ରସୁଲଗଡ଼ରେ ଚାନ୍ଦି ଭଣ୍ଡାରର ନୂଆ ଷ୍ଟୋର।

0 113

ଭୁବନେଶ୍ୱର,୧୬.୧୦ (ପ୍ରତ୍ୟୁଷା ବ୍ୟୁରୋ) : ରୁପା ଗହଣାର ଏକ୍ସକୁସିଭ୍ ବ୍ରାଣ୍ଡ ଚାନ୍ଦି ଭଣ୍ଡାର ପକ୍ଷରୁ ଭୁବନେଶ୍ବରସ୍ଥିତ ରସୁଲଗଡ଼ଠାରେ ଏକ ବ୍ରାଣ୍ଡ ନ୍ୟୁ ଷ୍ଟୋର ଖୋଲିଯାଇଛି । ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ରୂପା ଗହଣାର ପ୍ରମୁଖ ସ୍ଥଳ ଭାବେ ଏହା ଚାନ୍ଦି ଭଣ୍ଡାରର ଯାତ୍ରାରେ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ । ନୂଆ ଷ୍ଟୋରରେ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ କାଳଜୟୀ ଅକ୍ସିଡାଇଲ୍ଡ ସିଲ୍‌ଭର ଗହଣାର ବ୍ୟାପକ ସମ୍ଭାର ଉପଲବ୍ଧ। ଏଠାରେ ବ୍ରାଣ୍ଡର ଅତ୍ୟାଧୁନିକ ତଥା ନୂଆ ‘ଆର୍ଯ୍ୟ’ ଏବଂ ‘ଆମୋଘ କଲେକ୍ସନ’ ରହିଛି। ନୂଆ ଷ୍ଟୋରର ଉଦ୍‌ଘାଟନ କରି ଆମେ ଉତ୍ସାହିତ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି। ରାଜ୍ୟବ୍ୟାପୀ ଗ୍ରାହକଙ୍କୁ ବ୍ୟାପକ ରେଞ୍ଜ୍ ରୁପା ଗହଣା ଯୋଗାଇବାର ପ୍ରତିବଦ୍ଧତା ଆଧାରରେ ରସୁଲଗଡ ବମିଖାଲ ଏନ୍ଏଚ୍-୫ ଅନ୍ତର୍ଗତ ୟୁନିଟ୍ ୧୨ ପ୍ଲଟ୍ ନମ୍ବର-୩୦, ୩୦/୯୮୨ ଓଡ଼ିଶା ବିଜନେସ୍ ସେଣ୍ଟରରେ ନୂଆ ଷ୍ଟୋରକୁ ଖୋଲାଯାଇଛି। ଏ ଅବସରରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍‌ସା ହଂସ କହିଛନ୍ତି ଯେ, ଆମର ବହୁମୂଲ୍ୟ ଗ୍ରାହକଙ୍କ ପାଇଁ ରସୁଲଗଡ଼ରେ ଏକ ନୂଆ ଷ୍ଟୋରର ଉଦ୍‌ଘାଟନ କରି ଆମେ ଅତ୍ୟନ୍ତ ଉତ୍ସାହିତ I ମାନ ତଥା ଉତ୍କର୍ଷତା ପ୍ରତି ଆମର ପ୍ରତିବଦ୍ଧତା ସର୍ବାଗ୍ରେ ରହିଛି । ସଭିଙ୍କ ପାଇଁ ଅସାଧାରଣ ରୁପା କଲେକ୍ସନ ପ୍ରସ୍ତୁତି ଲାଗି ଆମେ ସମର୍ପିତ । ନୂତନ ଭାବେ ଉନ୍ମୋଚିତ ‘ଆର୍ଯ୍ୟ’ ଏବଂ ‘ଆମୋଘ’ କଲେକ୍ସନରେ ଚାନ୍ଦି ଭଣ୍ଡାରର ମାନ ଏବଂ ନବସୃଜନର ସୁନ୍ଦର ମିଶ୍ରଣକୁ ଅନୁଭବ କରିବା ପାଇଁ ଗ୍ରାହକଙ୍କୁ ସ୍ବାଗତ । ସେଲିବ୍ରେଶନ ଏଇଠି ଶେଷ ହେଉନାହିଁ । ଓଡ଼ିଶାର ପ୍ରମୁଖ ରୁପା ଗହଣା ସ୍ତୋର ଭାବେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଥିବାରୁ ଗ୍ରାହକଙ୍କୁ ଏକ ସ୍ବତନ୍ତ୍ର ଭେଟି ପ୍ରଦାନ କରୁଛି ଚାନ୍ଦି ଭଣ୍ଡାର । ଗଢ଼ା ମଜୁରିରେ ଏହା ଫ୍ଲାଟ୍ ୩୦% ରିହାତି ପ୍ରଦାନ କରୁଛି। ଏହି ବିଶେଷ ଅଫର ୨୦୨୩ ଅକ୍ଟୋବର ୧୬ରୁ ଅକ୍ଟୋବର ୨୪ ଯାଏ ଉପଲବ୍ଧ । ଏହି ଉତ୍ସବଭରା ଅବସରକୁ ପାଳନ କରିବା ସହ ଚାନ୍ଦି ଭଣ୍ଡାର ପ୍ରତିଭାଶାଳୀ ଅଭିନେତ୍ରୀ ଶିବାନୀ ସଙ୍ଗୀତାଙ୍କ ସହ ଏହାର ସହଯୋଗିତା ଘୋଷଣା କରିଛି।

Leave A Reply

Your email address will not be published.