ଆଇ ଏମ ଆଇ ଦଶମ ସମାବର୍ତ୍ତନ ଆଜି

0 138

ଭୁବନେଶ୍ବର, ଫେବୃୟାରୀ ୧୮, ( ପ୍ରତ୍ୟୁଷା ବ୍ୟୁରୋ): ଇଂଟରନ୍ୟାଶନାଲ ମ୍ୟାନେଜମେଟ୍ ଇନଷ୍ଟିଚ୍ୟୁଟ (ଆଇଏମ୍‌ଆଇ)ଭୁବନେଶ୍ବରର ଦଶମ ବାର୍ଷିକ ଦୀକ୍ଷାନ୍ତ ସମାରୋହ ୨୦୨୩ ଫେବୃୟାରୀ ୧୯ରେ ଅନୁଷ୍ଠିତ ହେବ । ଦୀକ୍ଷାନ୍ତ ସମାରୋହରେ ଟେକ୍ ମହିନ୍ଦ୍ରା ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ତଥା ଟେକ୍ ମହିନ୍ଦ୍ରା ଲମିଟେଡର ସିଇଓ ଶ୍ରୀ ସି.ପି.ଗୁରନାନି ମୁଖ୍ୟ ଅତିଥିଭାବେ ଯୋଗଦେବେ । ଦୀକ୍ଷାନ୍ତ ସମାରୋହରେ ଚେୟାରମ୍ୟାନ୍ ବୋର୍ଡ ଅଫ୍ ଗଭର୍ଣ୍ଣର ଆଇଏମ୍ଆଇ ବୋର୍ଡ ଏବଂ ଭୁବନେଶ୍ଵରର ଇଂଟରନ୍ୟାଶନାଲ ମ୍ୟାନେଜମେଟ୍ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ପ୍ରଫେସର ରମେଶ ବେହେଲ ଏଥିରେ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ଅଛି |

ଇଂଟରନ୍ୟାଶନାଲ ମ୍ୟାନେଜମେଟ୍ ଇନଷ୍ଟିଚ୍ୟୁଟ ଭୁବନେଶ୍ବର ଏନବିଏ, ଏନଏଏସି ଏବଂ ଏଏମବିଏ ସ୍ବୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନ । ଏହା ପିଜିଡିଏମ୍ ଏବଂ ଏଫପିଏମ୍ ପାଠ୍ୟକ୍ରମ ଉପରେ ଶିକ୍ଷା ପ୍ରଦାନ କରିଥାଏ । ଦୀକ୍ଷାନ୍ତ ସମାରୋହରେ ୯୧ ଶିକ୍ଷାର୍ଥୀଙ୍କୁ ଡିପ୍ଲୋମା ଡିଗ୍ରୀ ବୋର୍ଡ ଅଫ୍ ଗଭର୍ଣ୍ଣର(ବିଓଜି)ଙ୍କ ଦ୍ବାରା ପ୍ରଦାନ କରାଯିବ । ଏହି ଦୀକ୍ଷାନ୍ତ ସମାରୋହ ଅବସରରେ ଗ୍ରାଜୁଏଟିଂ ଶିକ୍ଷାର୍ଥୀଙ୍କ ସଫଳତାକୁ ସ୍ବୀକୃତି ପ୍ରଦାନ ପାଇଁ ସେମାନଙ୍କୁ ବିଭିନ୍ନ ମେଡାଲ ଏବଂ ସାର୍ଟିଫିକେଟରେ ସମ୍ମାନୀତ କରାଯିବ । ଚଳିତ ବର୍ଷ ଗୋଲ୍ଡ ଏବଂ ସିଲଭର ମେଡାଲ ମଧ୍ୟରେ ଡ. ରାମ ପ୍ରସାଦ ଗୋଏଙ୍କା ବେଷ୍ଟ ଷ୍ଟୁଡେଟ୍ ମେଡାଲ ଏବଂ ଡାଇରେକ୍ଟରର୍ସ ମେଡାଲ ଫର୍ ଓଭରଅଲ୍ କଂଟ୍ରିବ୍ୟୁଶନ ଆଦି ଗ୍ରାଜୁଏଟିଂ ବ୍ୟାଚର ଶିକ୍ଷାର୍ଥୀଙ୍କୁ ମୁଖ୍ୟ ଅତିଥି ଶ୍ରୀ ସି.ପି. ଗୁରନାନିଙ୍କ ଦ୍ବାରା ପ୍ରଦାନ କରାଯିବ । ଦୀକ୍ଷାନ୍ତ ସମାରୋହ ଅବସରରେ ଗ୍ରାଜୁଏଟିଂ ଶିକ୍ଷାର୍ଥୀଙ୍କୁ ଚେୟାରମ୍ୟାନ୍ ଆଇଏମଆଇ ବୋର୍ଡ ଅଫ୍ ଗଭର୍ଣ୍ଣରଙ୍କ ଦ୍ଵାରା ଡିପ୍ଲୋମା ଡିଗ୍ରୀ ପ୍ରଦାନ କରାଯିବ ।

Leave A Reply

Your email address will not be published.