ଫୁଲନଖରା ଗ୍ରାଣ୍ଡ ବଜାରରେ ଟି ଏମ ହୋଲସେଲ ଷ୍ଟୁଡ଼ିଓ ଉଦଘାଟିତ l

0 91

କଟକ 15 /10, ( ପ୍ରତ୍ୟୁଷା ବ୍ୟୁରୋ): ଦୀର୍ଘ 50 ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ଲୁଗାପଟା ବ୍ୟବସାୟରେ ସୁନାମ ଅର୍ଜିଥିବା ଟିଏମ ଯୋଗେଶ ଟେକ୍ସଟାଇଲ ପ୍ରାଇଭେଟ ଲିମିଟେଡ଼ର ନୂଆ ଶୋ’ରୁମ “ଟିଏମ ହୋଲସେଲ ଷ୍ଟୁଡ଼ିଓ” ଫୁଲନଖରା ନିକଟରେ ଅବସ୍ଥିତ ଗ୍ରାଣ୍ଡ ବଜାରରେ ପୋଲିସ(କ୍ରାଇମ ବ୍ରାଞ୍ଚ)ର ଅତିରିକ୍ତ ମହାନିର୍ଦେଶକ ଆଇ.ପି.ଏସ ଶ୍ରୀ ଅରୁଣ ବୋଥ୍ରାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି l ସମ୍ମାନିତ ଅତିଥି ଭାବେ ଶ୍ରୀ ମନସୁଖଲାଲ ସେଠିଆ, (ସଭାପତି, ଶ୍ରୀ ଜୈନ ଶ୍ଵେତାମ୍ବର ତେରାପନ୍ଥ ମହାସଭା )ଯୋଗଦାନ କରିଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ନଥମଲ ଚିନାନୀ, ଶ୍ରୀଗଣେଶ କାଣ୍ଡୋଇ, ସୁରେଶ ପୋଦାର, ନନ୍ଦକିଶୋର ଯୋଶୀ, ରାଜେଶ ଅଗ୍ରୱାଲ, କମଲ ଶିକାରୀଆ,ନିର୍ମାଲ ପୂର୍ଖ, ରାଜକୁମାର ଶର୍ମା, ସୁଭାଷ କେଡ଼ିଆ,ଶ୍ରୀଲାଲ ମୋହତା,ଶ୍ରୀ ସୁବାଷ ଚନ୍ଦ୍ର ଗୁପ୍ତା ଏମ. ଡି. ରିସ୍ତାଫୁଡ୍ସ ଓ ଗ୍ରାଣ୍ଡବଜାରର ଡେଭେଲପମେଣ୍ଟ ଓ ପ୍ରମୋଟରର ସମସ୍ତ ଅତିଥିବୃନ୍ଦ ଉପସ୍ଥିତ ଥିଲେ l ଏହି ଅବସରରେ ଟିଏମ ଯୋଗେଶ ସଂସ୍ଥାପକ ଶ୍ରୀ ମୋହନଲାଲ ସିଂଘି, ଯୋଗେଶ କୁମାର ଜୈନ ଓ ବିନୟ କୁମାର ଜୈନ ସମସ୍ତ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ଭୁବନେଶ୍ୱରର ଅନେକ ଅତିଥି ଏଇ ଉଦଘାଟନ ସମାରୋହରେ ଉପସ୍ଥିତ ଥିଲେ l 10,000 ବର୍ଗଫୁଟ ପରିମିତ ସୁବିଶାଳ ପରିବେଶ, ଯେଉଁଠି ରହିଚି ସପିଙ୍ଗର ଆନନ୍ଦ ଅନୁଭବ! କଟନ ଶାଢ଼ୀ, ଫ୍ୟାନସି ଶାଢୀଠୁଁ ନେଇ ହ୍ୟାଣ୍ଡଲୁମ ଶାଢ଼ୀ, ବନାରସୀ ପାଟ, କାଞ୍ଜିଭରମ, ସାଉଥ କଟନ, ବୋମକେଇ, ସମ୍ବଲପୁରୀ ଏମିତି ସମସ୍ତ ପ୍ରକାର ଶାଢ଼ୀ ସହିତ ସବୁ ରକମ ସାଲ୍ୱାର କମିଜ,ବିଛଣା ଚାଦର, ଧୋତି ଯୋଡ଼, ଟାୱେଲ, ଲୁଙ୍ଗି, ଗାମୁଛା ଇତ୍ୟାଦି ସବୁକିଛି ହୋଲସେଲ ଦାମରେ ମିଳୁଛି l ଦଶହରା ପାଇଁ ପ୍ରତ୍ୟେକ 1000 ଟଙ୍କାର କ୍ରୟ କରୁଥିବା ଗ୍ରାହକଙ୍କୁ ମିଳୁଛି ବିଶେଷ ପୂଜା ଉପହାର l

Leave A Reply

Your email address will not be published.