ଆଇସିଏଲ ଫିନକର୍ପ ପକ୍ଷରୁ ଓଡ଼ିଶାରେ ୧୩ଟି ନୂତନ ଶାଖା ଉଦ୍‌ଘାଟିତ ଓଡ଼ିଶାରେ ସମୁଦାୟ ଶାଖା ସଂଖ୍ୟା ୩୫ରେ ପହଂଚିଛି

0 140

ଭୁବନେଶ୍ବର,10,11,22 (ପ୍ରତ୍ୟୁଷା ବ୍ୟୁରୋ): ଭାରତରେ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥବା ଏନବିଏଫସି, ଆଇସିଏଲ ଫିନକର୍ପ ବର୍ତମାନ ଓଡ଼ିଶାରେ ୧୩ଟି ନୂତନ ଶାଖାର ଶୁଭାରମ୍ଭ କରିଛି । ଏହା ସହିତ ରାଜ୍ୟରେ ଏହାର ମୋଟ ଶାଖା ସଂଖ୍ୟା ୩୫ରେ ପହଂଚିଛି । ଗତ ଅଗଷ୍ଟରେ ଆଇସିଏଲ ଫିଲ୍ମକର୍ପ ଓଡ଼ିଶାରେ ଏହାର ପ୍ରବେଶର ପ୍ରଥମ ବାର୍ଷିକିର ପାଳନ କରିଥିଲା । ଓଡ଼ିଶାରେ ଶୁଭାରମ୍ଭ ହୋଇଥିବା ଏହି ନୂତନ ଶାଖାଗୁଡ଼ିକ ନୟାଗଡ଼, ଆସ୍କା, ଦିଗପହଣ୍ଡି, ଛତ୍ରପୁର, ଢେଙ୍କାନାଳ, କେନ୍ଦ୍ରାପିଡ଼ା, ରାହାମାଁ, ରଘୁନାଥପୁର, ଜଗତସିଂହପୁର, ଯାଜପୁର ରୋଡ଼, ଚଣ୍ଡିଖୋଲ, ଭଦ୍ରକ ଏବଂ ଡେଲାଙ୍ଗରେ ଉପସ୍ଥିତ ରହିଛି । ଆଇସିଏଲ ଫିନକର୍ପ ସିଏମଡି, ଆଡ୍‌ଭୋକେଟ ଶ୍ରୀ କେ.ଜି. ଅନିଲକୁମାର ଏହି ନୂତନ ଶାଖାଗୁଡ଼ିକର ଉଦ୍‌ଘାଟନ କରିଛନ୍ତି । ଏହା ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଅନେକ ସାମାଜିକ- ରାଜନୈତିକ ଏବଂ ସାଂସ୍କୃତିକ ମାନ୍ୟବର ବ୍ୟକ୍ତିଗଣ ଭାଗ ନେଇଛନ୍ତି । ନିଜର ପ୍ରଥମ ବାର୍ଷିକୀ ଉତ୍ସବର ଏକ ଅଂଶ ଭାବରେ ଆଇସିଏଲ ଫିନକର୍ପ ନିଜର ଗ୍ରାହକମାନଙ୍କ ପାଇଁ ଏକ ବାର୍ଷିକୀ ଧମାଲ ଲକି ଡ୍ର ଉପସ୍ଥାପନା କରିଛି । ଯେଉଁଥରେ ଓଡ଼ିଶାର ଏହି ୩୫ଟି ଶାଖାରୁ ସୁନା ଋଣ ନେଉଥିବା ଗ୍ରାହକମାନେ ୧୦ଟି ସୁନା ମୁଦ୍ରା ଜିତିବାର ସୁଯୋଗ ପାଇପାରିବେ । ଅନ୍ୟ ବ୍ୟାଙ୍କ କିମ୍ବା ଆର୍ଥିକ ଅନୁଷ୍ଠାନରୁ ସୁନା ଋଣ ସ୍ଥାନାନ୍ତର କରିଥିବା ଗ୍ରାହକମାନେ ମଧ୍ୟ ଏହି ଅଫର ଉପଭୋଗ କରିପାରିବେ । ଆସନ୍ତା ଜାନୁଆରୀ ୧ ତାରିଖରେ ଏହି ଡ୍ରର ୧୦ ଜଣ ଭାଗ୍ୟଶାଳୀ ବିଜେତାଙ୍କ ନାମ ଘୋଷଣା କରାଯିବ । ଗତ ୩୧ ବର୍ଷ ମଧ୍ୟରେ ଆଇସିଏଲ କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ଓଡ଼ିଶାରେ ଥିବା ୩୦୦ରୁ ଅଧିକ ଶାଖା ସହିତ ଭାରତରେ ଏକ ପ୍ରମୁଖ ଆର୍ଥିକ ସଂଗଠନ ହୋଇପାରିଛି । ଆଇସିଏଲ ଫିନକର୍ପ କ୍ରମାଗତ ଭାବରେ ଲୋକଙ୍କୁ ସୁନାଋଣ, ଭଡ଼ା କ୍ରୟ ଋଣ, ଯାନବାହନ ଋଣ, ନିବେଶ ବିକଳ୍ପ, ଟଙ୍କା ସ୍ଥାନାନ୍ତର, ବୈଦେଶିକ ନିବେଶ, ବ୍ୟବସାୟ ଋଣ, ଗୃହ ବୀମା, ସ୍ବାସ୍ଥ୍ୟ ବୀମା, ଯାନବାହନ ବୀମା ସହିତ ସର୍ବୋତମ ସେବା ପ୍ରଦାନ କରୁଛି ।

Leave A Reply

Your email address will not be published.