦଳ ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏବଂ ସେବାଦଳ କର୍ମୀମାନେ ଡ. କୁମାରଙ୍କୁ ଗାର୍ଡଅଫ ଅନର ପ୍ରଦାନ କରାଯାଇଥିଲା । ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ କମିଟି ଓ କର୍ମକର୍ତା ବୈଠକରେ ଉଦବୋଧନ ଦେଇ ପ୍ରଭାରୀ ଡ. ଅଜୟ କୁମାର କହିଥିଲେ ଯେ ଅଗାମୀ ୨୦୨୪ ସାଧାରଣ ନିର୍ବଚନରେ କଂଗ୍ରେସ ବିଜୟର ଯଥେଷ୍ଟ ସମ୍ଭାବନା ରହିଛି । ଓଡ଼ିଶାରେ କଂଗ୍ରେସ ଆଜି ଯେଉଁ ସ୍ଥିତିରେ ଅଛି ତେଲେଙ୍ଗାନାରେ ମଧ୍ୟ ସମାନ ସ୍ଥିତିରେ ଥିଲା । କଂଗ୍ରେସ କର୍ମୀ ଓ ନେତୃବର୍ଗ ସଂକଳ୍ପ ନେଇ ସେଠାରେ ଯଦି କଂଗ୍ରେସକୁ ପୁନଃ କ୍ଷମତାସୀନ କରିପାରିଲେ ଓଡ଼ିଶାରେ ତାହା ନିଶ୍ଚୟ ହୋଇପାରିବ । ସେ ତାଙ୍କ ଅଭିଭାଷଣରେ ଦଳୀୟ ଶୃଙ୍ଖଳାକୁ ଅଧିକ ଗୁରୁତ୍ୱ ଦେଇଥିଲେ । ତେଲେଙ୍ଗାନା ନିର୍ବାଚନୀ ସଫଳତାରେ ସାମାଜିକ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଓଡ଼ିଶା କଂଗ୍ରେସରେ ସାମାଜିକ ଗଣମାଧ୍ୟମକୁ ଅଧିକ କ୍ରିୟାଶୀଳ କରବାକୁ ସେ ପରାମର୍ଶ ଦେଇଥିଲେ । କଂଗ୍ରେସ ପକ୍ଷରୁ “ଦେଶପାଇଁ ଦାନ” ଅଭିଯାନରେ ବ୍ୟାପକ ଭାବରେ ଲୋକମାନଙ୍କୁ ସାମିଲ କରିବାପାଇଁ ସେ କହିଥିଲେ । ଯେଉଁମାନେ କଂଗ୍ରେସ ଦଳ ଛାଡ଼ିଯାଇଛନ୍ତି ସେମାନେ ଫେରିଆସିବାପାଇଁ ଡ. କୁମାର ଆହ୍ୱାନ ଦେଇଥିଲେ । ସେ ଦୃଢ଼ ଭାବରେ କହିଥିଲେ ଯେ ଓଡ଼ିଶା ଓଡ଼ିଆମାନଙ୍କ ପାଇଁ । ଏହି ପ୍ରସଙ୍ଗରେ କୌଣସି ପ୍ରକାର ବ୍ୟତିକ୍ରମକୁ ବରଦାସ୍ତ କରାଯିବା ଉଚିତ ନୁହେଁ । ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ କରି କହିଲେଯେ ଦୀର୍ଘବର୍ଷ ଧରି କଂଗ୍ରେସ ଶାସନରେ ନଥିଲେ ମଧ୍ୟ ଆପଣମାନେ ତୃଣମୂଳସ୍ତରରେ ପାହାଡ଼ ଭଳି ଦୃଢ଼ ଭାବରେ ଛିଡାହୋଇଥିବାରୁ ହିଁ କଂଗ୍ରେସ ତିଷ୍ଠି ରହିଛି । ପ୍ରଦେଶ କଂଗ୍ରେସ ପକ୍ଷରୁ ନିକଟରେ ଆୟୋଜିତ ତୁଳସୀ ଯାତ୍ରା, ସଂକୀର୍ତନ ସତ୍ୟାଗ୍ରହ, କଳିଙ୍ଗନଗର ଆଦିବାସୀ ଗଣହତ୍ୟାର ପ୍ରତିବାଦରେ ମହମତୀ ଶୋଭାଯାତ୍ରା ଓ ରାଜ୍ୟବ୍ୟାପୀ ଶ୍ରଦ୍ଧାଞ୍ଜଳୀ ସମାରୋହ ଭାରତଯୋଡ଼ ଓଡ଼ିଶା ପରିବର୍ତନ ଯାତ୍ରା, ହାତସେ ହାତ ଯୋଡ଼ ଯାତ୍ରା, ରାଜ୍ୟବ୍ୟାପି ଜନସମ୍ପର୍କ ପଦଯାତ୍ରା, ଦରଦାମ ବୃଦ୍ଧି ପ୍ରତିବାଦରେ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଇତ୍ୟାଦିର ଅଦ୍ଭୁତପୂର୍ବ ସଫଳତା କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ସାଧାରଣ ଜନତାଙ୍କ ସହଯୋଗରେ ସମ୍ଭବ ହୋଇପାରିଛି । ଆଗାମୀ ଦିନରେ ଡ. ଅଜୟ କୁମାରଙ୍କ ଦିଗଦର୍ଶନରେ ଏହି ୨୪ ବର୍ଷର ଭ୍ରଷ୍ଟାଚାରୀ ବିଜେଡ଼ି ସରକାରକୁ ହଟାଇବାକୁ ସମସ୍ତେ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ । ବୈଠକ ପ୍ରାରମ୍ଭରେ ପରଲୋକ ଗମନ କରିଥିବା ପୂର୍ବତନ ବିଧାୟକ ସନ୍ତୋଷ ପ୍ରଧାନ, ରମେଶ ଜେନା, ରବିନ୍ଦ୍ର କୁମାର ଦାସ, ସତ୍ୟବାଦୀ ସ୍ୱାଇଁ, ପ୍ରମିଳା ଆଚାର୍ଯ୍ୟ ପ୍ରମୁଖଙ୍କ ବିୟୋଗରେ ପିସିସି ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ ପ୍ରସ୍ତାବ ଆଗତ କରିଥିଲେ ଏବଂ ଦିବଗଂତ ଆତ୍ମାର ସଦଗତି କାମନା ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ବୈଠକରେ ରାଜନୈତିକ ପ୍ରସ୍ତାବ ଶ୍ରୀ ସୁରେଶ ମହାପାତ୍ର ଆଗତ କରିଥିବା ବେଳେ କିଶୋର ଜେନା ସମର୍ଥନ କରିଥିଲେ । ଅର୍ଥନୈତିକ ପ୍ରସ୍ତାବ ପଂଚାନନ କାନୁନଗୋ ଆଗତ କରିଥିବା ବେଳେ ଅନନ୍ତ ପ୍ରସାଦ ସେଠୀ ସମର୍ଥନ କରିଥିଲେ । ସେହିଭଳି ବିଜେପି ଓ ବିଜେଡ଼ି ସରକାରଙ୍କ ଦୁର୍ନୀତି ଓ ବିଫଳତା ପ୍ରସ୍ତାବ ସୁଶିଳା ତିରିଆ ଆଗତ କରିଥିବା ବେଳେ ମନଜା ମଞ୍ଜରୀ ଦେବୀ ସମର୍ଥନ କରିଥିଲେ । ଶେଷରେ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର କାର୍ଯ୍ୟକାରିଣୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଜୟ ପଟ୍ଟନାୟକ, ରାମଚନ୍ଦ୍ର ଖୁଂଟିଆ, ସପ୍ତଗିରି ଉଲ୍ଲାକା, ଶରତ ରାଉତ, ସୁଶ୍ରୀ ସୁଶିଳା ତିରିଆ, ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ରମେଶ ଜେନା, ଡଃ ଦେବାଶିଷ ପଟ୍ଟନାୟକ, ଦାସରଥି ଗମାଙ୍ଗୋ, ଅଧିରାଜ ପାଣିଗ୍ରାହୀ, କିଶୋର ପଟେଲ, ଅନନ୍ତ ପ୍ରସାଦ ସେଠୀ, ରାଜନ ଏକା, ସୁରେନ୍ଦ୍ର ସିଂ ଭୋଇ, ବିଶ୍ୱ ରଞ୍ଜନ ମହାନ୍ତି, ବିଜୟଲକ୍ଷ୍ମୀ ସାହୁ, ଭୁଜବଳ ମାଝୀ, ସଶ୍ମିତା ବେହେରା, ଜାନକୀ ବଲ୍ଲଭ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ପୃଥିବୀବଲ୍ଲଭ ପଟ୍ଟନାୟକ, ସୁଚରୀତା ମହାନ୍ତି, ରଶ୍ମି ମହାପାତ୍ର, ବେଣୁଧର ପାତ୍ର, କୁମାର ଚିରଞ୍ଜୀବ, ରତ୍ନମଣୀ ଉଲ୍‌କା, ଲିଙ୍ଗରାଜ ଚୌଧୁରୀ, ରାଜକିଶୋର ଷଡଙ୍ଗୀ, ହିମାଂସୁ ଦାସ, ସନତ ଦାସ, ଅମ୍ବିକା ଭଟ୍ଟ, ନକୁଳ ନାୟକ, ହେମନ୍ତ ଦାସ, ଜୟଦେବ ନାୟକ, ବାଙ୍କନିଧି ବେହେରା, ସୁବ୍ରତ ମହାପାତ୍ର, ଅମୀୟ ପଟ୍ଟନାୟକ, ରାଜକିଶୋର ସାହୁ, ବିସ୍ମୟ ମହାପାତ୍ର, ପ୍ରକାଶ ମିଶ୍ର, ମନୋଜ ବିଶ୍ୱାଳ, ତରୁଣ ମିଶ୍ର, ମିନାକ୍ଷୀ ବାହିନୀପତି, ରଶ୍ମି ମହାପାତ୍ର, ଜ୍ଞାନ ପଟ୍ଟନାୟକ, ବିଧୁଭୂଷଣ ତ୍ରିପାଠୀ, ଲଲାଟେନ୍ଦୁ ଦାସ, ଶ୍ରିନିବାସ ରାଉତରାୟ, ମଧୁସ୍ମିତା ଆଚାର୍ଯ୍ୟ, ମହମ୍ମଦ ଗୁଲଫାମ, ନିହାର ବେହେରା, ନିରୁପମା ପାତ୍ର, ସରସ୍ୱତୀ ହେମ୍ବ୍ରମ, ବିଶ୍ୱଭୂଷଣ ଦାସ, ରବିନ୍ଦ୍ର ମଲ୍ଲିକ, ପଦ୍ମାକର ଗୁରୁ, ମଧୁସ୍ମିତା ସେଠୀ, ଚିନ୍ମୟ ସୁନ୍ଦର ଦାସ, ହରଦ୍ୱୀପ ସିଂ, ଦୁର୍ଗାପ୍ରସାଦ ପଣ୍ଡା, ଶଶିକାନ୍ତ ଲେଙ୍କା, ନିପନ ଦାସ, ନାରାୟଣ ଜେନା (ପେନ୍‌ମ୍ୟାନ) ଅମିତା ବିଶ୍ୱାଳ, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ସାନ୍ତାୟନ ମିଶ୍ର, ସଂଗ୍ରାମ ଦାସ, ସୀମାଚଂଳଗିରି ଉଲ୍ଲାକା, ନିରୁପମା ଦାସ, କୁସୁମ ପ୍ରଧାନ, ଶ୍ରୀୟା ମହାନ୍ତି, ଅଜିତ ଜେନା, ବିଳାସିନୀ ନାୟକ, ଦେଓ ପ୍ରସାଦ, ସୁଶାନ୍ତ ବେହେରା, କୈଳାସ ସାହୁ, ତୁଳେଶ୍ୱର ନାୟକ, ଶିଳ୍ପଶ୍ରୀ ହରିଚନ୍ଦନ, ବୁଲ୍‌କି ସେଠ, ଜୟକୃଷ୍ଣ ମଲ୍ଲିଆ,ଜୟଶ୍ରୀ ପାତ୍ର, ହାରାବତି ଗଣ୍ଡ, ପୁଷ୍ମିତା ଦାସ, ଦୀପକ କୁମାର ସାହୁ, ମିତ୍ରଭାନୁ ମହାପାତ୍ର, ରଞ୍ଜିତା ହେମ୍ବ୍ରମ୍‌, ସୁକାନ୍ତ ଦିଗଲ, ଆକବର ଖାଁ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.