ଆଜିଠୁ ଓଡ଼ିଶା ରାଜ୍ୟ ଭରୋତ୍ତୋଳନ ଚାମ୍ପିୟନସିପ୍ସ।

0 102

ଭୁବନେଶ୍ୱର, ତା ୧୫.୧୦.୨୩. ( ପ୍ରତ୍ୟୁଷା ବ୍ୟୁରୋ) :କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଭରୋତ୍ତୋଳନ ସଙ୍ଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା ରାଜ୍ୟ ଭରୋତ୍ତୋଳନ ଚାମ୍ପିୟନସିପ୍ସ ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି Iସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ସ୍ଥିତ ବିଜୁ ପଟ୍ଟନାୟକ ଭରୋତ୍ତୋଳନ କେନ୍ଦ୍ର ପରିସରରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଖୋର୍ଦ୍ଧା, ପୁରୀ, କଟକ, ଗଞ୍ଜାମ, ରାୟଗଡା, ବଲାଙ୍ଗୀର, ମୟୁରଭଞ୍ଜ, ଢେଙ୍କାନାଳ, ଅନୁଗୋଳ, ସୁନ୍ଦରଗଡ଼ ଏବଂ ଆରଏସପି ଆଦି ୧୧ ଗୋଟି ଜିଲ୍ଲା ତଥା ୟୁନିଟରୁ ମୋଟ ୨୫୦ (୧୩୦ ପୁରୁଷ,୧୨୦ ମହିଳା )ଜଣ ପ୍ରତିଯୋଗୀ ଏବଂ ୪୫ ଜଣ ଅଫିସିଆଲ ଅଂଶ ଗ୍ରହଣ କରୁଛନ୍ତି I ଖେଳାଳି ଓ ଅଫିସିଆଲ ମାନଙ୍କ ଖାଦ୍ୟପେୟ ଏବଂ ରହିବା ପାଇଁ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି I ଚଳିତ ୧୬ ରୁ ୧୮ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ସର୍ବ କନିଷ୍ଠ, କନିଷ୍ଠ ଏବଂ ବରିଷ୍ଠ ବର୍ଗର ମୋଟ ୬୦ ଟି ଓଜନ ବର୍ଗରେ ଅଂଶ ଗ୍ରହଣ କରିପାରିବେ I

Leave A Reply

Your email address will not be published.