ଯୁବକଙ୍କ ପରିକଳ୍ପନା ରେ ତିଆରି କାଳ୍ପନିକ ତୋରଣ ରେ ଝଲସିବ ସହିଦ ନଗର ଦୁର୍ଗାମଣ୍ଡପ।

0 114

ଭୁବନେଶ୍ୱର-ତା୯.୧୦.୨୩ ( ପ୍ରତ୍ୟୁଷା ବ୍ୟୁରୋ):ଆସନ୍ତା ଦୁର୍ଗା ପୂଜା ଅବସରରେ ଆଜି ସହିଦନଗର ଦୁର୍ଗା ପୂଜା ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ସମିତି ର ସଭାପତି ହେମନ୍ତ ପରିଡା,ସମ୍ପାଦକ ସଚ୍ଚିଦାନନ୍ଦ ଦାଶ,ମୁଖ୍ୟ ଉପଦେଷ୍ଟା ତଥା ଭୁବନେଶ୍ୱର ଦୁର୍ଗାପୂଜା ଭଷାଣି ସମିତିର ସଭାପତି ମନୋରଞ୍ଜନ ଦାସ,ଉପସଭାପତି ଚନ୍ଦନ ପାଲିତ, ଅଚ୍ୟୁତାନନ୍ଦ ବେହେରା, ସରୋଜ ପାତ୍ର,ସ୍ଥାନୀୟ କର୍ପୋରେଟର ରାଜକିଶୋର ଦାସ, ପ୍ରମୁଖ ସୂଚନା ପ୍ରଦାନ କରି କହିଥିଲେ କି ଦୀର୍ଘ ୪୬ ବର୍ଷରେ ପଦାର୍ପଣ କରିଥିବା ସହିଦ ନଗର ଦୁର୍ଗାପୂଜା ସମିତି ପକ୍ଷରୁ ଏହି ବର୍ଷ ପୂଜାରେ ପରିବେଶ ଅନୁକୂଳ(eco-friendly) ପ୍ଲାଷ୍ଟିକ ମୁକ୍ତ ସୁସଜ୍ଜିତ ତୋରଣ ହେବ, ତୋରଣଟିର ଉଚତା ପ୍ରାୟ ୮୫ଫୁଟ ଓ ଦୈର୍ଘ୍ୟ ୧୨୦ ଫୁଟ।ତୋରଣଟି ସମ୍ପୂର୍ଣ୍ଣ ନୂଆ, ଏହା କୌଣସି କପି ନୁହେଁ,ଏହାକୁ ଆମର ଯୁବ ସଭ୍ୟମାନେ ଡ୍ରଇଂ କରି ଏକ କାଳ୍ପନିକ ତୋରଣର ପରିକଳ୍ପନା ଦେଇଛନ୍ତି ।ଏହା କୁ ନିର୍ମାଣ କରିବାପାଇଁ ୫୦ ରୁ ଉର୍ଦ୍ଧ କାରିଗର ଦିନ ରାତି କାମ କରୁଛନ୍ତି। ଏହି କାରିଗର ସବୁ କଲିକତା ରୁ ଆସିଛନ୍ତି । ପ୍ରାୟ ଶ୍ରୀ ଗଣେଶ ଚତୁର୍ଥୀରୁ ତୋରଣ କାର୍ଯ୍ୟ ଆରମ୍ଭ ହେଉଅଛି । ସେହି ଭଳି ଆଲୋକ ସାଯସଯା ପାଇଁ(light Decorator) ମଧ୍ଯ କଲିକତା ରୁ କାରିଗର ଅଣାଯାଇଅଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ଦୁର୍ଗା ମା ଚାନ୍ଦି ମେଢ଼ ଓ ସୁନା ମୁକୁଟ, ସୁନା ଅଳଙ୍କାର ଓ ରୂପା ଅଳଙ୍କାର ରେ ସୁସଜ୍ଜିତ ହେବେ। ଯେଉଁଥିରେ କି ୩ କେଜି ସୁନା ଏବଂ ୧୬୦ କେଜି ରୁପା ଅଳଙ୍କାର ବ୍ୟବହାର କରାଯିବ।ଏହି ବର୍ଷ ସମିତି ନିଷ୍ପତ୍ତି ନେଇଛନ୍ତି କି ମା ଙ୍କ ପୂଜା କୁ ଅଧିକ ପ୍ରାଧାନ୍ୟ ଦିଆଯିବ । ସବୁ ପୂଜା ସାମଗ୍ରୀ ଠାରୁ ଆରମ୍ଭ କରି ପୂଜା ଉପଚାର,ଭୋଗ, ଅତି ନିଷ୍ଠାପରତା ସହିତ ହେବ ବୋଲି ସମିତି ନିଷ୍ପତ୍ତି କରିଛି । ତାହା ସହିତ ସବୁଠୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି ଶ୍ରଦ୍ଧାଳୁଙ୍କ ଦର୍ଶନ, ଏହି ନିମନ୍ତେ ବୟସ୍କ, ମହିଳା ଓ ଦିବ୍ୟାଙ୍ଗ(disable) ମାନେ କିପରି ଭଲରେ ଦର୍ଶନ କରିପାରିବେ ତାହା ଉପରେ ବିଶେଷ ଧ୍ୟାନ ଦିଆଯାଇଅଛି। ଆମେ ଆଶା କରୁଛୁ ଏହି ତୋରଣଟି ନିଶ୍ଚିତ ସମସ୍ତଙ୍କର ପସନ୍ଦ ହେବ ଓ ସମସ୍ତ ଶ୍ରଦ୍ଧାଳୁ ଭଲ ରେ ଆସି ଶୃଙ୍ଖଳାର ସହ ମା’ଙ୍କ ଦର୍ଶନ କରନ୍ତୁ । ଏହି ବର୍ଷ ସମୁହ ଭସାଣୀ ରେ ସହିଦନଗର ସମିତି ତରଫରୁ ସବୁ ପାରମ୍ପରିକ ବାଦ୍ୟ ସହ ନାସିକ ଢୋଲ ବାଜା ମୁଖ୍ୟ ଆକର୍ଷଣ ହେବ,ଜନସାଧାରଣଙ୍କ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ୧୦୦ ରୁ ଉର୍ଦ୍ଧ୍ଵ ମହିଳ ଓ ପୁରୁଷ ସ୍ବେଚ୍ଛାସେବୀ ଓ କର୍ମକର୍ତ୍ତା ନିୟୋଜିତ କରାଯିବ ଓ ସିସିଟିଭି ର ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଅଛି । ଶ୍ରଦ୍ଧାଳୁଙ୍କ ଏବଂ ମାଙ୍କ ଭକ୍ତଙ୍କ ମନୋରଞ୍ଜନ ପାଇଁ ଆମ ପଛପାଖ ପଡିଆରେ ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ଭଜନ ସଂଧ୍ୟାର କାର୍ଯ୍ୟକ୍ରମ ସ୍ଥିର କରାଯାଇଅଛି ଓ ପିଲାମାନଙ୍କ ପାଇଁ ସବୁଠୁ ବଡ ଦୋଳି, ଛୋଟଦୋଳି ଏବଂ ମୀନାବଜାରର ଆୟୋଜନ କରାଯାଇଅଛି । ଏହି ଅବସରରେ ଉପସ୍ଥିତ ସମିତି ନେତୃବୃନ୍ଦଙ୍କ ଦ୍ୱାରା ଚଳିତ ବର୍ଷ ଶୋଭା ପାଇବାକୁ ଥିବା କାଳ୍ପନିକ ତୋରଣର ଚିତ୍ରକୁ ଉନ୍ମୋଚନ କରାଯାଇଥିଲା। ଯେହେତୁ ଅନୁଷ୍ଠାନ ତରଫରୁ ଏକ ଭିନ୍ନ ଧରଣର ନିଜସ୍ୱ କାଳ୍ପନିକ ତୋରଣ କରାଯାଇଛି ଯାହା କି କାହାର ଅନୁକରଣ କରାଯାଇ ନାହିଁ।ଏହା ସବୁଠାରୁ ଭିନ୍ନ ବୋଲି ପ୍ରକାଶ କରିଛନ୍ତି ନେତୃମଣ୍ଡଳୀ। ଶେଷରେ ସମସ୍ତଙ୍କୁ ଆପଣ ମାନଙ୍କ ମାଧ୍ୟମରେ କହି ବାକୁ ଚାହୁଁଛୁ କି ଦୟାକରି ମା ଙ୍କ ଦର୍ଶନ ଭଲ ରେ କରନ୍ତୁ ଓ ପରିବେଶ କୁ ସୁରକ୍ଷିତ ରଖନ୍ତୁ। ପୋଲିସ ପ୍ରଶାସନ, ଭୁବନେଶ୍ୱର ମହାନଗର ନିଗମ(BMC),ପୂର୍ଣ ବିଭାଗ, ଅଗ୍ନିଶମ ବିଭାଗ,ବିଦ୍ୟୁତ ଯୋଗାଣ (TPCODL)ବିଭାଗ,ଜଳଯୋଗାଣ (WATCO)ବିଭାଗ,ସାଧାରଣ ପ୍ରଶାସନ (G.A) ବିଭାଗ ଓ ଗଣମାଧ୍ୟମର ପ୍ରତିନିଧି ଓ ତାଙ୍କର ସମସ୍ତ କର୍ମକର୍ତ୍ତା ଆମକୁ ସାହାଯ୍ୟ ସହଯୋଗ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଚଳିତ ବର୍ଷ ବି ସେହିପରି ସେମାନଙ୍କ ଠାରୁ ସାହାଯ୍ୟ ଓ ସହଯୋଗ ପାଇବା ପାଇଁ ଆଶାପୋଷଣ ରଖିଛନ୍ତି ସମିତି ର କର୍ମକର୍ତ୍ତା ଗଣ । ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର କର୍ମକର୍ତ୍ତା ସୁଧୀର ଶତପଥୀ,ରାଜା ରାୟ ପ୍ରମୁଖ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.