ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସ୍ଥାନୀୟ କମ୍ୟୁନିଟି ସହ ଯୋଡି ହେଲା ଓଡିଶା ଏଫ ସି

0 127

ଭୁବନେଶ୍ୱର, ୦୫/୦୩/୨୦୨୩ ( ପ୍ରତ୍ୟୁଷା ବ୍ୟୁରୋ): ଓଡିଶାର ଫୁଟବଲର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଓଡିଶା ଏଫ ସି ସଦା ସର୍ବଦା ନିଜର ପ୍ରୟାସ ଜାରି ରଖୁଛି, ନିଜର କମ୍ୟୁନିଟି କାର୍ଯ୍ୟକଳାପକୁ ଆଉ ଏକ ପାଦ ଆଗକୁ ନେଇଛି ଓଡ଼ିଶା ଏଫ ସି । ଯାହାର ଅଂଶବିଶେଷ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ Z-1 ଆପାର୍ଟମେଣ୍ଟ ଠାରେ ଏକ ଫୁଟ-ସେଲ ଇଭେଣ୍ଟ’ର ଆୟୋଜନ କରାଯାଇଛି। ଫୁଟ-ସେଲ ଇଭେଣ୍ଟରେ Z-1 ଆପାର୍ଟମେଣ୍ଟରେ ରହୁଥିବା ୧୫ ବର୍ଷରୁ କମ ବୟସ ପିଲାମାନେ ଅଂଶଗ୍ରହଣ କରିଥିଲେ। ସମୁଦାୟ ୪୦୦ ରୁ ଉର୍ଦ୍ଧ୍ବ ପରିବାର ସାମିଲ ହୋଇଥିଲେ ଏହି କାର୍ଯ୍ୟକ୍ରମରେ | ଏହି ବନ୍ଧୁତ୍ବପୂର୍ଣ୍ଣ ଫୁଟ-ସେଲ ଟୁର୍ନାମେଣ୍ଟ ସହ କ୍ଲବ୍ ପକ୍ଷରୁ ଫୁଟବଲକୁ ନେଇ ଏକ ଇଣ୍ଟରଆକସନ୍ କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଳିଥିଲା । ଏହାପରେ ଉପସ୍ଥିତ ମହିଳାମାନେ ମଧ୍ୟ ଏକ ବନ୍ଧୁତ୍ବପୂର୍ଣ୍ଣ ପେନାଲ୍ଟି ସୁଟଆଉଟରେ ଅଂଶଗ୍ରହଣ କରିଥିଲେ । ଏହାସହ ଓ ଏଫ ସି’ର ମହିଳା ଖେଳାଳି ତଥା ଭାରତୀୟ ମହିଳା ଜାତୀୟ ଦଳର ପୂର୍ବତନ ଅଧ୍ଵନାୟିକା ବାଲା ଦେବୀ ଙ୍କ ସହ ଅନ୍ୟ ଖେଳାଳି ତଥା ଦୀପା ନାୟକ, ବନ୍ୟା କବୀରାଜ, ସୁତା ତନ୍ତୀ, ଆରିଫା ଯାହିର, ସୋନାଲି ଚିମତେ, ଗ୍ରେସ ହନୱର, ଶ୍ରଦ୍ଧାଞ୍ଜଳି ପଣ୍ଡା, ମାଳତୀ ମୁଣ୍ଡା ଏବଂ ସସମିତା ପରିଡା ଉପସ୍ଥିତ ରହି ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିବା ସହ ସ୍ଥାନୀୟ ବାସିନ୍ଦାଙ୍କ ସହ ଫୁଟବଲ ଖେଳ ଓ କ୍ଲବ ବିଷୟରେ ଆଲୋଚନା କରିଥିଲେ । ଅତି ନିକଟରୁ ନିଜର ପ୍ରିୟ ଖେଳାଳିଙ୍କୁ ପାଖରେ ପାଇ ଖୁସି ଯାହରି କରିଥିଲେ ସ୍ଥାନୀୟ ବାସିନ୍ଦା। ଏହି କାର୍ଯ୍ୟକ୍ରମକୁ କ୍ଲବର ବିଶିଷ୍ଟ ପ୍ରଯୋଜକ ପ୍ରପର୍ଟି ବ୍ରାଣ୍ଡ, କେ ଟିଏ ମ୍, ଷ୍ଟୋରୀ ଲ୍ୟାବ୍‌ ଏବଂ ଜେ ଆଣ୍ଡ ଟି ଜୁଏଲାରୀ ପ୍ରାୟୋଜିତ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ କିପରି ଅଧିକକୁ ଅଧିକ ମହିଳାଙ୍କୁ ଫୁଟବଲ ସହ ଯୋଡ଼ିବା ଏବଂ ସ୍ଥାନୀୟ କମ୍ୟୁନିଟିକୁ ଏହାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେବାକୁ ପ୍ରେରଣା ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି। ତୃଣମୂଳ ସ୍ତରରେ ଫୁଟବଲର ବିକାଶ ଦିଗରେ କାର୍ଯ୍ୟ କରିବାକୁ ଓଡିଶା ଏଫ ସି ପ୍ରତିବଦ୍ଧ ।

Leave A Reply

Your email address will not be published.