ବିପର୍ଯୟ ସମୟରେ ଫାମିଲି ପ୍ଲାନିଂ ସଂଘ ନିଭାଉଛି ଗୁରୁତ୍ୱପୂର୍ଣ୍ଣ ଭୂମିକା

0 140

ଭୁବନେଶ୍ବର, 24.12.22 (ପ୍ରତ୍ୟୁଷା ବ୍ୟୁରୋ):ବିପର୍ଯୟ ସମୟରେ ଫାମିଲି ପ୍ଲାନିଂ ଆସୋସିଏସନ ଭୁବନେଶ୍ୱର ଶାଖା ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସୁଛି l ଏହି ସମୟରେ ଯୌନ ଓ ପ୍ରଜଜନ ସ୍ୱାସ୍ଥ୍ୟର କିପରି ଯତ୍ନ ନିଆଯାଇ ପାରିବ ଏ ସମ୍ପର୍କରେ ଶନିବାର ରେଡକ୍ରସ ଭବନଠାରେ ଆୟୋଜିତ ହୋଇଥିଲା ଏକ ଗଣମାଧ୍ୟମ କାର୍ଯ୍ୟକ୍ରମ lଯୌନ ଓ ପ୍ରଜନନ ସ୍ଵାସ୍ଥ୍ୟ ଓ ଏହାର ଅଧିକାର ମାନବଧିକାର ଅଟେ । ଏହା ଅନ୍ୟ ମାନବ ଅଧିକାର ଗୁଡିକ ପରି ଜରୁରୀ ପରିସ୍ଥିତି ଓ ବିପର୍ଯ୍ୟୟ ଦ୍ବାରା ପ୍ରଭାବିତ ଲୋକଙ୍କ ପାଇଁ ମାନବିକତା ସେବା ପ୍ରଦାନ କ୍ଷେତ୍ରରେ ଏକାନ୍ତ ଆବଶ୍ୟକତା ହୋଇଥାଏ । ଏହି ବାସ୍ତବତାକୁ ଅନୁଭବ କରିବା ପାଇଁ ଆସନ୍ନ ବିପଦ ଓ ସମ୍ବେଦନ ଶୀଳ ଅବସ୍ଥାରେ ଥିବା କ୍ଷତିଗ୍ରସ୍ତ ଲୋକମାନେ ଏହି ଯୌନ ପ୍ରଜନନ ସ୍ଵାସ୍ଥ୍ୟ ଓ ଅଧିକାରକୁ ଉପଯୋଗ କରିବା ପାଇଁ ସେମାନଙ୍କୁ ଉପଯୁକ୍ତ ସୂଚନା ଦେବାର ଆବଶ୍ୟକତା ରହିଛି ଯାହାଦ୍ଵାରା ପ୍ରପୀଡ଼ିତ ଲୋକମାନେ ସେମାନଙ୍କର ରୁଚି ଅନୁଯାୟୀ ଆବଶ୍ୟକ ସେବା ନେଇପାରିବେ ସେମାଙ୍କର ସ୍ଵାସ୍ଥ୍ୟ ପାଇଁ ଏବଂ ଏହି ସେବା ପ୍ରଦାନ କରିବା ପାଇଁ ବିଭିନ୍ନ ଦକ୍ଷତା ସମ୍ପୂର୍ଣ ଅନୁଷ୍ଠାନ ଓ ସମ୍ମିଳିତ ଉଦ୍ୟମର ଆବଶ୍ୟକତାକୁ ଏଡାଇ ଦିଆଯାଇ ନପାରେ |ଏବେକାର ଜଳବାୟୁ ପରିବର୍ତ୍ତନ ଓ ପାରିପାର୍ଶ୍ବକ ପରିସ୍ଥିତିରେ ସାରା ବିଶ୍ବ ଏବଂ ଦେଶ ଗୁଡିକ ବିଭିନ୍ନ ପ୍ରକାର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଆସୁଛନ୍ତି | ଏହା ସତ୍ୟ ଯେ କୌଣସି ବିପର୍ଯ୍ୟୟରେ ବିଶେଷ ଭାବେ ମହିଳା, ଶିଶୁ, କିଶୋରୀ ବାଳିକା, ପରିତ୍ୟକ୍ତ ମହିଳା , ବୈୟୋଜ୍ୟଷ୍ଟ ବ୍ୟକ୍ତି ଓ ଭିନ୍ନକ୍ଷମ ମାନେ ଅଧିକ ପ୍ରଭାବିତ ହୋଇଥାନ୍ତି | ବିପର୍ଯ୍ୟୟ ସ୍ଥିତିରେ ମାନବିକତା ସେବା ପ୍ରଦାନ କ୍ଷେତ୍ରର ଯୌନ ପ୍ରଜନନ ସ୍ବାସ୍ଥ୍ୟ ସେବା ଯୋଗାଇବା ଓ ଏହାର ଅଧିକାରକୁ ସୁରକ୍ଷା ଦେବା ଜରୁରୀ ହୋଇଥାଏ | ସଠିକ ସମୟରେ ସେବା ପ୍ରଦାନ କଲେ ଏହା ମୃତ୍ୟୁ ସସ୍ଖଳିତ କାରଣ ଓ ମୃତ୍ୟୁହାର, ରୋଗ, ନବଜାତ ଶିଶୁ ମୃତ୍ୟୁ, ଅକ୍ଷମତା, ଅନିଚ୍ଛାକୃତ ଗର୍ଭଧାରଣ ଓ ଏହା ସଂଲଗ୍ନ ଜଟିଳତା ଯଥା ଯୌନ ଓ ଲିଙ୍ଗଭିଭିକ ହିଂସା, ଏଚ ଆଇ ଭି ସଂକ୍ରମଣ, ମାନସିକ ବିଷାଦ ଓ ସମ୍ବନ୍ଧିୟ ସମସ୍ୟା ଗୁଡିକ ପ୍ରତିରୋଧ କରିପାରିବ |

Leave A Reply

Your email address will not be published.