ଆମ୍ରି ହସ୍ପିଟାଲ ପକ୍ଷରୁ ବିଶ୍ୱ ହୃଦୟ ଦିବସ ପାଳିତ ସାଧାରଣ ଜନତାଙ୍କୁ ହୃଦ୍ ରୋଗ ସମ୍ପର୍କରେ କରିଲେ ସଚେତନ।

0 131

ଭୁବନେଶ୍ୱର ,୨୯-୦୯ ( ପ୍ରତ୍ୟୁଷା ବ୍ୟୁରୋ): ଆମ୍ରି ହସ୍ପିଟାଲ ଭୁବନେଶ୍ବର ପକ୍ଷରୁ ବିଶ୍ବ ହୃଦୟ ଦିବସ ପାଳିତ ହୋଇଯାଇଛି । ହୃଦ୍ରୋଗର ବିଭିନ୍ନ କାରଣ ଲକ୍ଷଣ ଏବଂ ଉପଚାର ସମ୍ପର୍କରେ ସଚେତନ କରିବା ପାଇଁ ଏହି ଅବସରରେ ଏକ ୱାକଥନର ଆୟୋଜନ କରାଯାଇଥିଲା । ଏହାକୁ ପୁଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ବେଦାନ ଉଚ୍ଚ କର୍ତ୍ତୃପକ୍ଷ ତପନ କୁମାର ଚାନ୍ଦ ଏବଂ ଆମ୍ରି ହସ୍ପିଟାଲ ଭୁବନେଶ୍ବରର ୟୁନିଟ୍ ହେଡ୍ ଡାକ୍ତର ରୋହିତ ଯଶୱାଲ ପତକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ | ଏଥିରେ ୩୦୦ରୁ ଅଧିକ ସାଧାରଣ ଜନତା, ଅମ୍ରି ହସ୍ପିଟାଲର ଡାକ୍ତର ନର୍ସ ଓ କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ।ଆମ ହୃଦୟକୁ କିଭଳି ସୁସ୍ଥ ଓ ନିରୋଗ ରହିହେବ ସେ ସମ୍ପର୍କରେ ସଚେତନା ସୃଷ୍ଟି କରିବା ପାଇଁ ସମସ୍ତେ ବିଭିନ୍ନ ପ୍ଲାଗ କାର୍ଡ ଧରି ୱାକଥନରେ ଭାଗ ନେଇଥିଲେ। ଏହି ଅବସରରେ ଆମ୍ରି ହସ୍ପିଟାଲର ହୃଦରୋଗ ବିଶେଷଜ୍ଞ ଡାକ୍ତର ଜେକେ ପାଢ଼ୀ, ଡାକ୍ତର ଦିବ୍ୟରଞ୍ଜନ ବେହେରା, ଡାକ୍ତର ମହେଶ ଅଗ୍ରୱାଲ, ଡାକ୍ତର ବିଶ୍ବଜିତ୍‌ ମହାପାତ୍ର, ଓ ଡାକ୍ତର ପ୍ରଦୀପ କୁମାର ଦାଶଙ୍କ ସମେତ ଅମ୍ରି ହସ୍ପିଟାଲର ବରିଷ୍ଠ କଭୃପକ୍ଷ ଉପସ୍ଥିତ ଥିଲେ। ଆମ ହୃଦୟକୁ ସୁସ୍ଥ ରଖିବାକୁ ହେଲେ ଆମକୁ ଧୂମପାନ, ମଦ୍ୟପାନ ଠାରୁ ଦୂରେଇ ରହିବା ସହିତ ପ୍ରତିଦିନ କିଛି ସମୟ ବ୍ୟାୟାମ କରିବାକୁ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ପରାମର୍ଶ ଦେଇଥିବା ବେଳେ ଆମର ଖାଦ୍ୟପେୟ ଓ ଜୀବନଶୈଳୀ ହୃଦୟକୁ ସୁସ୍ଥ ରଖୁବାକୁ ସାହାର୍ଯ୍ୟ କରିଥାଏ ବୋଲି ମେୟର ସୁଲୋଚନା ଦାସ କହିଥିଲେ । ସେହିଭଳି ତପନ କୁମାର ଚାନ୍ଦ ନିୟମିତ ହାର୍ଟ ଚେକଅପ୍ ଉପରେ ଗୁରୁତ୍ବ ଦେଇଥିବା ବେଳେ ଆମ୍ବି ହସ୍ପିଟାଲ ଭୁବନେଶ୍ବରର ୟୁନିଟର ହେଡ୍ ଡାକ୍ତର ରୋହିତ ଯଶୱାଲ ଆମ୍ବି ହସ୍ପିଟାଲରେ ବିଭିନ୍ନ ପ୍ରକାର ହୃଦରୋଗ ପାଇଁ ଉପଲବ୍ଧ ଚିକିତ୍ସା ସମ୍ପର୍କରେ ସୂଚନା ଦେଇଥିଲେ |

Leave A Reply

Your email address will not be published.