ଆଇଏନ୍‌ଆଇଏଫ୍‌ଡି ଭୁବନେଶ୍ବର ପକ୍ଷରୁ ବାର୍ଷିକ ଡିଜାଇନ୍ ସୋ’ “ନବ୍ୟତା ୨୦୨୩’ ଆୟୋଜିତ।

0 138

ଭୁବନେଶ୍ୱର, ୩୦ ଜୁଲାଇ ୨୦୨୩ ( ପ୍ରତ୍ୟୁଷା ବ୍ୟୁରୋ): ଇଟଂରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫେସନ୍ ଡିଜାଇନ୍ (ଆଇଏନ୍‌ଆଇଏଫ୍‌) ଭୁବନେଶ୍ଵର ପକ୍ଷରୁ ରବିବାର ହୋଟେଲ୍ ୱେଲକମ୍ ବାଏ ଆଇଟିସିରେ ଆକର୍ଷଣୀୟ ବାର୍ଷିକ ଡିଜାଇନ୍ ସୋ’ ‘ ନବ୍ୟତା ୨୦୨୩’ ଆୟୋଜନ କରାଯାଇଥିଲା ଯେଉଁଥିରେ ବଲିଉଡ୍ କଳାକାର ଶ୍ରୀ ଅମନ ବର୍ମା, ଆଇଏନ୍‌ଆଇଏଫ୍‌ଡିର ଗ୍ଲୋବାଲ୍ ସିଇଓ ଶ୍ରୀ ଅନିଲ ଖୋସ୍‌ଲା ଓ ପ୍ରଫେସର-ଆର୍କିଟେକ୍ଟ ରାଜକୁନାୱାନ ନାୟକ ଏବଂ ଆଇଏନ୍‌ଆଇଏଫ୍ଡି ଭୁବନେଶ୍ଵର କେନ୍ଦ୍ରର ନିର୍ଦ୍ଦେଶକ ଆଶୁତୋଷ ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଡିଜାଇନ୍ ସୋ’ରେ ଅନୁଷ୍ଠାନର ୨୦୦ରୁ ଅଧିକ ଛାତ୍ରଛାତ୍ରୀ ସେମାନଙ୍କ ଚମତ୍କାର ଫେସନ ଓ ଇଟେରିୟର ଡିଜାଇନ୍‌କୁ ପ୍ରଦର୍ଶିତ କରିଥିଲେ। ଅନୁଷ୍ଠାନର ଆଲୁମିନିଙ୍କୁ ମଧ୍ୟ ନବ୍ୟତା ୨୦୨୩ରେ ସେମାନଙ୍କ କଳାତ୍ ପରିକଳ୍ପନାକୁ ପ୍ରଦର୍ଶିତ କରିବାର ସୁଯୋଗ ପ୍ରଦାନ କରାଯାଇଥିଲା । ଓଡ଼ିଆ ହାସ୍ୟ କଳାକାର ପପୁ ପମ୍ ପମ୍, ଓଲିଉଡ୍ ଅଭିନେତ୍ରୀ ଜାମ୍ପିନ ରଥ, ଅଭିନେତା ଅଭିଶେକ ପଣ୍ଡା ଓ ସଙ୍ଗୀତ ଜଗତର ଚର୍ଚ୍ଚିତ ଚେନେହରା ମୃଣମୟୀ ସୋ’ ଷ୍ଟପର ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ । ଏହି ଐତିହାସିକ ମୁହୂର୍ତରେ ମେଧାବୀ ସ୍କିଲ୍ସ ବିଶ୍ଵବିଦ୍ୟାଳୟ ଏବଂ ଏନ୍‌ଏସ୍‌ଡିସିର ଧନ୍ଦାମୂଳକ ପାଠ୍ୟକ୍ରମକୁ ଆଇଏନ୍‌ଆଇଏଫ୍ଡି ଭୁବନେଶ୍ଵରରେ ଶୁଭାରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି, ଶିଳ୍ପ ଜଗତର ବିଶେଷଜ୍ଞମାନେ ଯୋଗ ଦେଇଥିଲେ ଯାହା ଡିଜାଇନ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଏକ ରୂପାନ୍ତରୀତ ପର୍ଯ୍ୟାୟକୁ ଦର୍ଶାଉଛି । ଏହି ଅବସରରେ ବଲିଉଡ୍ ଅଭିନେତା ଅମନ ବର୍ମା କହିଛନ୍ତି ଯେ ଡିଜାଇନ୍ କ୍ଷେତ୍ରରେ ଦକ୍ଷ ପ୍ରଫେସନାଲମାନଙ୍କ ଚାହିଦା ବଢ଼ିବାରେ ଲାଗିଛି । ବଜାର ଆବଶ୍ୟକ କରୁଥିବା ପ୍ରତିଭା ଅନୁସାରେ ଆଇଏନ୍‌ଆଇଏଫ୍ଡିର ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରିବାକୁ ସେ ଆହ୍ଵାନ ଦେଇଛନ୍ତି ।

Leave A Reply

Your email address will not be published.