ପାର୍ବଣ-୨୦୨୩ ପାଇଁ ପ୍ରସ୍ତୁତ କ୍ୟାରେଟ୍‌ଲେନ୍।

0 108

ଭୁବନେଶ୍ୱର,୧୪/୧୦, ( ପ୍ରତ୍ୟୁଷା ବ୍ୟୁରୋ): ତିନିସ୍କର ପାର୍ଟନରଶିପ୍ ଷ୍ଟୋର ତଥା ଦେଶର ଅନ୍ୟତମ ଅଗ୍ରଣୀ ଓମ୍‌ନିଚ୍ୟାନେଲ ଗହଣା ନିର୍ମାତା କ୍ୟାରେଟ୍‌ଲେନ୍ ପାର୍ବଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି । ପୂଜା ଅବସରରେ କମ୍ପାନି ପକ୍ଷରୁ ଏକ ଆକର୍ଷଣୀୟ କଲେକ୍ସନ ‘ଆଲ୍‌ପୋନା’ର ବଜାର ପ୍ରବେଶ କରାଯାଇଛି । ଏହାସହିତ ମନଲୋଭା ଡିଜାଇନ୍‌ଗୁଡିକରେ ଆକର୍ଷଣୀୟ ଅଫର୍ ଆଣିଛି ଷ୍ଟୋର । ପାରମ୍ପରିକ ବେଙ୍ଗଲୀ ଆର୍ଟ ଷ୍ଟାଇଲ୍‌ ଏବଂ ୮ଟି ସ୍ବତନ୍ତ୍ର ଭାବରୁ କ୍ୟାରେଟ୍‌ଲେନ୍‌ର ଏହି ନୂଆ କଲେକ୍ସନ ‘ଆଲ୍‌ପୋନା’ ପ୍ରେରିତ । ଗହଣାର ଜଟିଳ ଢ଼ାଞ୍ଚାଗୁଡ଼ିକ ସମୃଦ୍ଧତା, ଉତ୍ତମ ସ୍ୱାସ୍ଥ୍ୟ ଏବଂ ବିଜୟର ପ୍ରତୀକ ବହନ କରୁଛି। ଜୀବନରେ ଏହି ସାଙ୍କେତିକ ଉପାଦାନଗୁଡ଼ିକୁ ଆଣି ଏହି କଲେକ୍ସନ ସେଲିବ୍ରେଶନ୍‌ର ଆରମ୍ଭକୁ ଦର୍ଶାଉଛି। ପାର୍ବଣକୁ ଅଧିକ ଉତ୍ସବମୁଖର କରିବା ପାଇଁ କ୍ୟାରେଟ୍‌ଲେନ୍ ୪୦୦୦ରୁ ଊର୍ଦ୍ଧ୍ବ ଡିଜାଇନ ହୀରା ମୂଲ୍ୟ ଉପରେ ଫ୍ଲାଟ୍ ୨୫% ରିହାତି ପ୍ରଦାନ କରୁଛି। ଏହାସହିତ ପୁରୁଣା ସୁନା ଏକ୍ସଚେଞ୍ଜରେ ଗ୍ରାହକଙ୍କୁ ଏହା ‘ଜିରୋ ଡିଡକ୍ସନ’ ସୁବିଧା ଦେଉଛି। ଏଣୁ ଚଳିତ ପାର୍ବଣରେ କ୍ୟାରେଟଲେନ୍ ଗହଣା କ୍ରୟ ପାଇଁ ଉପଯୁକ୍ତ ସ୍ଥଳ ପାଲଟିଛି । କ୍ୟାରେଟ୍‌ଲେନ୍ ଡିଜାଇନ୍‌ଗୁଡିକ ଉପହାର ଏବଂ ସମସ୍ତ ପ୍ରକାର ପାରିବାରିକ ସେଲିବ୍ରେଶନ ପାଇଁ ଉପଯୁକ୍ତ। ଉପହାର ପ୍ରଦାନ ପାଇଁ କ୍ୟାରେଟ୍‌ଲେନ୍‌ରେ ୫,୦୦୦ ଟଙ୍କାରୁ ଆରମ୍ଭ କରି ବ୍ୟାପକ ରେଞ୍ଜ୍ ଡିଜାଇନ ରହିଛି। କୌଣସି ଦମ୍ପଭିଙ୍କ ପ୍ରଥମ ଦୀପାବଳି ହେଉ କିମ୍ବା ପରିବାର ଅବା ବନ୍ଧୁଜନଙ୍କୁ ଉପହାର ପ୍ରଦାନ, କ୍ୟାରେଟ୍‌ଲେନ୍‌ରେ ସମସ୍ତଙ୍କ ପାଇଁ କିଛି ନା କିଛି ରହିଛି । ଅନେକ ଗ୍ରାହକ ନିଜ ପ୍ରତି ଥିବା ଭଲ ପାଇବା, ଛୋଟ ଛୋଟ ଅବସରକୁ ପାଳନ କରିବା ତଥା ବ୍ୟକ୍ତିଗତ ସଫଳତାକୁ ପାଳନ କରିବା ପାଇଁ ଗହଣା କିଣିଥାଆନ୍ତି ।

Leave A Reply

Your email address will not be published.