ଶ୍ରୀଜନ ପକ୍ଷରୁ ଉପସରଣମ୍‌ର ୪ର୍ଥ ସଂସ୍କରଣ ଆୟୋଜନ।

0 119

ଭୁବନେଶ୍ବର, 12/06/23 (ପ୍ରତ୍ୟୁଷା ବ୍ୟୁରୋ ):ଲୋକପ୍ରିୟ ଓଡିଶୀ ନୃତ୍ୟ ଅନୁଷ୍ଠାନ, ଶ୍ରୀଜନ (ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ନୃତ୍ୟବାସ) ପକ୍ଷରୁ ଆଜି (ଶନିବାର) ଭୁବନେଶ୍ବରର ରବିନ୍ଦ୍ର ମଣ୍ଡପଠାରେ ଉପସରଣମ୍‌ର ୪ର୍ଥ ସଂସ୍କରଣ ଆୟୋଜନ କରାଯାଇଛି ଯେଉଁଥ୍‌ରେ ୫୭ ଜଣ ଯୁବ ନୃତ୍ୟଶିଳ୍ପୀଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ବାରା କୋରିଓଗ୍ରାଫ୍ ହୋଇଥୁବା ବିଷ୍ଣୁ ବନ୍ଦନା ସହିତ ଆରମ୍ଭ ହୋଇଥିଲା ଏବଂ ଏହାକୁ ଐଶ୍ବର୍ଯ୍ୟା ସିଂହଦେବଙ୍କ ଦ୍ବାରା ଏକ ସମୂହ ସଂରଚନାରେ ଉପସ୍ଥାପନ କରାଯାଇଥିଲା । ନୃତ୍ୟଶିଳ୍ପୀମାନେ ଲୋକପ୍ରିୟ ଶ୍ଳୋକ ‘ଶାନ୍ତାକାରମ୍ ଭୁଜଗଶୟନମ୍’ ସହିତ ନିଜ କଳାର ପ୍ରଦର୍ଶନ କରିଥିଲେ । ଗୁରୁ ବନ୍ଦନାକୁ ମଧ୍ୟ ଗୁରୁ ରତିକାନ୍ତ ମହାପାତ୍ର ନିର୍ଦ୍ଦେଶନା ଦେଇଥିଲେ ଯାହାକୁ ଜି ସଞ୍ଜଙ୍କ ତତ୍ବାବଧାନରେ ଶ୍ରୀଜନର ଯୁବ ନୃତ୍ୟଶିଳ୍ପୀମାନେ ପରିବେଷଣ କରିଥିଲେ । ନୃତ୍ୟଶିଳ୍ପୀମାନେ ସୁନ୍ଦର ସମୂହ ସଂଗଠନର ଚିତ୍ରଣ କରିଥିଲେ ଯାହା ସେମାନଙ୍କର ସମର୍ପଣଭାବ ଓ ପ୍ରତିଭାକୁ ଆଲୋକିତ କରୁଥିଲା । ଏକ ପ୍ରତିଭାଶାଳୀ ନୃତ୍ୟଶିଳ୍ପୀ ସମୂହ ଦ୍ବାରା ବାଟୁର ଉପସ୍ଥାପନା କରାଯାଇଥିଲା ଯେଉଁଥିରେ ଚିନ୍ମୟୀ, ଅର୍ଚିସା, ସାନ୍‌, ଦୀପଣ୍ଡିତା, ପ୍ରତ୍ୟାଶା, ତ୍ରିଷ୍ଣା, ଶୁଭଲକ୍ଷ୍ମୀ, ଗାୟତ୍ରୀ, ପ୍ରୀତିଶ୍ରୀ, ସତାକ୍ଷୀ, ଦୀପିକା, ରୋଶ୍ ଓ ସାଇ ପ୍ରସାଦ ଆଦି ସାମିଲ ଥିଲେ ।

Leave A Reply

Your email address will not be published.