ଇଣ୍ଟରନ୍ୟାସନାଲ ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନର ଆନ୍ତର୍ଜାତିକ ଯୁବ ସମାବେଶ।

0 312

ମୁମ୍ବାଇ ,19.10.23 ( ପ୍ରତ୍ୟୁଷା ବ୍ୟୁରୋ ): ଇଣ୍ଟରନ୍ୟାସନାଲ ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନର ଆନ୍ତର୍ଜାତିକ ଯୁବ ସମାବେଶ ୧୬ ରୁ ୧୮ ଅକ୍ଟୋବର ୨୦୨୩ ତିନି ଦିନ ବ୍ୟାପି ମୁମ୍ବାଇଠାରେ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ବିଶ୍ୱର ୪୮ ଟି ଦେଶର ୧୩୮ ଜଣ ଯୁବ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଏହି ମହା ସମ୍ମିଳନୀରେ ପ୍ରଥମ ଓଡ଼ିଆ ଭାବରେ ଅଲଇଣ୍ଡିଆ ରେଲୱେ ମେନ୍ସ ଫେଡେରେସନ/ପୂର୍ବତଟ ରେଲୱେ ଶ୍ରମିକ ୟୁନିଅନର ଜୋନାଲ ଯୁବ ସଂଯୋଜକ ତଥା ପୁରୀ ନିବାସୀ ଅମ୍ରିତ ମିଶ୍ର ଭାରତକୁ ପ୍ରତିନିଧିତ୍ୱ କରିଥିଲେ । ତିନିଦିନ ବ୍ୟାପି ଏହି ଆଲୋଚନାଚକ୍ର ରେ ସାରା ବିଶ୍ୱରେ ସୁରକ୍ଷିତ ଗମନାଗମନ,ସମସ୍ତ ବର୍ଗର କର୍ମଚାରୀଙ୍କୁ ସମାନ ସମ୍ମାନ,କର୍ମକ୍ଷେତ୍ରରେ ମୌଳିକ ସୁବିଧା ପ୍ରଦାନର ସ୍ପଷ୍ଟୀକରଣ,ପରିବର୍ତିତ ଜଳବାୟୁ ହେତୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାର ଉପାୟ ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଶ୍ରୀ ମିଶ୍ର କହିଥିଲେ ଯେ,ଏକ ସୁରକ୍ଷିତ କର୍ମକ୍ଷେତ୍ର ପାଇଁ ମାନସିକ ଶାନ୍ତି ଏବଂ ବିଶେଷ କରି ମହିଳା କର୍ମଚାରୀମାନଙ୍କ ସୁରକ୍ଷା ନିହାତି ଆବଶ୍ୟକ। ଏହା ସହିତ ଭାରତ ବର୍ଷରେ ୨୦୦୪ ରୁ ବନ୍ଦ ହୋଇଥିବା ପୁରୁଣା ପେନସନ ବ୍ୟବସ୍ଥା ର ପୁନଃ ପ୍ରଚଳନ କରିବା ପାଇଁ ଦାବି ଉପସ୍ଥାପନ କରିବା ସହ ଏହାକୁ ଏକ ସଂକଳ୍ପ ହିସାବରେ ନେବା ପାଇଁ ଅନୁରୋଧ କରିଥିଲେ,ଯାହାକୁ ଉପସ୍ଥିତ ସମସ୍ତ ସଦସ୍ୟ ସମର୍ଥନ ଜଣାଇଥିଲେ। ଏହି ସୁଯୋଗ ପାଇଁ ସେ ନିଜ ପୂର୍ବତଟ ରେଲୱେ ଶ୍ରମିକ ୟୁନିଅନର ମହାମନ୍ତ୍ରୀ ଶ୍ରୀ ପ୍ରଦୀପ୍ତ କୁମାର ପାଟସାହାଣୀକୁଂ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀ ମିଶ୍ର ଭାରତୀୟ ରେଳବାଇ ର ବାଣିଜ୍ୟ ବିଭାଗରେ କାର୍ଯ୍ୟରତ ଏବଂ ଏବେ ସେ ଜୋନାଲ ଯୁବ ସଂଯୋଜକ ସହ ପୁରୀ ଶାଖା ର ସମ୍ପାଦକ ଅଛନ୍ତି। ଶ୍ରୀ ମିଶ୍ର ପୁରୀ ନିବାସୀ ଶ୍ରୀମତି ମୌସୁମୀ ମିଶ୍ର ଓ ଶ୍ରୀ ପ୍ରଭାତ କୁମାର ମିଶ୍ରଙ୍କ କନିଷ୍ଠ ପୁତ୍ର ଅଟନ୍ତି।

Leave A Reply

Your email address will not be published.