୧୭ତମ ଗୁରୁ ଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବ ୨୦୨୩

0 109

ଭୁବନେଶ୍ବର ,26.10.23 (ପ୍ରତ୍ୟୁଷା ବ୍ୟୁରୋ):କିମ୍ବଦନ୍ତ ତଥା ସମ୍ମାନିତ ଓଡ଼ିଶୀ ନୃତ୍ୟ ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ତ୍ରିଧାରା ଅନୁଷ୍ଠାନ ପକ୍ଷରୁ ଗୁରୁ ଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବ ଗତ ୧୬ ବର୍ଷ ଧରି ଆୟୋଜନ କରିଆସୁଅଛି । ଏହି ଉତ୍ସବ ପାଇଁ ତ୍ରିଧାରା ଦେଶ ତଥା ବିଦେଶରୁ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କଳାକାରମାନଙ୍କୁ ନିମନ୍ତ୍ରଣ କରୁଛି । ମିଡ଼ିଆ ମାଧ୍ୟମରେ ବିଶ୍ବସ୍ତରରେ ଉଲ୍ଲେଖନୀୟ ପ୍ରଚାର ଓ ପ୍ରସାର କରିବାକୁ ବିଶ୍ବ ପ୍ରସିଦ୍ଧ ନୃତ୍ୟ ସମାଲୋଚକମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଉଛି । ଏହା ଏକ ଅବିସ୍ମରଣୀୟ ଉତ୍ସବ ଯାହାକି ଭାରତ ତଥା ବିଦେଶରେ କଳା ପ୍ରେମୀମାନଙ୍କ ମଧ୍ୟରେ ଏକ ପ୍ରଭାବ ବିସ୍ତାର କରିପାରିଛି । ଚଳିତ ବର୍ଷ ୧୭ତମ ଗୁରୁ ଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବ ୨୬ ରୁ ୩୦ ଅକ୍ଟୋବର ୨୦୨୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରର ରବୀନ୍ଦ୍ର ମଣ୍ଡପରେ ପ୍ରତ୍ୟେହ ୬.୩୦ ଘଟିକାରୁ ଅନୁଷ୍ଠିତ ହେବ । ଓଡ଼ିଶୀ ନୃତ୍ୟର ଅନ୍ୟତମ ପ୍ରାଣ ପ୍ରତିଷ୍ଠାତା ଗୁରୁ ଦେବପ୍ରସାଦ ଦାସଙ୍କ ଅବଦାନ ଅବିସ୍ମରଣୀୟ । ଏହି ପୁରସ୍କାର ଉତ୍ସବର ଆୟୋଜନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି, ନୃତ୍ୟ ଏବଂ ସଙ୍ଗୀତ କ୍ଷେତ୍ରରେ କିମ୍ବଦନ୍ତୀ ଗୁରୁ ତଥା ଯୁବଶିଳ୍ପୀ ଓ ଶିଶୁ କଳାକାରମାନଙ୍କୁ ସମ୍ମାନ ପ୍ରଦାନ କରିବା ତଥା ସୋନଙ୍କର କଳାର ପ୍ରଚାର ଓ ପ୍ରସାର କରିବା । ଏଥିସହିତ ଓଡ଼ିଶୀ ନୃତ୍ୟ ତଥା ଓଡ଼ିଶାର ଆଦିବାସୀ ନୃତ୍ୟ, ଲୋକ ନୃତ୍ୟ, ପାରମ୍ପାରିକ ନୃତ୍ୟ କ୍ଷେତ୍ରରେ ଗୁରୁ ଦେବପ୍ରସାଦ ଦାସଙ୍କ ଘରାନାକୁ ପ୍ରଦର୍ଶନ ଓ ପ୍ରୋତ୍ସାହିତ କରିବା । ଓଡ଼ିଶୀ ନୃତ, ଆଦିବାସୀ ନୃତ୍ୟ, ପାରମ୍ପାରିକ ନୃତ୍ୟ ତିନୋଟି ସ୍ରୋତ ଗୁରୁଜୀଙ୍କ ଘରାନାରେ ମିଶ୍ରିତ ହୋଇଥିବାରୁ ତ୍ରିଧାରା ଅନୁଷ୍ଠାନ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଛି । ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ତତ୍ତ୍ଵାବଧାନରେ ତାଙ୍କର ନୃତ୍ୟ ସଂରଚନା ଉଭୟ ଓଡ଼ିଶୀର ଲାସ୍ୟ ଓ ତାଣ୍ଡବ ରୂପକୁ ସବୁବେଳେ ପ୍ରତିଫଳିତ କରିଥାଏ ।

Leave A Reply

Your email address will not be published.