ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍ ପକ୍ଷରୁ ଭୁବନେଶ୍ଵରରେ ନୂତନ କେନ୍ଦ୍ରର ଶୁଭାରମ୍ଭ

0 184

ଭୁବନେଶ୍ୱର ,20.12.22 (ପ୍ରତ୍ୟୁଷା ବ୍ୟୁରୋ): ସିକେ ବିର୍ଲା ହେଲ୍ଥକେୟାର ପକ୍ଷରୁ ଅନୁଜ ଟାଇମ୍ସ ସ୍କୋୟାର, ଜନପଥ, ସହିଦ ନଗର, ଖୋର୍ଦ୍ଧା, ଭୁବନେଶ୍ଵରରେ ଏହାର ବ୍ୟାପକ ଫର୍ଟିଲିଟି ସଂଟର ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍‌ର ଶୁଭାରମ୍ଭ କରାଯାଇଛି । ରାଜ୍ୟରେ ଏହା ଗ୍ରୁପ୍‌ର ପ୍ରଥମ କେନ୍ଦ୍ର ଯାହା ଫର୍ଟିଲିଟି ସମସ୍ୟା ଥିବା ରୋଗୀମାନଙ୍କୁ ଭରସାଯୋଗ୍ୟ କ୍ଲିନିକ ଚିକିତ୍ସା, ଏକ ମୂଲ୍ୟ ପ୍ରତିଶ୍ରୁତି ଏବଂ ବିଶ୍ବସ୍ତ ଯନ୍ତ୍ର ପ୍ରଦାନ କରୁଛି । ଭୁବନେଶ୍ଵରର ଏହି କେନ୍ଦ୍ର ହେଉଛି ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍ର ଦେଶରେ ୧୨ତମ କ୍ଲିକିନ୍ ଯାହାର ଉପସ୍ଥିତି ଦିଲ୍ଲୀ, ଗୁରୁଗ୍ରାମ, କୋଲକାତା, ଲକ୍ଷ୍ନୌ, ପାଟନା ଏବଂ ବାରାଣାସୀ ଆଦି ବିଭିନ୍ନ ସ୍ଥାନରେ ପୂର୍ବରୁ ରହିଛି । ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍ ହେଉଛି ବର୍ତମାନ ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ଫର୍ଟିଲିଟି ଓ ଆଇଭିଏଫ୍ ବ୍ରାଣ୍ଡ୍ । ସମସ୍ତ କେନ୍ଦ୍ରରେ ଏହା ବିବିଧ ସନ୍ତାନ ପ୍ରସବ ସହ ଉଚ୍ଚ ଗର୍ଭଧାରଣ ହାର ପ୍ରଦାନ କରୁଥିବା ବେଳେ ୯୫% ରୋଗୀ ସନ୍ତୁଷ୍ଟ ରହିଛନ୍ତି । ଉଚ୍ଚ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାରେ ୫୦ ବର୍ଷର ପରମ୍ପରା ଥିବା ସିକେ ବିର୍ଲା ଗ୍ରୁପ୍ ଏହାର ନୂଆ ବ୍ରାଣ୍ଡ୍ ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍ ମାଧ୍ୟମରେ ଫର୍ଟିଲିଟି କେୟାରରେ ଏକ ବିଶ୍ବସ୍ତରୀୟ ବ୍ରାଣ୍ଡ୍ ହେବାକୁ ଲକ୍ଷ୍ୟ ରଖିଛି । ନୂଆ କେନ୍ଦ୍ରର ଶୁଭାରମ୍ଭ ଅବସରରେ ସିକେ ବିର୍ଲା ହେଲ୍ଥକେୟାରର ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍‌ର ସିଇଓ ଅକ୍ଷତ ସେଠ୍ କହିଛନ୍ତି ଯେ, “ ସିକେ ବିର୍ଲା ଗ୍ରୁପ୍‌ର ନୂଆ ବ୍ରାଣ୍ଡ୍ ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍ ଜରିଆରେ ଉଲ୍ଲେଖନୀୟ କ୍ଲିନିକ ଫଳାଫଳ, ଗବେଷଣା ଏବଂ ନବସୃଜନ ଜରିଆରେ ଭବିଷ୍ୟତର ଫର୍ଟିଲିଟିରେ ରୂପାନ୍ତରଣ ଆଣିବା ଲକ୍ଷ୍ୟ ନେଇ ଫର୍ଟିଲିଟି କେୟାରରେ ଏକ ବିଶ୍ବସ୍ତରୀୟ ବ୍ରାଣ୍ଡ୍ ହେବାକୁ ଲକ୍ଷ୍ୟ ରଖିଛି । ସଠିକ୍ ପ୍ରଜନନ ବିକଳ୍ପ ଚୟନ କରିବାରେ ଦମ୍ପତିମାନଙ୍କୁ ସଶକ୍ତ କରିବା ଦିଗରେ ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍ ହେଉଛି ଏକ ପଦକ୍ଷେପ ।

Leave A Reply

Your email address will not be published.