ଗଣ୍ଠି ବାତ ରୋଗ ପାଇଁ ସଚେତନତା ଶୋଭଯାତ୍ରା ।

0 122

ଭୁଵନେଶ୍ୱର ୬/୫(ପ୍ରତ୍ୟୁଷା ନ୍ୟୁଜ)ଗଣ୍ଠି ବାତ ରୋଗ ବିଷୟରେ ଲୋକେ ପ୍ରାୟ ସଚେତନ ନ ଥାନ୍ତି l ଏଣୁ ଏହାର ସଚେତନତା ପାଇଁ ଆଜି ଡାକ୍ତର ପ୍ରଫେସର ଜ୍ୟୋତି ରଞ୍ଜନ ପରିଡ଼ା ନିଜ ଅନୁଷ୍ଠାନ ପକ୍ଷରୁ ଏକ ଶୋଭଯାତ୍ରାର ଆୟୋଜନ କରିଥିଲେ ଏବଂ ଗଣମାଧ୍ୟମ ସୂଚନା ଦେଇ କହିଥିଲେ।ଓଡ଼ିଶା ଆର୍ଥ୍ରାଇଟିସ୍ ଓ ରିଉମାଟୋଲୋଜି ଫାଉଣ୍ଡେସନ୍ ଟ୍ରଷ୍ଟ (ଓଏଆଏଁସ୍ଟି) ଏବଂ ଓଏଆର୍ସ(OARC) ମିଳିତ ଆନୁକୂଲ୍ୟରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା, ଓଏଆର୍ସର ମେଡିକାଲ୍ ନିର୍ଦ୍ଦେଶକ ତଥା ରାଜ୍ୟର ଜଣେ ଖ୍ୟାତନାମା ରିଉମାଟୋଲୋଜିଷ୍ଟ ପ୍ରଫେସର ଡାକ୍ତର ଜ୍ୟୋତି ରଞ୍ଜନ ପରିଡା ଏହି ରୋଗର ପ୍ରାରମ୍ଭିକ ଚିହ୍ନଟ ଓ ଏହାର ଚିକିତ୍ସାରେ ଅଗ୍ରଗତି ସମ୍ପର୍କରେ ଆଲୋକପାତ କରିଥିଲେ। ଯଦି କେହି ଗଣ୍ଠି ଯନ୍ତ୍ରଣାରେ ପୀଡ଼ିତ ଅଛନ୍ତି, ତେବେ ସେମାନେ ଯଥାଶୀଘ୍ର ରିଉମାଟୋଲୋଜିଷ୍ଟଙ୍କ ନିକଟକୁ ଯାଇ ଭଲ ଫଳାଫଳ ଏବଂ ଯନ୍ତ୍ରଣାମୁକ୍ତ ଜୀବନ ପାଇଁ ପରାମର୍ଶ ଦେବା ଉଚିତ ବୋଲି ସେ କହିଥିଲେ।

ଭୁବନେଶ୍ବରର ସହୀଦ ନଗରଠାରେ ଥିବା ଓଡ଼ିଶା ଆର୍ଥ୍ରାଇଟିସ୍ ଆଣ୍ଡ୍ ରିଉମାଟୋଲୋଜି ସେଣ୍ଟର (ଓଏଆର୍ସି) ଆର୍ଥ୍ରାଇଟିସ୍ ପାଇଁ ଏକ ଅଗ୍ରଣୀ କେନ୍ଦ୍ର ଯାହା ଅଟୋ ଇମ୍ୟୁନ ରେ ପୀଡ଼ିତ ଲୋକମାନଙ୍କୁ ଉନ୍ନତ ରିଉମାଟୋଲୋଜି ଚିକିତ୍ସା ପ୍ରଦାନ କରିଥାଏ। ଅଳ୍ପ ସମୟ ମଧ୍ୟରେ ଏହା ଆର୍ଥ୍ରାଇଟିସ୍ ଓ ଅଟୋଇମ୍ୟୁନ୍ ରୋଗ ଚିକିତ୍ସା ପାଇଁ ସବୁଠାରୁ ବିଶ୍ବସ୍ତ ଚିକିତ୍ସା ଅନୁଷ୍ଠାନ ଭାବେ ବିକଶିତ ହୋଇଛି। ଏହା ସୁପର ସ୍ପେଶାଲିଟି ରିଉମାଟୋଲୋଜି ପରାମର୍ଶ ସମେତ ସମସ୍ତ ଅତ୍ୟାଧୁନିକ ସୁବିଧା ଯୋଗାଇ ଦେଉଛି, ଷ୍ଟେଟ୍ ଅଫ୍ ଆର୍ଟ ଅଟୋ ଆଣ୍ଟିବଡି ଲ୍ୟାବ୍‌, ଅତ୍ୟାଧୁନିକ ଜୈବ ଚିକିତ୍ସା, ଏହି ରୋଗୀମାନଙ୍କୁ ସାହାଯ୍ୟ କରିବା ପାଇଁ ଅନୁକମ୍ପାମୂଳକ ସହାୟକ କର୍ମଚାରୀଙ୍କ ବ୍ୟତୀତ ବିକୃତିର ଯନ୍ ନେବା ପାଇଁ ସମର୍ପିତ ଫିଜିଓଥେରାପି ଉପଲବ୍ଧ ଅଛି । ଏହି ଅବସରରେ OARFT ପକ୍ଷରୁ OARC ପରିସରରୁ ରୂପାଲୀ ଛକ, ସହିଦ ନଗର ପର୍ଯ୍ୟନ୍ତ ଏକ ୱାକାଥନ “Walk our AS OFF”ର ଆୟୋଜନ କରାୟାଇଥିଲା। ବରିଷ୍ଠ ଚିକିକ ଏବଂ ଭାରତୀୟ ରିଉମାଟୋଲୋଜି ସଂଘ (ଓଡିଶା ଶାଖା) ର ପୂର୍ବତନ ସଭାପତି ଡାକ୍ତର ଭରତ ପାଣିଗ୍ରାହୀ ମୁଖ୍ୟ ଅତିଥ୍‌ ଭାବେ ଯୋଗ ଦେଇ ଏହି ଶୋଭାଯାତ୍ରା ର ଉଦଘାଟନ କରିଥିଲେ। ଶ୍ରୀୟୁକ୍ତ ହରି ଶଙ୍କର ରାଉତ, ଉପଦେଷ୍ଟା ଜାଗା ମିଶନ ସମ୍ମାନିତ ଅତିଥ୍ ଭାବେ ଯୋଗ ଦେଇ ଉପସ୍ଥିତ ଲୋକମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.