ଏନ୍‌ଆଇଏସ୍‌ଟି, ବ୍ରହ୍ମପୁର ପକ୍ଷରୁ ବାଲେଶ୍ବର ଟ୍ରେନ୍ ଦୁର୍ଘଟଣା ପୀଡ଼ିତଙ୍କ ପିଲାମାନଙ୍କୁ ମାଗଣା ପାଠପଢ଼ା ସୁବିଧା ପ୍ରଦାନ କରାଯିବ।

0 117

ଭୁବନେଶ୍ବର, 13/06/23 ( ପ୍ରତ୍ୟୁଷା ବ୍ୟୁରୋ ):ଇଞ୍ଜିନିୟରିଂ, ମ୍ୟାନେଜମେଟ୍ ଓ ବିଜ୍ଞାନ ଶୃଙ୍ଖଳାରେ ୧୦୦% ଏକାଡେମିକ୍ ଫି’ ଛାଡ଼ ଘୋଷଣା ଭୁବନେଶ୍ବର: ନିସ୍‌ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି (ଏନ୍‌ଆଇଏସ୍‌ଟି), ବ୍ରହ୍ମପୁର ପକ୍ଷରୁ ବାଲେଶ୍ଵର ଟ୍ରେନ୍ ଦୁର୍ଘଟଣାର ପୀଡ଼ିତଙ୍କ ପିଲାମାନଙ୍କୁ ମାଗଣାରେ ପାଠପଢ଼ା ସୁବିଧା ପ୍ରଦାନ କରିବା ଲାଗି ସହାୟତା ଘୋଷଣା କରାଯାଇଛି । ନିଷ୍ଠୁର ପ୍ରତିଷ୍ଠାତା ଡକ୍ଟର ସୁକାନ୍ତ ମହାପାତ୍ର ପ୍ରଭାବିତ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହିତ ପ୍ରଭାବିତ ପରିବାରର ଯେଉଁ ପିଲାମାନେ ଅନୁଷ୍ଠାନରେ ଇଞ୍ଜିନିୟରିଂ, ମ୍ୟାନେଜମେଟ୍ କିମ୍ବା ବିଜ୍ଞାନ ଶୃଙ୍ଖଳାରେ ପଢ଼ିବାକୁ ଚାହୁଛନ୍ତି ସେମାନଙ୍କ ପାଇଁ ୧୦୦% ଏକାଡେମିକ୍ ଫି’ ଛାଡ଼ ଘୋଷଣା କରାଯାଇଛି । ଟ୍ରେନ୍‌ ଦୁର୍ଘଟଣାରେ ପୀଡ଼ିତ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହ ଡକ୍ଟର ମହାପାତ୍ର ସେମାନଙ୍କ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଲାଗି ନିଜର ଆନ୍ତରିକ ଅଭିଳାଷ ପୋଷଣ କରିଛନ୍ତି । ନିଷ୍ଠୁରେ ଯେକୌଣସି ଶୃଙ୍ଖଳାରେ ପଡ଼ିବା ଲାଗି ସେମାନଙ୍କୁ ସୁଯୋଗ ପ୍ରଦାନ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି, ଯଦ୍ଵାରା ସେମାନେ ନିଜର ସ୍ଵପ୍ନ ଓ ଅଭିଳାଷକୁ ପୂରଣ କରିବାରେ ସକ୍ଷମ ହୋଇପାରିବେ । ଏହି ସୁଯୋଗକୁ ହାସଲ କରିବା ଲାଗି ଟ୍ରେନ୍‌ ଦୁର୍ଘଟଣାରେ ପୀଡ଼ିତ ପରିବାରର ସଦସ୍ୟମାନଙ୍କୁ ଉତ୍ସର୍ଗୀକୃତ ହେଲ୍‌ପ୍ ଡେକ୍ସ +୯୧ ୯୭୭୭୧୪୬୪୭୮ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଉଛି । ନାମଲେଖା ପ୍ରକ୍ରିୟା ଉପରେ ଅନୁଷ୍ଠାନ ପକ୍ଷରୁ ଅଧିକ ବିବରଣୀ ପ୍ରଦାନ କରାଯିବ ଏବଂ ସେ ସମ୍ପର୍କିତ ଯେକୌଣସି ପ୍ରକାର ପ୍ରଶ୍ନର ଉତର ଦିଆଯିବ । ବାଲେଶ୍ଵର ଟ୍ରେନ୍‌ ଦୁର୍ଘଟଣାରେ ପୀଡ଼ିତ ପରିବାରର ପିଲାମାନଙ୍କୁ ମାଗଣାରେ ପାଠପଢ଼ାଇବା ଲାଗି ପଦକ୍ଷେପ ଘୋଷଣା କରିବା ନିଷ୍କର ସାମାଜିକ ଦାୟିତ୍ବବୋଧ ଓ ସେମାନଙ୍କ ଆବଶ୍ୟକତା ପ୍ରତି ସହାୟତା ପ୍ରଦାନ କରିବାକୁ ପ୍ରତିଫଳିତ କରୁଛି ।

Leave A Reply

Your email address will not be published.