ପାରାଦୀପ ବନ୍ଦରରେ କଂଟେନର ଟର୍ମିନାଲ୍ ବିକାଶ ଓଡ଼ିଶାକୁ ଆଣିପାରେ ୨୦,୦୦୦ କୋଟିର ବ୍ୟବସାୟ।

0 116

ଭୁବନେଶ୍ବର, ସେପ୍ଟେମ୍ବର ୨୩, ୨୦୨୩ (ପ୍ରତ୍ୟୁଷା ବ୍ୟୁରୋ): ଓଡିଶାର ପାରାଦୀପ ବନ୍ଦରରେ ଏକ ଉତ୍ସର୍ଗୀକୃତ କଂଟେନର ଟର୍ମିନାଲର ବିକାଶରେ ରାଜ୍ୟକୁ ୨୦,୦୦୦ କୋଟି ଟଙ୍କାର ବ୍ୟବସାୟ ଆଣିବାର କ୍ଷମତା ରହିଛି ବୋଲି ଜିନ୍ଦଲ ଷ୍ଟେନଲେସର ଲଜିଷ୍ଟିକ୍ସ ମୁଖ୍ୟ, ଶ୍ରୀ ଭେଙ୍କଟେଶ୍ଵର ରାଓ ଗତକାଲି ଅନୁଷ୍ଠିତ ଲଜିଷ୍ଟିକ୍ ସମ୍ମିଳନୀକୁ ସମ୍ବୋଧ କରିବାବେଳେ କହିଛନ୍ତି । ବର୍ତମାନ, ଏହି ବ୍ୟବସାୟ ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗକୁ ଯାଉଅଛି । କାର୍ଗୋ ଭଲ୍ୟୁମ୍ ଅନୁସାରେ ଓଡ଼ିଶା, ଦେଶର ତୃତୀୟ ବୃହତମ ବନ୍ଦର ପ୍ରଦେଶ ହୋଇଥିଲେ ମଧ୍ୟ ଏକମାତ୍ର ରାଜ୍ୟ ହୋଇ ରହିଛି ଯାହାର ଏକ ଉତ୍ସର୍ଗୀକୃତ କଂଟେନର ଟର୍ମିନାଲ୍ ନାହିଁ ଏବଂ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଉପରେ ନିର୍ଭର କରୁଛି । ବର୍ତମାନ, ବିଶାଖାପାଟଣା ବନ୍ଦର ଓଡିଶାର ୪୦-୪୫% ମାଲଗୁଡିକର ନିୟନ୍ତ୍ରଣ କରୁଛି । ଷ୍ଟେନଲେସ ଷ୍ଟିଲ ଇଣ୍ଡଷ୍ଟ୍ରିର ଅଗ୍ରଣୀ ସଂସ୍ଥା, ଜିନ୍ଦଲ ଷ୍ଟେନଲେସ ଲିମିଟେଡ ତରଫରୁ ଶ୍ରୀ ଭେଙ୍କଟେଶ୍ୱର ରାଓ ଓ ତାଙ୍କର ଟିମ, କନଫେଡେରେସନ୍ ଅଫ୍ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରି (ସିଆଇଆଇ) ଦ୍ଵାରା ଆୟୋଜିତ ଲଜିଷ୍ଟିକ୍ ସମ୍ମିଳନୀରେ ଅଂଶଗ୍ରହଣ କରି ଏହି ଚ୍ୟାଲେଞ୍ଜ ଉପରେ ଆଲୋକପାତ କରିଥିଲେ । ସେପ୍ଟେମ୍ବର ୨୨, ୨୦୨୩ ରେ ଅନୁଷ୍ଠିତ ଏହି ଶିଖର ସମ୍ମିଳନୀରେ ମାନ୍ୟବର ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ଜଳ ଉତ୍ସ, ଶ୍ରୀମତୀ ଟୁକୁନି ସାହୁ; ବାଣିଜ୍ୟ ଓ ପରିବହନ ମୁଖ୍ୟ ସଚିବ, ଶ୍ରୀମତୀ ଉଷା ପାଢୀ; ଗତିଶକ୍ତି ବିଭାଗର ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ପିଇଡି), ଶ୍ରୀ ଅନିଲ କେ ଖଣ୍ଡେଲୱାଲ; ଏବଂ ଚେୟାରମ୍ୟାନ୍, ପାରାଦୀପ ପୋର୍ଟ ଟ୍ରଷ୍ଟ, ଶ୍ରୀ ପି ଏଲ୍ ହାରାନାଦ, ଯୋଗ ଦେଇଥିଲେ |ସ ର୍ବଦା ବିକାଶଶୀଳ ଲଜିଷ୍ଟିକ୍ ଦୃଶ୍ୟପଟ୍ଟରେ ଉଚ୍ଚ ଅଭିବୃଦ୍ଧି ବଜାୟ ରଖୁବା ପାଇଁ କାର୍ଯ୍ୟକ୍ଷମ ଉତ୍କର୍ଷତା ଏବଂ ରଣନୀତିର ଆବଶ୍ୟକତାକୁ ଆଲୋକିତ କରିବାର ଉଦ୍ଦେଶ୍ୟ ସହିତ ଏହି ସମ୍ମିଳନୀର ଆୟୋଜନ ହୋଇଥିଲା ।

Leave A Reply

Your email address will not be published.