ଜିକିତ୍ସା ଓଡିଶା ସ୍କଲାରସିପ୍ ପ୍ରୋଗ୍ରାମ ୨୦୨୩ ନିଜର ଉତ୍କର୍ଷ କାର୍ଯ୍ୟ ପାଇଁ ପୁରସ୍କୃତ ହେଲେ ଆମ୍ବୁଲାନ୍ସ କର୍ମଚାରୀ ଜେଡଏଚ୍‌ଏଲ୍ ପକ୍ଷରୁ ଆମ୍ବୁଲାନ୍ସ କର୍ମଚାରୀଙ୍କ ୧୬ ଜଣ ମେଧାବୀ ପିଲାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି

0 187

ଭୁବନେଶ୍ବର, 23.03.2023 (ପ୍ରତ୍ୟୁଷା ବ୍ୟୁରୋ):ଭୁବନେଶ୍ଵର, ୨୨ ମାର୍ଚ୍ଚ ୨୦୨୩: ଓଡିଶାରେ ୧୦୮ ଆମ୍ବୁଲାନ୍ସ ସେବା ପାଇଁ ପରିଚାଳନା କରୁଥିବା ସଂସ୍ଥା ଜିକିତ୍ସା ହେଲ୍ଥକେୟାର ଲିମିଟେଡ୍ (ଜେଡ୍ଏସ୍ଏଲ୍) ପକ୍ଷରୁ ଆଜି ୩୧ ଜଣ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଛି । ସେହିପରି କମ୍ପାନୀ, ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ଭଲ ମାର୍କ ରଖ୍ ଉତୀର୍ଣ୍ଣ ହୋଇଥିବା ଏହାର କର୍ମଚାରୀଙ୍କର ୧୬ ଜଣ ମେଧାବୀ ପିଲାଙ୍କୁ ମଧ୍ୟ ପୁରସ୍କୃତ କରିଛି । ଆଜି ଭୁବନେଶ୍ବର ସ୍ଥିତ ଜୟଦେବ ଭବନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଜିକିତ୍ସା ଓଡ଼ିଶା ସ୍କଲାରସିପ ୨୦୨୩ ପୁରସ୍କାରଗୁଡିକୁ ପ୍ରଦାନ କରାଯାଇଛି । ମୋଟ ୭ ଜଣ କ୍ଲଷ୍ଟର ଲିଡର ଏବଂ ୨୪ ଜଣ କ୍ରିୟୁ ମେମ୍ବରଙ୍କୁ ସେମାନଙ୍କର ଉଲ୍ଲେଖନୀୟ ପ୍ରୟାସ ପାଇଁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଜେଡଏଚ୍‌ଏଲ୍‌ର ମାର୍କେଟିଙ୍ଗ ଏବଂ ଯୋଗାଯୋଗ ମୁଖ୍ୟ ପ୍ରିୟଙ୍କା ବୋଷ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜଳ୍ପିତ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥିଙ୍କ ଗହଣରେ ଜେଡ୍ଏଚ୍‌ଏଲ୍‌ର ରାଜ୍ୟ ମୁଖ୍ୟ ଶ୍ରୀ ସବ୍ୟସାଚୀ ବିଶ୍ବାଳ ଏବଂ ଅନ୍ୟାନ୍ୟ ପ୍ରମୁଖ କର୍ମଚରୀମାନେ ଉପସ୍ଥିତ ରହିଥିଲେ । ଏହି ସମାରୋହରେ ମତବ୍ୟକ୍ତ କରି ଜିକିତ୍ସାର ରାଜ୍ୟ ମୁଖ୍ୟ ଶ୍ରୀ ସବ୍ୟସାଚୀ ବିଶ୍ବାଳ କହିଥିଲେ, ଜିକିତ୍ସା ହେଲ୍ଥକେୟାର ଲିମିଟେଡ୍‌ ଓ ଏହାର କର୍ମଚାରୀମାନେ ଲୋକମାନଙ୍କର ସେବା କରିବା ପାଇଁ ସର୍ବଦା ପ୍ରତିବଦ୍ଧ ରହିଛନ୍ତି । ଆମର କ୍ରିୟୁ ସଦସ୍ୟମାନେ ଅନେକ ଅବସରରେ ଲୋକଙ୍କୁ ସେବା ପ୍ରଦାନ କରିବା କ୍ଷେତ୍ରରେ ସେମାନଙ୍କର ସର୍ବୋଚ୍ଚ ସଙ୍କଳ୍ପ ଦେଖାଇଛନ୍ତି ।ଅନେକ ଅବସରରେ ଲୋକଙ୍କୁ ସେବା ପ୍ରଦାନ କରିବା କ୍ଷେତ୍ରରେ ସେମାନଙ୍କର ସର୍ବୋଚ୍ଚ ସଙ୍କଳ୍ପ ଦେଖାଇଛନ୍ତି । ଯେଉଁଠି ରାସ୍ତା ନାହିଁ ସେଠାରେ ରୋଗୀମାନଙ୍କୁ ସେମାନଙ୍କ ଘରୁ ଷ୍ଟ୍ରେଚରରେ ଆଣିବା, ଜଟିଳ ସମୟରେ ରୋଗୀମାନଙ୍କୁ ରକ୍ତଦାନ କରିବା, ପ୍ରାକୃତିକ ବିପତି ସମୟରେ କାର୍ଯ୍ୟପ୍ରତି ସର୍ବୋଚ୍ଚ ସଙ୍କଳ୍ପ ପ୍ରଦର୍ଶନ କରିବା କିମ୍ବା ରୋଗୀମାନଙ୍କୁ ସେମାନଙ୍କର ଟଙ୍କା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଫେରାଇବା ଆଦି ସେମାନଙ୍କର କିଛି ଅନୁକରଣୀୟ କାର୍ଯ୍ୟ ମଧ୍ୟରୁ ଅନ୍ୟତମ ।” ଏହି ଅବସରରେ ନିଜ ବର୍ତବ୍ୟ ପରିସରରୁ ଆଗକୁ ବଢ଼ି ଅସୁବିଧାରେ ଥିବା ଲୋକଙ୍କ ସେବାରେ ନିଜର ଚମତ୍କାର ଉଦ୍ୟମ ପାଇଁ ସମ୍ମାନିତ ହୋଇଥିବା କ୍ରିୟୁ ସଦସ୍ୟଙ୍କ ମଧ୍ୟରେ ଭାଗୀରଥ୍ ମହାନ୍ତ, ନଗେନ ବାଗ, ଶରତ କୁମାର ଜେନା, ଶିଶିର କୁମାର ରାଉତ, ରମେଶ ନାହାକ, ଏସକେ ଜହିରୁଦ୍ଦିନ, ପ୍ରଶାନ୍ତ କୁମାର ନାୟକ, ଶୋଭ୍ରମ ସବର, ପଙ୍କଜ କୁମାର ଖରା, ଧୁଭ ମାଝୀ, ତାରାନିସେନ ସାହୁ, ନିରୋଜ ଭୋଇ, ରମାକାନ୍ତ ମହାନ୍ତ, ଶକ୍ତି ମହାନ୍ତି, ବୈଜ୍ୟନ୍ତ ପ୍ରଧାନ, ରମେଶ ପାତ୍ର, ଶିବାନନ୍ଦ ଦାସ, ସଞ୍ଜୟ ଦଳବେହେରା, ମାନସ ରଞ୍ଜନ ଦିଗଲ, ପ୍ରକାଶ କୁମାର ପ୍ରଧାନ, ଚିତରଞ୍ଜନ ମହାରଣା, ବିପିନ ବିହାରୀ ପ୍ରଧାନ ଏବଂ ଭାଗୀରଥ୍ ମହାନ୍ତି ଆଦି ସାମିଲ ଅଛନ୍ତି ।

Leave A Reply

Your email address will not be published.