୧୨ରୁ ୨ ଦିନ ପୁରୀରେ ଆଇ ସି ଏସ ଇ – ଇ ଆଇ ଆର ସି ସମ୍ମିଳନୀ ।

0 116

ଭୁବନେଶ୍ବର, 11.08.23 (ପ୍ରତ୍ୟୁଷା ବ୍ୟୁରୋ):ଆଇସିଏସ୍‌ଇ ପକ୍ଷରୁ ଏଠାରେ ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସିଏସ୍ ମନିଶ ଗୁପ୍ତା, ପ୍ରେସିଡେଣ୍ଟ, ସିଏସ୍ ସନ୍ଦୀପ କୁମାର କେଜ୍‌ରିୱାଲ, ସେଣ୍ଟ୍ରାଲ କାଉନ୍‌ସିଲ ମେମ୍ବର, ଆଇସିଏସ୍‌ଇ, ନୂଆଦିଲ୍ଲୀ, ସିଏସ୍ ସୌମ୍ୟ ସୁଜିତ ମିଶ୍ର, ଚେୟାରମ୍ୟାନ, ଇଆଇଆର୍‌ସି, ଆଇସିଏସ୍‌ଇ, କଲକାତା, ସିଏସ୍ ବିମଳ ପ୍ରସାଦ ପଟ୍ଟନାୟକ, ଚେୟାରମ୍ୟାନ, ସିଏସ୍ ରୁଦ୍ର ମାଧବ ସାହୁ, ସେକ୍ରେଟାରୀ, ଭୁବନେଶ୍ଵର ଚାପ୍ଟର, ଆଇସିଏସ୍‌ଇ ପ୍ରମୁଖ ଉପସ୍ଥିତ ଥିଲେ। ଗଣମାଧ୍ୟମ ପ୍ରତିନିଧ୍ଵଙ୍କୁ ସମ୍ବୋଧୃତ କରି ସିଏସ୍ ମନିଶ ଗୁପ୍ତା, ପ୍ରେସିଡେଣ୍ଟ କହିଥିଲେ ଯେ, ‘କମ୍ପାନୀ ସେକ୍ରେଟାରୀ- ଦି ନିୟୁ ଏଜ୍ କର୍ପୋରେଟ ଚାଣକ୍ୟ’ ବିଷୟ ଉପରେ ଆଇସିଏସ୍‌ଇ-ଇଆଇଆର୍‌ସି ୩୨ତମ ବାର୍ଷିକ ଆଞ୍ଚଳିକ ସମ୍ମିଳନୀ ଚଳିତ ଅଗଷ୍ଟ ମାସ ୧୨ ଓ ୧୩ ତାରିଖ ଦୁଇଦିନ ଧରି ପୁରୀରେ ଅନୁଷ୍ଠିତ ହେବ। ସେ ମଧ୍ୟ କହିଥିଲେ ଯେ, ଆଇସିଏସ୍‌ଇ ପୂର୍ବାଞ୍ଚଳର କଲାକାତା, ଗୁଆହାଟୀ ଏବଂ ଭୁବନେଶ୍ଵରଠାରେ ଏଡିଆର୍ ସେଣ୍ଟର ସ୍ଥାପନ ନିମନ୍ତେ ଯୋଜନା କରୁଛି । ଭୁବନେଶ୍ଵର ଚାପ୍ଟର ଅଧୀନରେ ୨୫୦୦ ଛାତ୍ରଛାତ୍ରୀ ଏବଂ ଓଡ଼ିଶାରେ ପ୍ରାୟ ୩୦୦୦ ଛାତ୍ରଛାତ୍ରୀ କମ୍ପାନୀ ସେକ୍ରେଟାରିସିପ୍ ପାଠ୍ୟକ୍ରମରେ ଶିକ୍ଷାଲାଭ କରୁଛନ୍ତି। ୩୨ତମ ବାର୍ଷିକ ଆଞ୍ଚଳିକ ସମ୍ମିଳନୀରେ ବାଣିଜ୍ୟ ଓ ଶିଳ୍ପ ଜଗତ ଏବଂ ନିୟାମକ କର୍ତ୍ତୃପକ୍ଷଗୁଡିକରୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଦୁଇଦିନ ଧରି ବିଭିନ୍ନ ବିଷୟରେ ଆଲୋଚନା କରିବେ ଏବଂ ଏହି ସମ୍ମିଳନୀରେ ପୂର୍ବାଞ୍ଚଳରୁ ୩୦୦ରୁ ଅଧିକ ପ୍ରତିନିଧ୍ଵ ଯୋଗଦେବେ। ଓଡ଼ିଶା ସରକାରଙ୍କ ମାନନୀୟ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଚଳିତ ଅଗଷ୍ଟ ମାସ ୧୩ ତାରିଖ ଦିନ ଉଦ୍‌ଯାପନୀ ଅଧିବେଶନରେ ଯୋଗଦେବେ ।

Leave A Reply

Your email address will not be published.