ସରକାର ଶୀତଳ ଭଣ୍ଡାରଗୁଡିକର ପୁନଃଉଦ୍ଧାର ପାଇଁ ଆଖି ବୁଜି ଦେଇଛନ୍ତି।

0 106

ଭୁବନେଶ୍ବର, 8/10/23 (ପ୍ରତ୍ୟୁଷା ବ୍ୟୁରୋ):ରବିବାର ଓଡିଶା ଶୀତଳ ଭଣ୍ଡାର ସଂଘର ବାର୍ଷିକ ଅଧୃବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡିଶା ର ସମସ୍ତ ଜିଲ୍ଲାରୁ ଶୀତଳ ଭଣ୍ଡାର ଉଦ୍ୟୋଗୀ ମାନେ ଯୋଗଦାନ ଦେଇଥିଲେ। ବିଭିନ୍ନ ଜିଲ୍ଲାର ସମସ୍ୟା ଏବଂ ଶୀତଳ ଭଣ୍ଡାରକୁ ନେଇ କିପରି ଭାବରେ ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି ପାଇପାରିବ ଏବଂ ଶୀତଳ ଭଣ୍ଡାର ଗୁଡ଼ିକ ସୁଚାରୁରୂପେ କାର୍ଯ୍ୟକ୍ରମ କରିପାରିବେ,ଏଥିନେଇ ବିସ୍ତୃତ ରୂପେ ଆଲୋଚନା କରାଯାଇଥିଲା। ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏ ନେଇ ଏକ 12 ଦଫା ଦାବୀପତ୍ର ମଧ୍ୟ ଉପସ୍ଥାପନ କରାଯାଇଛି । ସଂଘ ମାଧ୍ୟମରେ ଉପସ୍ଥିତି ଥିବା ସଂଘର ପ୍ରେସିଡେଣ୍ଟ ଜନାର୍ଦନ ସାହୁ ପ୍ରେସ ବିଜ୍ଞପ୍ତି ରେ ଏ ନେଇ ସୂଚନା ଦେଇଥିଲେ । ଏହି ପ୍ରସ୍ତାବରେ ସେ ରାଜ୍ୟର ଶୀତଳ ଭଣ୍ଡାରର ପରିସ୍ଥିତି ସମ୍ବଦ୍ଧରେ ଅବଗତ କରାଇଥିଲେ। ଶ୍ରୀ ସାହୁଙ୍କ କହିବା ଅନୁଯାଇ ରାଜ୍ୟରେ ସର୍ବମୋଟ ୧୪୦ଟି ଶୀତଳ ଭଣ୍ଡାର ସ୍ଥାପିତ ହୋଇଥିବା ବେଳେ ବର୍ତ୍ତମାନ ମାତ୍ର ୩୦ଟି ଚାଲୁ ଅବସ୍ଥାରେ ଅଛି। ବିଶେଷକରି ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରାୟତ ଶୀତଳ ଭଣ୍ଡାର ଗୁଡ଼ିକ ଅଧିକ ପରିମାଣରେ କାର୍ଯ୍ୟକ୍ଷମ ଅଛି। ରାଜ୍ୟରେ ଶୀତଳ ଭଣ୍ଡାର ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟରତ ହୋଇପାରୁନାହିଁ, ତେଣୁ ଏହି ବିଷୟବସ୍ତୁ ଉପରେ ଶ୍ରୀ ସାହୁ ବିସ୍ତୃତ ରୂପେ ଆଲୋଚନା କରିଥିଲେ। ଏହି ସାମ୍ବାଦିକ ସମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ରଂଜିତ ବଳ. ସମ୍ପାଦକ ଶୁଭେନ୍ଦୁ ସାହୁ. ଯୁଗ୍ମ ସମ୍ପାଦକ ସାରାଂଶ ପାନସାରୀ ଓ କୋଷଧ୍ୟକ୍ଷ ଅନୁଭବ ଲାଠ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.