ବଲିଉଡ୍ ତାରକା ଜାହ୍ନବୀ କପୁରଙ୍କ ଦ୍ବାରା ଭୁବନେଶ୍ୱର ମାଷ୍ଟର କ୍ୟାଟିନ୍‌ରେ ନୂଆ ସୋ’ରୁମ୍ ଉଦ୍‌ଘାଟିତ।

0 217

୨୪ ସେପ୍ଟେମ୍ବର ୨୦୨୩ ( ପ୍ରତ୍ୟୁଷl ବ୍ୟୁରୋ): ଭାରତର ସବୁଠୁ ବିଶ୍ଵାସଯୋଗ୍ୟ ଓ ଅଗ୍ରଣୀ ଗହଣା ବ୍ରାଣ୍ଡ୍ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଭୁବନେଶ୍ଵରର ମାଷ୍ଟର କ୍ୟାଟିନ୍‌ରେ ନୂଆ ସୋ’ରୁମ୍‌ର ଶୁଭାରମ୍ଭ ଘୋଷଣା କରାଯାଇଛି । କଲ୍ୟାଣ ଜୁଏଲର୍ସର ସିଇଓ ଶ୍ରୀ ସଂଜୟ ରଘୁରମଣଙ୍କ ଉପସ୍ଥିତିରେ ବଲିଉଡ୍ ତାରକା ଜାହ୍ନବୀ କପୁର ସୋ’ରୁମ୍‌କୁ ଉଦ୍‌ଘାଟନ କରିଛନ୍ତି । ଏହା ହେଉଛି ଓଡ଼ିଶାରେ କଂପାନିର ପଂଚମ ସୋ’ରୁମ । ଏହି ଅବସରରେ ବଲିଉଡ୍ ତାରକା ଜାହ୍ନବୀ କପୁର କହିଛନ୍ତି ଯେ, “ଭୁବନେଶ୍ଵରରେ ସୋ’ରୁମ୍ ଶୁଭାରମ୍ଭ ସମାରୋହର ଅଂଶ ହୋଇଥିବାରୁ ମୁଁ ଅତ୍ୟନ୍ତ ଉଲ୍ଲସିତ । ଭାରତର ଗହଣା ଶିଳ୍ପରେ ଭାବେ ବିପ୍ଳବ ଆଣୁଥିବା ଏକ ବ୍ରାଣ୍ଡ୍ କଲ୍ୟାଣ ଜୁଏଲର୍ସର ପ୍ରତିନିଧି ହୋଇ ଏଠାରେ ଉପସ୍ଥିତ ରହିବା ମୋତେ ବେଶ ଗର୍ବିତ କରିଛି । ଏହି ବ୍ରାଣ୍ଡର ଆକର୍ଷଣୀୟ ଗହଣାର ଚମତ୍କାରିତା ତାହାର ସୂକ୍ଷ୍ମ କାରିଗରୀ ଓ ସୁନ୍ଦର ସୌନ୍ଦର୍ଯ୍ୟରେ ଅନ୍ତର୍ନିହିତ ରହିଛି ଯାହା ଭାରତର ବିବିଧ ସାଂସ୍କୃତିକ ଐତିହ୍ୟକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଏହି ଅଂଚଳର ପୃଷ୍ଠପୋଷକମାନଙ୍କୁ ଶ୍ରେଷ୍ଠ ମାନର ସପିଙ୍ଗ ଅନୁଭୂତି ପ୍ରଦାନ କରିବା ପାଇଁ ବ୍ରାଣ୍ଡ୍ର ରହିଥିବା ଅତୁଟ ପ୍ରତିବଦ୍ଧତା ସ୍ଵରୂପ ଏହି ଆକର୍ଷଣୀୟ ସୋ’ରୁମ୍ ଦଣ୍ଡାୟମାନ ହୋଇଛି । ମୋର ବିଶ୍ଵାସ ରହିଛି ଯେ ପୃଷ୍ଠପୋଷକମାନେ ପୂର୍ଣ୍ଣ ହୃଦୟରେ ଏହାକୁ ଗ୍ରହଣ କରିବେ ଏବଂ କଲ୍ୟାଣ ଜୁଏଲର୍ସକୁ ସମର୍ଥନ କରିବେ ।’’ ନୂଆ ସୋ’ରୁମ୍ ସମ୍ପର୍କରେ କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦେଶକ ଶ୍ରୀ ରମେଶ କଲ୍ୟାଣରମଣ କହିଛନ୍ତି ଯେ, “ ଗ୍ରାହକଙ୍କ ସପିଙ୍ଗ ଅନୁଭୂତିରେ ଉନ୍ନତି ଆଣିବା ପାଇଁ ଏକ ସାମଗ୍ରିକ ବ୍ୟବସ୍ଥା ସୃଷ୍ଟି କରିବା ଦିଗରେ କଂପାନି ଏକ ବଡ଼ ମାଇଲଖୁଟ ହାସଲ କରିବା ସହ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଭୁବନେଶ୍ଵରରେ ଆମର ତୃତିୟ ସୋ’ରୁମ୍ ବିଷୟରେ ଘୋଷଣା କରି ଆମେ ବେଶ ଆନନ୍ଦିତ ।

Leave A Reply

Your email address will not be published.