ଭୁବନେଶ୍ବରକୁ ରୟାଲ ଲେଗାସିର ବିସ୍ତାର କରିଛି ଟ୍ରଫିଟ୍ ଆଣ୍ଡ୍ ହିଲ୍ ।

0 133

ଭୁବନେଶ୍ବର , 13/12/23 ( ପ୍ରତ୍ୟୁଷା ବ୍ୟୁରୋ ): ଏକ ନୂଆ ଅଧ୍ୟାୟର ଆରମ୍ଭ କରି ବିଶ୍ବର ପ୍ରତିଷ୍ଠିତ ସର୍ବପୁରାତନ ବାବର ସପ୍ ଟ୍ରଫିଟ୍ ଆଣ୍ଡ ହିଲ୍ ପକ୍ଷରୁ ଓଡିଶାର ମନ୍ଦିର ମାଳିନୀ ସହର ଭୁବନେଶ୍ଵରରେ ଏହାର ନୂତନ ଆଉଟ୍‌ଲେଟ୍‌ର ଇଂଚ୍ ଘୋଷଣା କରାଯାଇଛି । ଏହି ଷ୍ଟୋର୍‌କୁ ଲୟଡ୍‌ ଲକ୍‌ରୀସ୍ ଲିର ପରିଚାଳନା ନିର୍ଦ୍ଦେଶକ ଓ ସିଓଓ ପ୍ରଣୟ ଡୋକାନିଆ, ନାରାୟଣି ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରତିଷ୍ଠାତା, ଖାଟୋରେ ଆଇଟି ସଲ୍ୟୁଶନ୍‌ ପ୍ରାଇଭେଟ୍ ଲିମିଟେଡ୍‌ର ଏମ୍‌ଡି ଏବଂ ଟ୍ରଫିଟ୍ ଆଣ୍ଡ୍ ହିଲ୍‌ର, ଫ୍ରାଚାଇଜି ମାଲିକ ଅଜୟ କୁମାର ଖାଟୋରେଙ୍କ ସହିତ ଲୋକପ୍ରିୟ ଓଡିଆ ଅଭିନେତା ଓ ରାଜନେତା ସିଦ୍ଧାନ୍ତ ମହାପାତ୍ର ଉଦ୍‌ଘାଟନ କରିଥିଲେ ।

ଟ୍ରଫିଟ୍ ଆଣ୍ଡ୍ ହିଲ୍‌ର ବିଳାସପୂର୍ଣ୍ଣ ଆଭିମୁଖ୍ୟକୁ ପ୍ରୋତ୍ସାହିତ କରିବା ଲାଗି ଏହାକୁ ଏକ ପ୍ରମୁଖ ବଜାର ଭାବେ ଉପସ୍ଥାପନ କରିବା ପାଇଁ ଏହି ସହର ଏକ ସ୍ଵତନ୍ତ୍ର ପୁରୁଷ ଗୁମିଙ୍ଗ୍ ପ୍ରତିଷ୍ଠାନର ଆବଶ୍ୟକ କରୁଥିଲା । ଏହି ନୂତନ ଷ୍ଟୋର୍ ଓଡିଶାବାସୀଙ୍କୁ ଶୀର୍ଷ ସ୍ତରର ଗୁମିଙ୍ଗ୍ ସେବା ପ୍ରଦାନ କରିବା ଲାଗି ବ୍ରାଣ୍ଡର ଉତ୍ସର୍ଗୀକୃତତାକୁ ପ୍ରତିଫଳନ କରୁଛି । ବ୍ରାଣ୍ଡର ବିରାସତ ସହ ଜଡିତ ରହି ଭୁବନେଶ୍ଵରରେ ଏହି ପୁଂଚାଇଜି ଷ୍ଟୋର୍‌ର ପରିବେଶ ପୂର୍ବର ସମସ୍ତ ବିଦ୍ୟମାନ ଷ୍ଟୋର୍‌ଗୁଡିକର ଉତ୍କର୍ଷତା ଓ ଆଦର୍ଶ ଭଳି ସମାନ ଅଟେ । ଏହି ପ୍ରଶସ୍ତ ଓ ଆକର୍ଷଣୀୟ ୧୪୦୦ ବର୍ଗଫୁଟ୍‌ର ଷ୍ଟୋର୍‌ରେ ଏକ ରୟାଲ ସୁଇଟ୍, ଏକ ବାର୍ବର୍ ଷ୍ଟେସନ ସହିତ ପ୍ରାଇଭେଟ୍ ରୁମ୍, ୩ଟି ଚେୟାର ସହିତ ବାର୍‌ବର୍‌ ଷ୍ଟେସନ, ପେଡିଦ୍ୟୋର୍ ଓ ମାନିକ୍ୟାର ରୁମ୍ ଓ ବାଲେ ପାର୍କିଙ୍ଗ ଆଦି ସୁବିଧା ରହିଛି । ନାରାୟଣି ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରତିଷ୍ଠାତା ଓ ଖାଟୋରେ ଆଇଟି ସଲ୍ୟୁଶନ୍‌ ପ୍ରାଇଭେଟ୍ ଲିମିଟେଡ୍‌ର ଏମ୍‌ଡି ଏବଂ ଟ୍ରଫିଟ୍ ଆଣ୍ଡ ହିଲ୍‌ର ଭୁବନେଶ୍ଵର ଫ୍ରାଚାଇଜି ମାଲିକ ଅଜୟ କୁମାର ଖାଟୋରେ କହିଛନ୍ତି, ‘ କ୍ରମାଗତ ୯ଟି ରାଜଶାସନ ସମୟରେ ଗ୍ରେଟ୍ ବ୍ରିଟେନର ଶାସକମାନଙ୍କୁ ସେବା ପ୍ରଦାନ କରିବାର ଦୁଇ ଦଶନ୍ଧିରୁ ଅଧ୍ବକ ସମୟର ଏକ ବିରାସତ ସହିତ ଟ୍ରଫିଟ୍ ଆଣ୍ଡ୍ ହିଲ୍ କାଳଜୟୀ ରହିଛି ।

Leave A Reply

Your email address will not be published.