ଜାଗା ମିଶନ ଜମି ପଟ୍ଟା ନୁହେଁ ଗରିବ ଲୋକଙ୍କୁ ପ୍ରତାରଣାର କାଗଜ ବାଣ୍ଟୁଛନ୍ତି ସରକାର – ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ ।

0 71

ଭୁବନେଶ୍ୱର, ତା. ୧୩/୧୨ ( ପ୍ରତ୍ୟୁଷ ବ୍ୟୁରୋ ): ଦଲାଲଙ୍କୁ ଅନୁକମ୍ପା ,ଗରିବଙ୍କୁ ପ୍ରତାରଣା। ଭୁବନେଶ୍ୱରରେ ଏକ ଅରାଜକତାର ବାତାବରଣ ସୃଷ୍ଟି ହେବା ସହ ଏଠାରେ ସରକାରଙ୍କର କୌଣସି ରୁଲ୍ ଅଫ୍ ଲ (Rule of Law) କାର୍ଯ୍ୟ କରୁନଥିବା ର ଅଭିଯୋଗ ଆଣିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧକ୍ଷ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ। ଏକ ସାମ୍ୱାଦିକ ସମ୍ମିଳନୀ ମାଧ୍ୟମରେ ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ ଯେ , ଗରିବ ଲୋକଙ୍କ ପାଇଁ ଏଠାରେ କୌଣସି ନିୟମ ନାହିଁ। ଭୁବନେଶ୍ୱରରେ କେବଳ ଧନୀ ଓ ଉଚ୍ଚ ଶ୍ରେଣୀର ଲୋକ ମାନଙ୍କୁ ଜାଗା ମିଳୁଛି। ଗରିବ ଓ ସାଧାରଣ ଲୋକଙ୍କୁ ଏଠାରେ ଜାଗା ମିଳିବାର କୌଣସି ବ୍ୟବସ୍ଥା ନାହିଁ। ସେହି କାରଣରୁ ଭୁବନେଶ୍ୱରରେ ସରକାରୀ ଜମି ଜବରଦଖଲ ବଢ଼ିଚାଲିଛି। ବସ୍ତିବାସିନ୍ଦାଙ୍କୁ ଜାଗା ମିଶନ ମାଧ୍ୟମରେ ଜମି ଦେବା ନାଁରେ ସରକାରୀ ବାବୁ, ଲୋକାଲ ମାଫିଆ ଓ ସ୍ଥାନୀୟ କର୍ପୋରେଟର ମିଳି ମିଶି ସରକାରୀ ଜମିକୁ ଲକ୍ଷ୍ ଲକ୍ଷ୍ ଟଙ୍କାରେ ବିକ୍ରି କରୁଛନ୍ତି। ହେଲେ ଏହି ଜମି ପ୍ରକୃତ ଗରିବ ଲୋକ ପାଇପlରୁନାହାନ୍ତି । ଏହାର ଏକ ବୃହତ ଉଦାହରଣ ଶ୍ୟାମପୁର ଅଞ୍ଚଳରେ ଦେଖିବାକୁ ମିଳିଛି। ଭୂମି ଅଧିକାର ଲୋଭରେ ଜଣେ ଜଣେ ଲୋକ ଏପରି ଏକାଧିକ ସରକାରୀ ପ୍ଲଟ୍‌ କିଣୁଥିବାର ଅଭିଯୋଗ ହେଉଛି। ତେବେ କେବଳ ଏହି ଶ୍ୟାମପୁର ନୁହେଁ, ସାରା ସହରରେ ଏଭଳି ବେଆଇନ୍ ଜବରଦଖଲ ବଢ଼ିବାରେ ଲାଗିଛି। ଜାଗା ମିସନ୍‌ରେ ଜମି ପାଇବା ପାଇଁ ଯିଏ ପାରୁଛି ସେ ସରକାରୀ ଜାଗା ଜବରଦଖଲ କରୁଛି । ଏହି ପୁଣି ସ୍ଥାନୀୟ ଗୁଣ୍ଡା ଓ ସରକାରୀ ବାବୁଙ୍କ ସହଯୋଗରେ। ଏବଂ ଏହି ଜାଗାକୁ ଲକ୍ଷ୍ ଲକ୍ଷ୍ ଟଙ୍କାରେ ବିକ୍ରି କରାଚାଲିଛି। କିନ୍ତୁ ଧରାପଡ଼ିବା ବେଳେ କେବଳ ଯିଏ ଟଙ୍କା ଦେଇ ସରକାରୀ ଜମି କିଣୁଛି ସେ ହିଁ ଧରାପଡ଼ୁଛି ଓ କାର୍ଯ୍ୟାନୁଷ୍ଠାନର ଶିକାର ହେଉଛି। ବାକି ଦଲାଲ ଓ ସରକାରୀ ବାବୁ ଖସି ଯାଉଛନ୍ତି। ଏଥିରେ ଗରିବ ଲୋକଙ୍କ ହିଁ ହଇରାଣ ହେଉଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ନିଜେ ମୁଖ୍ୟମନ୍ତ୍ରୀ ଏହି ଜମିକୁ ଜାଗା ମିଶନ ଜମି କହି ପ୍ରମାଣ ପତ୍ର ବାଣ୍ଟୁଛନ୍ତି। ଏହି ଜାଗା ମିଶନ ଏକ ସମୂର୍ଣ୍ଣ ପ୍ରତାରଣା। ଜାଗା ମିଶନ ନାଁରେ କାଗଜ ଖଣ୍ଡେ ଧରାଇ ମିଛ ପ୍ରଚାର୍ କରି ଗରିବ ଲୋକଙ୍କୁ ସରକାର ଠକୁଥିବାର ଅଭିଯୋଗ ଆଣିଛନ୍ତି ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ। ଶ୍ରୀଯୁକ୍ତ ପଟ୍ଟନାୟକ ସରକାରଙ୍କୁ ଟାର୍ଗେଟ କରି ପ୍ରଶ୍ନ କରିଛନ୍ତି ଯେ, ଯଦି ସରକାର ଜାଗା ମିଶନ ନାଁରେ ବାଣ୍ଟୁଥିବା କାଗଜ ପ୍ରକୃତ ପଟ୍ଟା ତେବେ ସେଥିରେ କଣ ପାଇଁ ବ୍ୟାଙ୍କ ମଡ଼ଗେଜ୍ ଦେଉନାହିଁ କି ଲୋକମାନେ ନିଜ ପିଲାମାନଙ୍କ ଶିକ୍ଷ୍ୟା ପାଇଁ ବ୍ୟାଙ୍କରୁ ଋଣ ନେଇପାରୁନାହାନ୍ତି ? ଏହି ପଟ୍ଟା କଣ ପାଇଁ ଅନ୍ୟ ବ୍ୟବହାରରେ ଆସିପାରୁନାହିଁ? ଶ୍ରୀଯୁକ୍ତ ପଟ୍ଟନାୟକ କହିଛନ୍ତି ଯେ ସରକାର ଜାଗା ମିଶନ ମାଧ୍ୟମରେ ନିଜର ମିଥ୍ୟା ପ୍ରଚାର କରିବା ସହ ଲୋକଙ୍କୁ ପ୍ରତାରଣା କରି ଖଣ୍ଡିଏ କାଗଜ ଧରାଇ ଦେଇଛନ୍ତି। ଭୁବନେଶ୍ୱରରେ ଏହିଭଳି ଅରାଜକତା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଅରାଜକତା ସରକାରଙ୍କ 5T ମାଧ୍ୟମରେ ଚାଲିଛି। ଏହା କି ପ୍ରକାର ଶାସନ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ଏବଂ କଂଗ୍ରେସ ଦଳ ତରଫରୁ ସରକାରଙ୍କୁ ଚେତାଇ ଦେଇଛନ୍ତି ଯେ ସାଧାରଣ ଜନତାଙ୍କୁ ପ୍ରତାରଣା କରିବା ବନ୍ଦ କରନ୍ତୁ । ଯଦି ଗରିବ ଲୋକଙ୍କ ପାଇଁ ସରକାରଙ୍କର ସତରେ ଦରଦ୍ ଅଛି ତେବେ ପ୍ରକୃତ ଓ ବିଦ୍ଧିବଧ୍ୟ ବ୍ୟବସ୍ଥା କରି ମାଫିଆ ରାଜକୁ ବନ୍ଦ କରିବାକୁ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ କହିଥିଲେ । ଏହି ସମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା କଂଗ୍ରେସର ଉପସଭାନେତ୍ରୀ ଶ୍ରୀମତୀ ରଶ୍ମୀ ମହାପାତ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.