ଭୁବନେଶ୍ବରରେ ମୁଫ୍ତି ଷ୍ଟୋର ଉଦ୍‌ଘାଟିତ।

0 206

ଭୁବନେଶ୍ୱର, 10.05.23 (ପ୍ରତ୍ୟୁଷା ବ୍ୟୁରୋ): ଭୁବନେଶ୍ୱରସ୍ଥିତ ସହିଦ ନଗର ଜନପଥଠାରେ ମୁଫ୍ତିର ୫ମ ବୃହତ୍ତମ ନୂତନ ଷ୍ଟୋର ଉଦ୍‌ଘାଟିତ ହୋଇଯାଇଛି । ୮୦୦ ବର୍ଗଫୁଟ ବିଶିଷ୍ଟ ଏହି ନୂତନ ଷ୍ଟୋରଟି ସମସ୍ତଙ୍କ ସ୍ଵପ୍ନ ଓ ଆଙ୍କାକ୍ଷାକୁ ବାସ୍ତବତାର ରୂପ ଦେଇପାରିବ ବୋଲି ଆଶା କରାଯାଇଛି । ନିଜସ୍ଵ ଡିଜାଇନ୍‌ ଏବଂ ବିଶେଷ ସଂଗ୍ରହ ପାଇଁ ପ୍ରସିଦ୍ଧ ଲାଭ କରିଥିବା ଏହି ପ୍ରତିଷ୍ଠିତ ବ୍ରାଣ୍ଡ ସମଗ୍ର ଓଡିଶାରେ ଏହା ୧୫ତମ ଷ୍ଟୋର ହୋଇଥିବା ବେଳେ ଭୁବନେଶ୍ୱରଠାରେ ଏହାର ୫ମ ଷ୍ଟୋର ଭାବେ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଜଗନ୍ନାଥ ହସ୍ପିଟାଲର ଏମ.ଡି ପେଡିଆଟ୍ରିକ୍ସ ଡଃ ବିଶ୍ବଜିତ ମିଶ୍ର ଏବଂ ବରିଷ୍ଠ ଚାଇଲ୍ଡ ସ୍ପେସିଆଲିଷ୍ଟ ଡଃ ଅଭିଜିତ ମହାପାତ୍ର ସମ୍ମାନିତ ଅତିଥୁ ରୂପେ ଯୋଗଦେଇ ଷ୍ଟୋରଟିକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଷ୍ଟୋରର କିଛି ଅଫର ମଧ୍ୟ ଉପଲବ୍ଧ ରହିଛି ଯାହା କି ଷ୍ଟୋରର ମାଲିକ ସଞ୍ଜୟ ନରୁଲା ସୂଚନା ଦେଇଛନ୍ତି । ଏହି ଉଦ୍‌ଘାଟନୀ ସମାରୋହରେ ଷ୍ଟୋରର ଫ୍ରାଞ୍ଚାଇଜ ନେଇଥିବା ସଞ୍ଜୟ ନରୁଲା, ନିର୍ମଳା ରାଣୀ ନରୁଲା, ଷ୍ଟୋର ମ୍ୟାନେଜର ପ୍ରଶାନ୍ତ ସାମଲ, ଉମେଶ ଅଗ୍ରୱାଲ, ଏବଂ ମୁଫ୍ତିର ଆସିଷ୍ଟାଣ୍ଟ ଭାଇସ୍ ପ୍ରେସିଡେଣ୍ଟ ମାନିକ ଶର୍ମାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.