ବିଶ୍ବ ପ୍ରଶିକ୍ଷକ ଦିବସ ଅବସରରେ ଏଚ୍ଆର୍ କନ୍‌କ୍ଲେଭ୍ ୨୦୨୩

0 122

ଭୁବନେଶ୍ବର, 25.08.23 (ପ୍ରତ୍ୟୁଷା ବ୍ୟୁରୋ):ବିଶ୍ଵ ପ୍ରଶିକ୍ଷକ ଦିବସ ଅବସରରେ ଭୁବନେଶ୍ଵରର ଆରସିଏମ୍ ଏବଂ ସେଣ୍ଟର ଫର୍ ହ୍ୟୁମାନ ଡ଼େଭଲପମେଣ୍ଟ ଆଣ୍ଡ ମ୍ୟୁରୋ-ଲିଙ୍ଗୁଇଷ୍ଟିକ୍ ରିସର୍ଚ୍ଚ ପ୍ରାଇଭେଟ୍ ଲିମିଟେଡ଼, ସିଏଚଡ଼ିଏନ୍‌ଏଲଆର ମୁମ୍ବାଇର ମିଳିତ ଆନୁକୁଲ୍ୟରେ ଭୁବନେଶ୍ୱର ଆଞ୍ଚଳିକ ପରିଚାଳନା ମହାବିଦ୍ୟାଳୟରେ ‘୨୦୨୩ ଏବଂ ତା’ ପରବର୍ତ୍ତୀ ସମୟରେ ଶିକ୍ଷା ଓ ବିକାଶର ଭବିଷ୍ୟତ’ ଉନ୍ମୋଚନ ଶୀର୍ଷକରେ ଏକ ବୃହତ୍ କନ୍ କ୍ଲେଭ୍ ଅନୁଷ୍ଠିତ ହୋଇଥୁଲା । ଆର୍‌ସିଏମ୍‌ର ନିର୍ଦେଶକ ଡ଼. ପ୍ରୀତମ ପାଲଙ୍କ ବକ୍ତବ୍ୟ, ଆର୍‌ସିଏମ୍ ଗ୍ଲୋବାଲ୍ ବିଜିନେସ୍ ସ୍କୁଲର ନିର୍ଦ୍ଦେଶକ ଡ଼. ସଂଘମିତା ପାଲ ଓ ସିଏଚଡ଼ିଏନ୍‌ଏଲ୍‌ଆର୍‌ର ଏମ୍‌ଡ଼ି ଡ଼. ଏକେ ସାହୁଙ୍କ ଥମ୍ ପରିଚୟ ଏବଂ ଡ଼. ମଙ୍ଗେଶ ଦାଶ ପ୍ରମୁଖ ବକ୍ତବ୍ୟ ଦେଇ କୌଣସି ଅନୁଷ୍ଠାନକୁ ସଫଳତାର ଶୀର୍ଷରେ ପହଞ୍ଚାଇବାରେ କାର୍ଯ୍ୟନିର୍ବାହୀ, ଶିକ୍ଷାବିତ୍ । ଗବେଷକମାନଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଦକ୍ଷତା ବୃଦ୍ଧିରେ ପ୍ରଶିକ୍ଷକଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ଼. ଓସ୍କାର ରାୟ ମୁଖ୍ୟ ଅତିଥୁ ଅତିଥ ଭାବେ ଯୋଗ ଦେଇ ‘ ଇକୋ ସିଷ୍ଟମକୁ ଅଗ୍ନିମାଇଜ୍ କରିବା ପାଇଁ ଉଦ୍ୟୋଗୀଙ୍କ ଦକ୍ଷତା’ ଶୀର୍ଷକ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଭାବେ ହିଣ୍ଡାକୋ ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରିଜ୍ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଉପଦେଷ୍ଟା ବିଭୁ ମିଶ୍ର କର୍ପୋରେଟ୍ ମାନଙ୍କରେ ପ୍ରଶିକ୍ଷଣ ଧାରା ଶୀର୍ଷକ ଉପରେ ଆଲୋକପାତ କରିଥିଲେ । ଏଥିରେ ଦୁଇଟି ପ୍ୟାନେଲ ଅଧ୍ଵବେଶନ ଅନୁଷ୍ଠିତ ହୋଇଥିଲା। ଗୋଟିଏ ଶିଳ୍ପ ବିଶେଷଜ୍ଞମାନଙ୍କ ଦ୍ଵାରା ଏବଂ ଅନ୍ୟଟି କୁଳପତିମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା। ଏହାପରେ ଆରସିଏମ୍ ର ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରଶିକ୍ଷକଙ୍କ ସୁବିଧା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏକ ଚମତ୍କାର କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସିଏଚଡ଼ିଏନଏଲର ସଭାପତି ଡ଼. ମଙ୍ଗେଶ ଦାଶ ଅଧ୍ଵବେଶସନକୁ ଚମତ୍କାର ଭାବେ ପରିସ୍ଖଳନା କରିଥିଲେ। ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟର କୁଳପତି ପଦ୍ମଶ୍ରୀ ଡ଼. ଆଦିତ୍ୟ ପ୍ରସାଦ ଦାଶ, ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର (ଡ଼) ବିଆର୍ ଶର୍ମା, ଫକୀର ମୋହନ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର (ଡ଼. ସନ୍ତୋଷ ତ୍ରିପାଠୀ) ଏବଂ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର (ଡ଼.) ବିଧୁ ଭୂଷଣ ମିଶ୍ରଙ୍କୁ ନେଇ ଗଠିତ କୁଳପତିଙ୍କ ଦ୍ଵିତୀୟ ପ୍ୟାନେଲ୍‌ରେ ଆରସିଏମ୍‌ର ପରିସ୍ଖଳନା ‘ ଛାତ୍ରଛାତ୍ରୀ/ ବୃତ୍ତିଗତ ଉଦ୍ୟୋଗକୁ ସେମାନଙ୍କ ନିଯୁକ୍ତି ଦକ୍ଷତା ବଦ୍ଧି ପାଇଁ ପ୍ରସ୍ତୁତ କରିବା ଏବଂ ସେମାନଙ୍କୁ ଭବିଷ୍ୟତର ଚାକିରି ପାଇଁ ପ୍ରସ୍ତୁତ କରାଇବା’ ଶୀର୍ଷକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ମାନବ ସମ୍ବଳ ଓ ବିଲିଂ ଇଣ୍ଡଷ୍ଟ୍ରିଜ୍ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ବହୁ ପରିଚାଳନା ପେସାଦାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ରୁଙ୍ଗାଟା ଖଣି ପରାମର୍ଶଦାତା-ଶ୍ରୀ ନବଘନ ପାନି, ଓଡ଼ିଶା ଅର୍ବାନ ଏକାଡ଼େମୀର ନିର୍ଦେଶକ ଡ଼. ଶାନ୍ତନୁ ରଥ, ଅମାନ୍ୟ କର୍ପୋରେସନ୍ ୟୁଏସ୍‌ର ନିର୍ଦ୍ଦେଶକ ପାର୍ଥସାରଥୀ ମିଶ୍ର ଏବଂ ପୂର୍ବତନ ସିଏଚ୍ଆରଓ ଟାଟା ଷ୍ଟିଲ, ଗ୍ରୁପ୍ ଭିପି (ଏଚ୍ଆର୍ ଆଣ୍ଡ ଆଡ଼ମିନ୍), ଏମ୍ ଏସ୍ ଏମ୍ ଏଲ୍‌ ଗ୍ରୁପ୍‌ର ଡ଼. ଦେବବ୍ରତ ଦାଶ ଓ ସିଏଚଡ଼ିଏନଏଲଆର ର ଏମଡ଼ି-ଡ଼. ଅଶୋକ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଡ଼. ମଙ୍ଗେଶ ଦାଶ ଓ ଆରସିଏମର ଛାତ୍ରୀଛାତ୍ରୀଙ୍କ ଦ୍ଵାରା କୁଇଜ୍ ଓ ଡ଼. ପ୍ରଜ୍ଞାନ ଦାସଙ୍କ ସମାପନୀ ଭାଷଣ ଦ୍ବାରା କାର୍ଯ୍ୟକ୍ରମର ପରିସମାପ୍ତି ହୋଇଥିଲା।

Leave A Reply

Your email address will not be published.